ETV Bharat / state

ପାରମ୍ପରିକ ଲୋକନୃତ୍ୟ ସଙ୍ଗୀତରେ କମ୍ପୁଛି ଭୈରବୀ ମହୋତ୍ସବ - ପାରମ୍ପାରିକ ଭୈରବୀ ମହୋତ୍ସବ

ବୌଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ମା’ ଭୈରବୀଙ୍କ ମହୋତ୍ସବ । ପାରମ୍ପାରିକ ଲୋକନୃତ୍ୟରେ ଦୁଲୁକୁଛି ମହୋତ୍ସବ ମଣ୍ଡପ । ସଂଗୀତର ତାଳେ ତାଳେ ନାଚିଲେ କଣ୍ଟାମାଳ ବିଧାୟକ । ଆଗକୁ ପଢ଼ନ୍ତୁ

ଭୈରବୀ ମହୋତ୍ସବ ମଣ୍ଡପ
ଭୈରବୀ ମହୋତ୍ସବ ମଣ୍ଡପ
author img

By ETV Bharat Odisha Team

Published : Nov 19, 2023, 10:42 PM IST

ଭୈରବୀ ମହୋତ୍ସବ

ବୌଦ୍ଧ: ଚାଲିଛି ବୌଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ମା’ ଭୈରବୀଙ୍କ ମହୋତ୍ସବ । ପାରମ୍ପାରିକ ଲୋକନୃତ୍ୟରେ ଦୁଲୁକୁଛି ମହୋତ୍ସବ ମଣ୍ଡପ । ନାଚଗୀତ ସାଙ୍ଗକୁ ଭଳି କି ଭଳି ଖାଦ୍ୟର ପସରା । ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖୁଛି ମହୋତ୍ସବ । କଳା ସଂସ୍କୃତିର ମହାମିଳନ ଘଟିଛି ମହୋତ୍ସବ ମଣ୍ଡପରେ । ସଂଗୀତର ତାଳେ ତାଳେ ନାଚିଲେ କଣ୍ଟାମାଳ ବିଧାୟକ ।

ଜିଲ୍ଲାର ଆରାଧ୍ୟ ଦେବୀ ମା’ ଭୈରବୀଙ୍କ ପୀଠର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆୟୋଜିତ ହେଉଛି ଭୈରବୀ ମହୋତ୍ସବ । ନାଚଗୀତ ସହିତ ଭଳି କି ଭଳି ଖାଦ୍ୟର ମଜା ଉଠାଉଛନ୍ତି ଦର୍ଶକ । ପାରମ୍ପରିକ ଲୋକନୃତ୍ୟ ଓ ସଂସ୍କୃତିର ଝଲକ ମହୋତ୍ସବ ମଣ୍ଡପରେ ଦେଖିବାକୁ ମିଳୁଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ମହୋତ୍ସବ ପଡ଼ିଆରେ ହଜାର ହଜାର ଲୋକଙ୍କ ଭିଡ଼ ଜମୁଛି । କଳା ସଂସ୍କୃତିର ମହାମିଳନ ଘଟିଛି ମହୋତ୍ସବ ମଣ୍ଡପରେ । ଅଞ୍ଚଳର ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବା ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ । କଳା ସଂସ୍କୃତିର ମଣ୍ଡପରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ ଯୋଗଦେଇଥିଲେ । ବୌଦ୍ଧ ଜିଲ୍ଲା ପୁରୁଣା କଟକ ଠାରେ ଦୀର୍ଘ 4 ଦିନ ଧରି ଚାଲିଥିବା ବେଳେ ଆଉ 2 ଦିନ ବାକି ରହିଛି ମହୋତ୍ସବ । ବୌଦ୍ଧ ଜିଲ୍ଲାର ବିଭିନ୍ନ ପାରମ୍ପରିକ ଲୋକ ନୃତ୍ୟ ସଙ୍ଗୀତ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳର ନୃତ୍ୟ କଳା ମହୋତ୍ସବ ମଣ୍ଡପରେ ପ୍ରଦର୍ଶିତ କରାଯାଉଛି ।

ପାରମ୍ପାରିକ ଲୋକନୃତ୍ୟରେ ଦୁଲୁକୁଛି ମହୋତ୍ସବ ମଣ୍ଡପ । ନାଚଗୀତ ସାଙ୍ଗକୁ ଭଳି କି ଭଳି ଖାଦ୍ୟର ପସରା ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖୁଛି । ମହୋତ୍ସବ ମଣ୍ଡପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ । ପୁରୁଣା କଟକର ହାଇସ୍କୁଲ ପଡ଼ିଆରେ ଶହେରୁ ଅଧିକ ବିଭିନ୍ନ ଷ୍ଟଲ ଖୋଲାଯାଇଛି । ବିଭିନ୍ନ ହାତ ତିଆରି ଘର କରଣା ସାମଗ୍ରୀ, ହସ୍ତତନ୍ତ ଲୁଗାପଟା, ବଡ଼ି ପାମ୍ପଡ ଭଳି ସ୍ବତନ୍ତ୍ର ଷ୍ଟଲରେ ପ୍ରବଳ ଭିଡ଼ ଦେଖାଯାଉଛି । ଏହାଛଡା ବିଭିନ୍ନ ଖାଦ୍ୟ ଷ୍ଟଲରେ ପାରମ୍ପରିକ ଖାଦ୍ୟ ଓ ମହିଳା ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ସୁସ୍ବାଦୁ ଖାଦ୍ୟର ସମ୍ଭାର ସମସ୍ତଙ୍କ ପ୍ରଥମ ପସନ୍ଦ ରହିଛି । ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ମହୋତ୍ସବରେ ନିଜ ଷ୍ଟଲ ଖୋଲିଥିବା ଦେଖିବାକୁ ମିଳିଛି । ଏଥିରେ ବିଶେଷ ଆକର୍ଷଣ ହୋଇଥିଲା ପୁରୁଣା କଟକ ଓ ତିଲେଶ୍ବର ଅଞ୍ଚଳର ବାଉଁଶ ହସ୍ତକଳାର ସ୍ବତନ୍ତ୍ର ଷ୍ଟଲ ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦୁଝରରେ ୭୦ତମ ସର୍ବଭାରତୀୟ ସମବାୟ ସପ୍ତାହ ମହୋତ୍ସବ

ମହୋତ୍ସବ ମଣ୍ଡପରେ ପାରମ୍ପରିକ ନୃତ୍ୟ ସଙ୍ଗୀତ ସହିତ ବୌଦ୍ଧ ଅଞ୍ଚଳର ଲୁପ୍ତପ୍ରାୟ ଲୋକକଳା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲା । ମହୋତ୍ସବର ତୃତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ରୂପେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହୋଇଥିଲେ ଟେଲି ଅଭିନେତ୍ରୀ ସିମ୍ରନ । ଏହାଛଡା ସଂଗୀତର ତାଳେ ତାଳେ କଣ୍ଟାମାଳ ବିଧାୟକ ମଧ୍ୟ ଠୁମୁକା ଲଗାଇ ନାଚିଥିଲେ । ଆସନ୍ତା ଏକୋଇଶି ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଜାରି ରହିବ ବୋଲି ମହୋତ୍ସବ କମିଟି ପକ୍ଷରୁ ସୂଚନା ମିଳିଛି ।

ଈଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.