ETV Bharat / state

ଗାଁ ମୁହାଁ ମହାବଳ, ଲୋକେ ଆତଙ୍କିତ

author img

By

Published : Oct 23, 2021, 11:55 AM IST

ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ବୁଲୁଛି ରୟାଲ ବେଙ୍ଗଲ ଟାଇଗର । ସ୍ଥାନୀୟ ଲୋକେ ଆତଙ୍କିତ। ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ତଳଗାଁ ପଞ୍ଚାୟତ ଗଣ୍ଡାପାଜୁ ଗ୍ରାମ ନିକଟସ୍ଥ ଜଙ୍ଗଲରେ । ଅଧିକ ପଢନ୍ତୁ...

ଗାଁ ମୁହାଁ ମହାବଳ, ଲୋକେ ଆତଙ୍କିତ
ଗାଁ ମୁହାଁ ମହାବଳ, ଲୋକେ ଆତଙ୍କିତ

ବୌଦ୍ଧ: ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ବୁଲୁଛି ଆରବିଟି ବା ରୟାଲ ବେଙ୍ଗଲ ଟାଇଗର । ମହାବଳ ବାଘର ଗର୍ଜନରେ କମ୍ପୁଛି ଅଞ୍ଚଳ। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ। ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ତଳଗାଁ ପଞ୍ଚାୟତ ଗଣ୍ଡାପାଜୁ ଗ୍ରାମ ନିକଟସ୍ଥ ଜଙ୍ଗଲରେ ।

ଗାଁ ମୁହାଁ ମହାବଳ, ଲୋକେ ଆତଙ୍କିତ

ବର୍ତ୍ତମାନ ସପ୍ତାହେ ହେଲା ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟର ଏକ ମହାବଳ ବାଘ ତଳଗାଁ ପଞ୍ଚାୟତ ଗଣ୍ଡାପାଜୁ ଗ୍ରାମ ନିକଟସ୍ଥ ଜଙ୍ଗଲରେ ବୁଲୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଗାଁର କିଛି ଗୋପାଳକ ଜଙ୍ଗଲରେ ମହାବଳ ବାଘ ସମ୍ବର, ବାରହା ମାରି ଖାଉଥିବା ଦେଖିବା ପରେ ଆଉ ଗାଇ ଚରାଇବାକୁ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳକୁ ଯାଉନାହାନ୍ତି । ତେବେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମହାବଳ ବାଘକୁ ଜଙ୍ଗଲର କୋର ଏରିଆକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।

ସେପଟେ ବୌଦ୍ଧ ଜିଲ୍ଲା ବନଖଣ୍ଡ ଅଧିନରେ ପାଞ୍ଚଟି ବନାଞ୍ଚଳ ବ୍ୟାପକ ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀ ଭରି ରହିଛନ୍ତି । କିନ୍ତୁ ବନ ବିଭାଗର କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଯୋଗୁଁ ଅନେକ ଜଙ୍ଗଲରୁ ବ୍ୟାପକ କାଠ ଚୋରାଚାଲାଣ ହେବା ସହିତ ବନ୍ୟପ୍ରାଣୀଙ୍କ ଚମଡା, ଦାନ୍ତ, ନଖ, ଶିଙ୍ଗ ଆଦି ମାଫିଆଙ୍କ ସହଯୋଗରେ ଚାଲାଣ ହେଉଛି । ଯାହାକୁ ରୋକିବାରେ ଅସମର୍ଥ ହେଉଛି ବନ ବିଭାଗ। ଏପଟେ ଗତ କିଛି ଦିନ ମଧ୍ୟରେ ଏସଟିଏଫ ମନମୁଣ୍ଡା ଅଞ୍ଚଳରୁ ତିନି ତିନି ଥର ବାଘଛାଲ ରାକେଟକୁ ଧରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.