ETV Bharat / state

ମିଳୁନି ସରକାରୀ ସହାୟତା, ପିଡିଙ୍କ ନିକଟରେ ପହଞ୍ଚିଲେ ଶତାଧିକ ଗରିବ ହିତାଧିକାରୀ

author img

By

Published : Dec 4, 2020, 4:23 PM IST

ପଞ୍ଚାୟତ ଓ ବ୍ଲକରୁ ନିରାଶ ହେବାପରେ ଶତାଧିକ ଗରିବ ହିତାଧିକାରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟି ଗୁହାରି କରିଥିଲେ । ମଥୁରା ପଞ୍ଚାୟତରେ ଗରିବ ତଥା ଅସହାୟ ଲୋକଙ୍କୁ ସରକାରୀ ଯୋଜନାରୁ ବାଦ ଦିଆଯାଉଥିବା ଅଭିଯୋଗ ହୋଇଛି ।

ହକ୍‌ ପାଇବା ପାଇଁ ପିଡିଙ୍କ ନିକଟରେ ପହଞ୍ଚିଲେ ଶତାଧିକ ଗରିବ ହିତାଧିକାରୀ

ବୌଦ୍ଧ: ପଞ୍ଚାୟତର ପ୍ରକୃତ ହିତାଧିକାରୀଙ୍କୁ ମିଳିପାରୁନି ସରକାରୀ ସହାୟତା । ଅବିବାହିତ ମହିଳାଙ୍କୁ ଦୀର୍ଘ ଦିନ ପରେ ମଧ୍ୟ ସରକାରୀ ଯୋଜନାରେ ସାମିଲ କରାଯାଉ ନଥିବା ବେଳେ 70ବର୍ଷର ବୃଦ୍ଧଙ୍କୁ 27ବର୍ଷ ଦର୍ଶାଇ କୌଣସି ଯୋଜନାରେ ସାମିଲ କରାଯାଉ ନାହିଁ । ମଥୁରା ପଞ୍ଚାୟତରେ ଗରିବ ତଥା ଅସହାୟ ଲୋକଙ୍କୁ ସରକାରୀ ଯୋଜନାରୁ ବାଦ ଦିଆଯାଉଥିବା ଅଭିଯୋଗ ହୋଇଛି ।

ପ୍ରକୃତ ହିତାଧିକାରୀ ସରକାରୀ ଯୋଜନା ଠାରୁ ଢେର ଦୂରରେ । ସାମାଜିକ ସୁରକ୍ଷା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ ନଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟରେ ଗୁହାରି ପରେ କୌଣସି ସୁଫଳ ନମିଳିବାରୁ ସିଧାସଳଖ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ପହଞ୍ଚି ଥିଲେ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତରେ ଗରିବ ତଥା ଅସହାୟ ଲୋକଙ୍କୁ ସରକାରୀ ଯୋଜନାରୁ ବାଦ ଦିଆଯାଉଥିବା ଅଭିଯୋଗ ହୋଇଛି । ପଞ୍ଚାୟତର କେତେକ ଅବିବାହିତ ମହିଳା ଦୀର୍ଘ ଦିନ ଧରି ସରକାରୀ ଯୋଜନାରେ ସାମିଲ ପାଇଁ ଗୁହାରି କରୁଥିଲେ ମଧ୍ୟ ସେମାନଙ୍କୁ ଭତ୍ତା କିମ୍ବା ଅନ୍ୟ କୌଣସି ଯୋଜନାରେ ସାମିଲ କରାଯାଉ ନଥିବା ଅଭିଯୋଗ ହୋଇଛି ।

ସେହିପରି 70ବର୍ଷର ବୃଦ୍ଧଙ୍କୁ ସତେଇଶ ବର୍ଷ ଦର୍ଶାଇ କୌଣସି ସରକାରୀ ଯୋଜନାରେ ସାମିଲ କରାଯାଉ ନାହିଁ । ଗୁରିବାର ଏଭଳି ଅନେକ ଅଭିଯୋଗ ନେଇ ପଞ୍ଚାୟତ ଓ ବ୍ଲକରୁ ନିରାଶ ହେବାପରେ ଶତାଧିକ ଗରିବ ହିତାଧିକାରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟି ଗୁହାରି କରିଥିଲେ । ଏଭଳି ଚଞ୍ଚକତା ପୂର୍ଣ୍ଣ ତଥା ଆଶ୍ଚର୍ଯ୍ୟ ଜନକ ଘଟଣା ଶୁଣି ଖୋଦ ପିଡି ଚକିତ ହୋଇଯାଇଥିଲେ । ତେବେ ଆଗାମୀ ଦିନରେ ଏହାର ତଦନ୍ତ କରାଯାଇ ପ୍ରକୃତ ହିତାଧିକାରୀଙ୍କ ଚିହ୍ନଟ କରାଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.