ETV Bharat / state

Municipal Election: ବୌଦ୍ଧରେ ବିଜେଡିର ଜମୁଛି ପ୍ରଚାର - ବୌଦ୍ଧରେ ବିଜେଡିର ଜମୁଛି ପ୍ରଚାର

ପାଖେଇ ଆସୁଛି ପୌର ନିର୍ବାଚନ। ଏନେଇ ଚଳଚଞ୍ଚଳ ହୋଇଉଠିଛି ସହରାଞ୍ଚଳ । ବୌଦ୍ଧ ଜିଲ୍ଲାରେ ଏକ ମାତ୍ର ଏମଏସି ଥିବାବେଳେ ଏହାକୁ ହାତେଇବା ନେଇ ପ୍ରାର୍ଥୀଙ୍କ ରଣନୀତି ପ୍ରସ୍ତୁତ ହେଉଛି । ଅଧିକ ପଢ଼ନ୍ତୁ

bjd candidate campaigning for municipal election in boudh
Municipal Election: ବୌଦ୍ଧରେ ବିଜେଡିର ଜମୁଛି ପ୍ରଚାର
author img

By

Published : Mar 15, 2022, 3:14 PM IST

ବୌଦ୍ଧ: ପାଖେଇ ଆସୁଛି ପୌର ନିର୍ବାଚନ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସହରାଞ୍ଚଳ । ବୌଦ୍ଧ ଜିଲ୍ଲାରେ ଏକ ମାତ୍ର ଏମଏସି ଥିବାବେଳେ ଏହାକୁ ହାତେଇବା ନେଇ ପ୍ରାର୍ଥୀଙ୍କ ରଣନୀତି ପ୍ରସ୍ତୁତ ହେଉଛି ।

Municipal Election: ବୌଦ୍ଧରେ ବିଜେଡିର ଜମୁଛି ପ୍ରଚାର

ବୌଦ୍ଧ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ପୌର ନିର୍ବାଚନ ପାଇଁ ବିଜେଡି ଦଳର ପ୍ରଚାର ଅଭିଯାନ । ଜିଲ୍ଲାର ଏକମାତ୍ର ଏନଏସି ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଡୋରଟୁ ଡୋର କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଗତ ଦୁଇ ଦିନ ପୂର୍ବରୁ ବିଜେପି ଦଳ ସହରର ବିଭିନ୍ନ ବସ୍ତିରେ ପହଞ୍ଚି ମାରାଥନ ପ୍ରଚାର ଆରମ୍ଭ କରିଥିଲା। ତେବେ ଆଜି ବିଜେଡି ଦଳ 6 ନମ୍ବର ଓ୍ବାର୍ଡରୁ ପ୍ରଚାର ଆରମ୍ଭ କରିଛି । ବିଜେଡି ଦଳ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ଆଧାର କରି ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛି। ଏଥିସହ ଦଳ ଭଲ ପ୍ରଦର୍ଶନ କରି ବିଜୟୀ ହେବ ବୋଲି ବିଧାୟକ ଆଶା ପ୍ରକାଶ କରିଛନ୍ତି । ସେପଟେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଏନଏସି ହାତେଇବା ପାଇଁ ଜୋରଦାର କସରତ କରୁଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.