ETV Bharat / state

ହିତାଧିକାରୀଙ୍କୁ ବ୍ୟାଙ୍କିଂ ସେବା ମାଧ୍ୟମରେ ମିଳିବ ଭତ୍ତା

author img

By

Published : Jun 1, 2023, 3:04 PM IST

ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ସମସ୍ତ ଅସହାୟ ହିତାଧିକାରୀଙ୍କ ଘର ମୁହଁରେ ଯୋଗାଇ ଦିଆଯିବ ସାମାଜିକ ସୁରକ୍ଷାର ସହାୟତା ରାଶି ।ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସମ୍ପୃକ୍ତ ବ୍ୟାଙ୍କର ସିଏସ୍‌ପି ପକ୍ଷରୁ ହିତାଧିକାରୀଙ୍କ ଘରେ ପହଞ୍ଚି ସହାୟତା ଯୋଗାଇବା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

old age pension distribution
old age pension distribution
ବ୍ୟାଙ୍କିଂ ସେବା ମାଧ୍ୟମରେ ମିଳିବ ଭତ୍ତା

ବୌଦ୍ଧ: ସାମାଜିକ ସୁରକ୍ଷା ଯୋଜନା ସରକାରଙ୍କ କଲ୍ୟାଣକାରୀ ଯୋଜନା । ଏହାଦ୍ବାରା ଅନେକ ଗରିବ, ଅସହାୟ, ଭିନ୍ନକ୍ଷମ, ବିଧବା, ବୃଦ୍ଧ ବୃଦ୍ଧା ଉପକୃତ ହୋଇ ପାରୁଛନ୍ତି । ଅନ୍‌ଲାଇନ୍‌ରେ ବ୍ୟାଙ୍କ୍‌ ପାସ୍‌ବୁକ ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆର୍ଥିକ ସହାୟତା ସମୟରେ ହିତାଧିକାରୀ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଥିଲେ । ବିଶେଷ ଭାବରେ ଅସହାୟ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ପୌରାଞ୍ଚଳରେ ଆରମ୍ଭ ହୋଇଛି ଡୋର ଟୁ ଡୋର ହେଲ୍ପ ସର୍ଭିସ୍‌ ।

ଜିଲ୍ଲାରେ ସାମାଜିକ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହି ଆସିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଥିବା ଅସହାୟ, ଭିନ୍ନକ୍ଷମ, ବିଧବା, ବୃଦ୍ଧ ବୃଦ୍ଧା ଙ୍କୁ ଚିହ୍ନଟ କରି ସରକାରୀ ଯୋଜନାରେ ସାମିଲ କରାଯାଉଛି । ପୂର୍ବରୁ ଏହି ଯୋଜନାରେ ପଞ୍ଚାୟତ ଓ ପୌରାଞ୍ଚଳ ଜରିଆରେ ଆର୍ଥିକ ସହାୟତା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଥିଲା । କିନ୍ତୁ ପରବର୍ତ୍ତିତ ସମୟରେ ଏହି ସହାୟତା ରାଶି ଅନ୍‌ଲାଇନ୍‌ ତଥା ଆକାଉଣ୍ଟ ମାଧ୍ୟମରେ ହିତାଧିକାରୀଙ୍କୁ ପ୍ରଦାନ ପରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା ।

ତେବେ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ୍‌ ସମେତ ଏକମାତ୍ର ପୌରାଞ୍ଚଳରେ ସମୁଦାୟ 56 ହାଜାର 756 ଜଣ ହିତାଧିକାରୀ ସରକାରଙ୍କ ଏହି କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଭତ୍ତା ପାଉଛନ୍ତି । ଅନେକ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଅନେକ ହିତାଧିକାରୀ ଅସହାୟ ଅବସ୍ଥାରେ ରହିଥିବା ବେଳେ ସେମାନେ ଆଜି ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇ ପାରି ନାହାନ୍ତି । ତେଣୁ ବର୍ତ୍ତମାନ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ପ୍ରତ୍ୟେକ ସୋମବାର ଅନୁଷ୍ଠିତ ହେଉଥିବା ଜନଶୁଣାଣୀ କାର୍ଯ୍ୟକ୍ରମରେ ଏଭଳି ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଉଛନ୍ତି ।

ସରକାରୀ ବ୍ୟବସ୍ଥା ଅନୁଯାୟୀ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ରାଶି ଯାଉଥିବା ବ୍ୟବସ୍ଥା ତଥା ଅନଲାଇନ ପ୍ରକ୍ରିୟା ଯୋଗୁଁ ଏଭଳି ଯୋଜନାରେ ବ୍ୟାପକ ସମସ୍ୟା ପରିଲକ୍ଷିତ ହେଉଛି । ହିତାଧିକାରୀଙ୍କ ଏଭଳି ସମସ୍ୟାକୁ ଲକ୍ଷ୍ୟ କରି ବୌଦ୍ଧ ଜିଲ୍ଲାପାଳ ବିଭିନ୍ନ ବ୍ୟାଙ୍କ୍‌ ସହିତ ଆଲୋଚନା କରି ସିଏସ୍‌ପିଙ୍କ ଜରିଆରେ ଅସହାୟ, ଶଯ୍ୟାଶାୟୀ ହିତାଧିକାରୀଙ୍କ ନିକଟରେ ପହଞ୍ଚି ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ କିଛି ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନ ସହିତ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବୌଦ୍ଧ ଗସ୍ତରେ ଆସି ବନ୍ଧାପଥର, ଟାଙ୍ଗରପାଲି ଅଞ୍ଚଳରେ ହିତାଧିକାରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ଫେରିଥିଲେ । ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ପ୍ରଥମଥର ପାଇଁ ପିପିପି ମୋଡରେ ଷ୍ଟେଟବ୍ୟାଙ୍କ୍‌ର ସିଏସପି ଜରିଆରେ ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ବୌଦ୍ଧ ଗଡ଼ ଏନଏସିର ବିଭିନ୍ନ ବସ୍ତିରେ ଏଭଳି ସହାୟତା ପ୍ରଦାନ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ଓଡ଼ିଶାର ବୌଦ୍ଧ ଜିଲ୍ଲାର ପୌରାଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ସୂଚନା ମିଳିଛି । ବୌଦ୍ଧ ପୌରାଞ୍ଚଳରେ ସମୁଦାୟ 1331 ଜଣ ହିତାଧିକାରୀ ଏହି ଯୋଜନାରେ ସାମିଲ ଥିବା ବେଳେ ମଙ୍ଗଳବାର ଦିନ ବିଭିନ୍ନ ବସ୍ତିରେ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା । ପ୍ରଥମ ଦିନରେ ବିଳମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ଖୋଦ ବୌଦ୍ଧ ଉପଜିଲ୍ଲାପାଳ, ନଗରପାଳ, ଷ୍ଟେଟବ୍ୟାଙ୍କର ବରିଷ୍ଠ ଅଧିକାରୀ ବିଭିନ୍ନ ବସ୍ତିରେ ପହଞ୍ଚି ହିତାଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ସହାୟତା ଯୋଗାଇ ଦେଇଥିଲେ । ଏହି ଯୋଜନା ସଫଳ ହେଲେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଂ ସେବା ମାଧ୍ୟମରେ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.