ବୌଦ୍ଧ: କୋରୋନା ଲକଡାଉନ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ବୌଦ୍ଧ ଜିଲ୍ଲାର ପ୍ରାୟ 7 ହଜାର ଶ୍ରମିକ ଫସି ରହିଛନ୍ତି । ଚତୁର୍ଥ ପର୍ଯ୍ୟାୟ ଲକଡାଉନ ନିୟମ କୋହଳ ହେବା ପରେ ମଙ୍ଗଳବାର ସୁଦ୍ଧା ବୌଦ୍ଧ ଜିଲ୍ଲାକୁ 934 ଜଣ ପ୍ରବାସୀ ଶ୍ରମିକ ଫେରି ବିଭିନ୍ନ ପଞ୍ଚାୟତ କ୍ବାରେନଣ୍ଟାଇନ ସେଣ୍ଟରରେ ରହୁଛନ୍ତି । ହେଲେ ଏବେ ବି ବିଭିନ୍ନ ରାଜ୍ୟରେ 6 ହଜାରରୁ ଅଧିକ ପ୍ରବାସୀ ଫସି ରହିଛନ୍ତି । ସେମାନଙ୍କୁ ଫେରାଇ ଆଣିବାକୁ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
![BJP memorandum](https://etvbharatimages.akamaized.net/etvbharat/prod-images/od-boud-03-satya-bjp5-avb-od10020_19052020163236_1905f_02166_283.jpg)
ପ୍ରକାଶ ଥାଉ କି ଜିଲ୍ଲାର 28 ଗୋଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଥିବା 762 ଜଣ ପ୍ରବାସୀଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ ହୋଇ 496 ଜଣଙ୍କ ରିପୋର୍ଟ ହସ୍ତଗତ ହୋଇଛି । ଯେଉଁଥିରୁ 491 ଜଣଙ୍କ ରିପୋର୍ଟ ନେଗେଟିଭ ଥିବା ବେଳେ 5 ଜଣଙ୍କ ପଜିଟିଭ ରିପୋର୍ଟ ବାହାରିଛି । ବାକି 266 ଜଣଙ୍କ ରିପୋର୍ଟ ଆସିବାକୁ ଅପେକ୍ଷା ରହିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ