ETV Bharat / state

ଅବ୍ୟବସ୍ଥା ଘେରରେ ଧାନ ମଣ୍ଡି; ବୌଦ୍ଧରେ ବିଜେପି କୃଷକ ମୋର୍ଚ୍ଚାର ପ୍ରତିବାଦ

author img

By ETV Bharat Odisha Team

Published : Jan 13, 2024, 8:39 AM IST

Irregularities In Paddy Procurement: ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡି । ଧାନ ମଣ୍ଡିରେ ବର୍ତ୍ତମାନ ଦଲାଲମାନେ ସକ୍ରିୟ ହୋଇ ଉଠିଥିବା ବେଳେ ଚାଷୀ କଟନୀ ଛଟନୀ ଯୋଗୁଁ ଅତିଷ୍ଠ ହୋଇପଡିଛନ୍ତି । ଅଧିକ ପଢ଼ନ୍ତୁ

ଅବ୍ୟବସ୍ଥା ଘେରରେ ଧାନମଣ୍ଡି
ଅବ୍ୟବସ୍ଥା ଘେରରେ ଧାନମଣ୍ଡି

ବୌଦ୍ଧ: ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡି । ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ବର୍ତ୍ତମାନ ଦଲାଲମାନେ ସକ୍ରିୟ ହୋଇଉଠିଥିବା ବେଳେ ଚାଷୀ କଟନୀ ଛଟନୀ ଯୋଗୁଁ ଅତିଷ୍ଠ ହୋଇପଡିଛନ୍ତି । ଏହା ବିରୋଧରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ପ୍ରତିବାଦ ପ୍ରଦର୍ଶନ ସହିତ ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

ଧାନମଣ୍ଡିରେ କଟନୀ ଛଟନୀ କାରଣରୁ ନୟାନ୍ତ ହୋଇପଡ଼ିଛି ଚାଷୀ । ବର୍ଷସାରାର ଝାଳବୁହା ପରିଶ୍ରମର ଫଳ ପାଇବା ସମୟ ଆସିଲା ବେଳକୁ ଏହିଭଳି ଘଟଣା ନିରାଶ କରୁଛି ଚାଷୀ କୂଳକୁ । ଗୋଟିଏ ପଟରେ ଚାଷୀ କଟନୀ ଛଟନୀରେ ଛନ୍ଦି ହୋଇପଡିଥିବା ବେଳେ ଏହାର ସୁଯୋଗ ନେଇ ଦଲାଲମାନେ ସକ୍ରିୟ ହୋଇଉଠିଛନ୍ତି । ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ଧାନ ମଣ୍ଡିରୁ ଉଠିପାରୁ ନଥିବା ବେଳେ ଦିନ ରାତି ଚାଷୀ ନିଜ ଧାନକୁ ଜଗି ରହିଛି । ଜିଲ୍ଲାରେ ଅବ୍ୟବସ୍ଥିତ ଢଙ୍ଗରେ ଚାଲିଛି ଧାନ କ୍ରୟ ପ୍ରକ୍ରିୟା । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ସମୁଦାୟ ଷାଠିଏ ଗୋଟି ଧାନ କ୍ରୟ କେନ୍ଦ୍ରରେ ଚାଲିଛି ଧାନ କ୍ରୟ ପ୍ରକ୍ରିୟା । କିନ୍ତୁ ଜିଲ୍ଲାର ଅଧିକାଂଶ ଧାନ ମଣ୍ଡିରେ ବ୍ୟାପକ ବିଶୃଙ୍ଖଳା ପରିଲକ୍ଷିତ ହୋଇଛି । ଅଧିକାଂଶ ଧାନ ମଣ୍ଡିରେ ପିଣ୍ଡି ଅଭାବରୁ ପଡିଆ ନଚେତ କୌଣସି ଅପନ୍ତରା ସ୍ଥାନରେ ଧାନ କ୍ରୟ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ... ପ୍ଲାଷ୍ଟିକ ପାଇଁ ବିପଦରେ ଗୋ-ମାତା, ମରଣ ମୁହଁକୁ ଠେଲି ଦେଉଛି ପୌର ପ୍ରଶାସନ !

ପାନୀୟଜଳର ଅଭାବ ସାଙ୍ଗକୁ ଆଲୋକିକରଣ ବ୍ୟବସ୍ଥା ଅନେକ ସ୍ଥାନରେ ନଥିବାରୁ ମୋବାଇଲ ଲାଇଟରେ ଚାଷୀ ସନ୍ଧ୍ୟା ସମୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ କ୍ବିଣ୍ଟାଲ ପ୍ରତି ତିନିରୁ ପାଞ୍ଚ କେଜି ପର୍ଯ୍ୟନ୍ତ କଟନୀ ଛଟନୀ ଏବଂ ଏକ୍ୟୁ ନାଁରେ କଟାଯାଇ ଚାଷୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ଏହାଛଡା ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଲାଲମାନେ ସକ୍ରିୟ ହୋଇ ସେମାନଙ୍କ ଦ୍ବାରା ହିଁ ଅଧିକାଂଶ ସ୍ଥାନରେ ମଣ୍ଡି ପରିଚାଳିତ ହେଉଥିବା ଅଭିଯୋଗ ହୋଇଛି ।

ଏଥିରେ ଯୋଗାଣ ବିଭାଗ ଓ ସମବାୟ ବିଭାଗର କରିତକର୍ମା ବାବୁମାନେ ମିଲର୍ସଙ୍କ ସହିତ ମିଶି ସମସ୍ତ ବିଷୟକୁ ଚୂଡାନ୍ତ କରୁଛନ୍ତି । ଶୁକ୍ରବାର ବୌଦ୍ଧ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ପ୍ରତନିଧି ଦଳ ଏହି ଧାନ କ୍ରୟ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏସବୁ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ କୃଷକ ମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.