ETV Bharat / state

ବାଟବଣା ଖାଦ୍ୟ ସୁରକ୍ଷା ଯୋଜନା, ମୁଠାଏ ଚାଉଳ ପାଇଁ ହନ୍ତସନ୍ତ ଲୋକେ

author img

By ETV Bharat Odisha Team

Published : Dec 1, 2023, 1:10 PM IST

ବୌଦ୍ଧ ଜିଲ୍ଲାରେ ପିଡିଏସ ଚାଉଳ ବାଟମାରଣା ହେଉଥିବା ଅଭିଯୋଗ । ରାସନ କାର୍ଡ ଥାଇ ବି ଚାଉଳ ପାଉନାହାନ୍ତି ହିତାଧିକାରୀ । ଅଧିକ ପଢନ୍ତୁ

huge corruption in pds rice
huge corruption in pds rice
corruption in pds rice

ବୌଦ୍ଧ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନରୁ ବଞ୍ଚିତ ପ୍ରକୃତ ହିତାଧିକାରୀ । ରାସନ କାର୍ଡଧାରୀଙ୍କ ପାଇଁ ଚାଉଳ ଆସୁଛି । କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ଏହା ପହଞ୍ଚି ପାରୁନାହିଁ । କାହାର ରାସନ କାର୍ଡ ଥାଇ ମଧ୍ୟ ଚାଉଳ ମିଳୁନଥିବା ବେଳେ ଆଉ କାହାକୁ ଆଜି ପର୍ଯ୍ୟନ୍ତ ରାସନକାର୍ଡ ମିଳିପାରି ନାହିଁ । ଫଳରେ ଚାଉଳ ମୁଠାଏ ପାଇଁ ଗରୀବଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ବୌଦ୍ଧ, ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଏହି ଅଭିଯୋଗ ସାମ୍ନାକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ-ପିଡିଏସ ଚାଉଳ ହଡ଼ପ ଅଭିଯୋଗ; ବ୍ଲକ ଅଫିସ ଘେରାଉ କଲେ ହିତାଧିକାରୀ

ତିନୋଟି ବ୍ଲକର ୬୯ ପଞ୍ଚାୟତରେ ଗରିବ ହିତାଧିକାରୀଙ୍କ ପାଇଁ ରାସନକାର୍ଡ ମାଧ୍ୟମରେ ଚାଉଳ ଯୋଗାଇ ଦିଆଯାଉଛି । କିନ୍ତୁ ଗରିବ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳ ହଡପ କରାଯାଉଥିବା ନେଇ ଅଭିଯୋଗ ହୋଇଆସୁଛି । ପିଡିଏସ ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା ତଥା ଦୁର୍ନୀତିକୁ ନେଇ ବାରମ୍ବାର ଅଭିଯୋଗ ହେଉଛି । ପଞ୍ଚାୟତର ଯୋଗାଣ କର୍ମଚାରୀ ତଥା ପଞ୍ଚାୟତର କର୍ମକର୍ତ୍ତାଙ୍କ ମିଲିଭଗତରେ ଏଭଳି ଘୋଟାଲା ଯୋଗୁଁ ସାଧାରଣ ଗରୀବ ଅସହାୟ ହିତାଧିକାରୀ ଚାଉଳ ମୁଠାଏ ପାଇବାରୁ ବଞ୍ଚିତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-ହରଭଙ୍ଗା ବ୍ଲକରେ ଅପହଞ୍ଚ ସରକାରୀ ଯୋଜନା, ବଢୁଛି ଜନ ଅସନ୍ତୋଷ

ଏହାଛଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ରାସନ କାର୍ଡରୁ ନାଁ ବାଦ ପଡିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ରାସନ କାର୍ଡଟିଏ ପାଇଁ ହିତାଧିକାରୀମାନେ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହେଲେଣି । ଶେଷରେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି ପାଇଁ ମଧ୍ୟ ପହଞ୍ଚୁଛନ୍ତି । ପ୍ରତ୍ୟେକ ସୋମବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ସମୟରେ ରାସନ କାର୍ଡ ନମିଳିବା ଓ ହିତାଧିକାରୀଙ୍କ ଚାଉଳ ହଡପ ଘଟଣା ବାରମ୍ବାର ପ୍ରଶାସନର ନଜରକୁ ଆସୁଛି । ଚାଉଳ ଯୋଗାଣରେ ଦୁର୍ନୀତିକୁ ନେଇ ପଞ୍ଚାୟତ କର୍ତ୍ତୃପକ୍ଷ ଯୋଗାଣ ବିଭାଗ ଆଡ଼କୁ ଦୋଷ ଦେଉଥିବା ବେଳେ ଯୋଗାଣ ବିଭାଗ ପଞ୍ଚାୟତ ଆଡ଼କୁ ଦୋଷ ଦେଉଛି । ତେବେ ଏଭଳି କ୍ଷେତ୍ରରେ ସାଧାରଣ ଗରିବ ଅସହାୟ ହିତାଧିକାରୀ ସରକାରଙ୍କ ଏହି କଲ୍ୟାଣକାରୀ ଯୋଜନାରୁ ବାଦ ପଡୁଛନ୍ତି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.