ETV Bharat / state

ସମବାୟ ସଂପାଦକଙ୍କ ପୁନଃ ନିଯୁକ୍ତିକୁ ଜିଲ୍ଲା ବିଜେପିର ବିରୋଧ - ପୂର୍ବତନ ସମବାୟ ସଂପାଦକଙ୍କ ପୁନଃ ନିଯୁକ୍ତିକୁ ବିରୋଧ

ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ଧାନକ୍ରୟ ପ୍ରକ୍ରିୟା । କିନ୍ତୁ ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ ପୂର୍ବତନ ସମବାୟ ସଂପାଦକଙ୍କ ପୁନଃ ନିଯୁକ୍ତିକୁ ଜିଲ୍ଲା ବିଜେପିର ଜୋରଦାର ବିରୋଧ କରିଛି । ଅଧିକ ପଢନ୍ତୁ...

bjp oppose reappointment of former cooperative secretary
ସମବାୟ ସଂପାଦକଙ୍କ ପୁନଃ ନିଯୁକ୍ତିକୁ ଜିଲ୍ଲା ବିଜେପିର ବିରୋଧ
author img

By

Published : Nov 25, 2020, 3:36 AM IST

ବୌଦ୍ଧ: ଜିଲ୍ଲାରେ ଆରମ୍ଭ ହୋଇଛି ଧାନକ୍ରୟ ପ୍ରକ୍ରିୟା । ତେବେ ନିଲମ୍ବିତ ସମବାୟ ସଂପାଦକଙ୍କ ପୁନଃ ନିଯୁକ୍ତିକୁ ନେଇ ଜିଲ୍ଲା ବିଜେପି ଆପତ୍ତି ଉଠାଇବା ସହ ଆନ୍ଦୋଳନ ପାଇଁ ସଜବାଜ ହେଉଛି ।

ସମବାୟ ସଂପାଦକଙ୍କ ପୁନଃ ନିଯୁକ୍ତିକୁ ଜିଲ୍ଲା ବିଜେପିର ବିରୋଧ

ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରେ ମଙ୍ଗଳବାର ଚଳିତ ବର୍ଷର ପ୍ରଥମ ଧାନକ୍ରୟ ଆରମ୍ଭ ହୋଇଛି । ତେବେ ଧାନକ୍ରୟର ଶୁଭାରମ୍ଭ ହୋଇଥିବା ବେଳେ ଗାଁ ଗାଁରେ ଧାନ ବେପାରୀ ଓ ଦାଲାଲ ମାନେ ସକ୍ରିୟ ହୋଇ ଉଠିଲେଣି । ସେପଟେ ନିଲମ୍ବିତ ସମବାୟ ସଂପାଦକ ଙ୍କ ପୁନଃ ନିଯୁକ୍ତି କୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର 42 ଗୋଟି ସମବାୟ ସମିତି ମଧ୍ୟରୁ କେତେକ ସମିତିରେ ବ୍ୟାପକ ଅନିୟମିତତା ତଥା ସାରର କଳାବଜାରର ଅଭିଯୋଗ ପରେ ପ୍ରଶାସନ ପାଞ୍ଚ ଜଣ ସଂପାଦକ ଙ୍କୁ ନିଲମ୍ବିତ କରିଥିଲା ।ପରବର୍ତ୍ତୀ ସମୟରେ ତନ୍ମଧ୍ୟରୁ ତିନି ଜଣ ସଂପାଦକ ଙ୍କୁ ପୁନଃ ନିଯୁକ୍ତି ପ୍ରଶାସନ ପ୍ରଦାନ କରିଥିବା ବେଳେ ମୁଣ୍ଡିପଦର ଓ ମନୁପାଲି ପ୍ୟାକ୍ସ ସଂପାଦକ ଙ୍କ ନିଲମ୍ବିତ ବଳବତ୍ତର ରହିଛି । ସେପଟେ ସଂପାଦକ ଙ୍କ ପୁନଃ ନିଯୁକ୍ତିକୁ ଜିଲ୍ଲା ବିଜେପି ବିରୋଧ କରିବା ସହ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.