ETV Bharat / state

ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଫଳକ ଭାଙ୍ଗିବାକୁ ବିଜେପିର ନିନ୍ଦା

author img

By

Published : Aug 2, 2022, 12:45 PM IST

ବୌଦ୍ଧ ଜିଲ୍ଲା ସଦର ପୁରୁଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦୁଇ ସ୍ବାଧୀନତା ସଂଗ୍ରାମୀ ପ୍ରହଲ୍ଲାଦ ବିଶି ଓ ପ୍ରେମଶଙ୍କର ପଟ୍ଟନାୟକଙ୍କ ସ୍ମୃତି ଫଳକ ଭାଙ୍ଗିବା ଘଟଣାକୁ ନେଇ ସାରା ଜିଲ୍ଲାରେ ଉତ୍ତେଜନା ସୃଷ୍ଟି ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି । ଅଧିକ ପଢ଼ନ୍ତୁ

ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଫଳକ ଭାଙ୍ଗିବାକୁ ବିଜେପିର ନିନ୍ଦା
ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଫଳକ ଭାଙ୍ଗିବାକୁ ବିଜେପିର ନିନ୍ଦା

ବୌଦ୍ଧ: ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଫଳକ ଭାଙ୍ଗିବା ଘଟଣାକୁ ନେଇ ସାରା ଜିଲ୍ଲାରେ ଉତ୍ତେଜନା । ସାମ୍ବାଦିକ ସମ୍ମିଳନୀରେ ଏଭଳି ଘଟଣା ଘଟାଇଥିବା ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି । ବୌଦ୍ଧ ଗସ୍ତ ସମୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏଭଳି ଘଟଣାର ତୀବ୍ର ନିନ୍ଦା କରିଥିଲେ ।

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ସଦର ପୁରୁଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ସ୍ବାଧୀନତା ସଂଗ୍ରାମୀ ପ୍ରହଲ୍ଲାଦ ବିଶି ଓ ପ୍ରେମଶଙ୍କର ପଟ୍ଟନାୟକଙ୍କ ସ୍ମୃତିରେ ଫଳକ ସ୍ଥାପନ ହୋଇଥିଲା । ତେବେ ପ୍ରାୟ କୋଡିଏ ବର୍ଷ ହେଲା ଉକ୍ତ ସ୍ଥାନରୁ ବ୍ଲକ କାର୍ଯ୍ୟାଳୟ ମୁର୍ଷୁଣ୍ଡିକୁ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ସେହି ଜାତୀୟ ସ୍ମାରକୀ ସେଠାରେ ହିଁ ରହିଗଲା । ଏହା ଉପରେ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡିଲାନାହିଁ । ଫଳରେ ଉକ୍ତ ସ୍ମାରକ ସ୍ଥଳୀଟି ପରିତ୍ୟକ୍ତ ହୋଇ ପଡ଼ି ରହିଥିବା ପୂର୍ବରୁ ଈଟିଭି ଭାରତରେ ଖବର ପ୍ରସାରିତ ହୋଇଥିଲା ।

ତେବେ ଗତ ଚାରିଦିନ ପୂର୍ବରୁ ଉକ୍ତ ସ୍ମୃତି ଫଳକକୁ ଅନ୍ୟତ୍ର ସ୍ଥାନାନ୍ତର ସମୟରେ ତାହା ଦୁଇଖଣ୍ଡ ହୋଇଯିବା ସହିତ ସେଥିରେ ସାଇକେଲ ଟାୟାର ଗଳାଇ ରଖିଦିଆଗଲା । ଏ ସମ୍ପର୍କରେ ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ ରାତି ଅଧିଆ ଉକ୍ତ ଫଳକକୁ କାଢିବା ସମୟରେ ତାହା ଆହୁରି ତିନି ଚାରି ଖଣ୍ଡ ହୋଇ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.