ETV Bharat / state

ବୌଦ୍ଧରେ 3 ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ

ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ ଦଳୀୟ କର୍ମୀଙ୍କ ସହ ଏକ ବିରାଟ ରୋଡଶୋରେ ଆସି ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସେହିପରି କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ତଥା ଯୁବନେତା ଅବକାଶ ସାହୁ ନିଜ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Mar 25, 2019, 10:34 PM IST

ବୌଦ୍ଧ: ନିର୍ବାଚନ ପାଇଁ ସାରା ରାଜ୍ୟରେଆଲୋଚନା, ପର୍ଯ୍ୟାଲୋଚନା ଚାଲିଥିବାବେଳେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରୁଛନ୍ତି । ବୌଦ୍ଧ ଜିଲ୍ଲାରେ ଦୁଇଟି ଆସନ ନିମନ୍ତେ ଆଜି ମଧ୍ୟ ନାମାଙ୍କନ ଦାଖଲ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ମୋଟ୩୩ସେଟ ପ୍ରାର୍ଥୀପତ୍ର ଜିଲ୍ଲାର ଦୁଇଟି ଆସନ ନିମନ୍ତେ ବିକ୍ରୟ ହୋଇଥିଲେ ମଧ୍ୟ ଆଜି ବୌଦ୍ଧ ଆସନ ନିମନ୍ତେ କେବଳ ବିଜେଡି ଓ ସିପିଆଇ ତଥା କଂଗ୍ରେସ ମେଣ୍ଟ ପ୍ରାର୍ଥୀ ଦୁଇଜଣ ନାମାଙ୍କନ ଦାଖଲ କରିଛନ୍ତି । ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏମିତିକି ଆଜି ମୋଟ ୩ଜଣ ପ୍ରାର୍ଥୀ କେବଳ ବୌଦ୍ଧ ଆସନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ବୌଦ୍ଧ ଆସନ ନିମନ୍ତେ ଶାସକ ଦଳ ଏଠାରେ ପୁରୁଖା ନେତା ତଥା ବର୍ତ୍ତମାନର ବାଚସ୍ପତି ପ୍ରଦାପ ଅମାତଙ୍କୁ ପ୍ରାର୍ଥୀ କରିଛି । ଆଜି ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ ଦଳୀୟ କର୍ମୀଙ୍କ ସହ ଏକ ବିରାଟ ରୋଡଶୋରେ ଆସି ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସେହିପରି କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ତଥା ଯୁବନେତା ଅବକାଶ ସାହୁ ନିଜ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ଅନ୍ୟପଟେ ଆସନ୍ତାକାଲି ବିଜେପି ପ୍ରାର୍ଥୀ, ସୁଶାନ୍ତ କୁମାର ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.