ETV Bharat / state

ସରକାରୀ ଯୋଜନାରୁ ବଞ୍ଚିତ ଗରିବ ପରିବାର, ଜରିପାଲ ତଳେ ବିତୁଛି ଜୀବନ

author img

By

Published : Jul 27, 2023, 3:28 PM IST

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଉପାନ୍ତ ଖମନମୁଣ୍ଡା ପଞ୍ଚାୟତର ଏକ ପରିବାର ପାଇଁ ସରକରା ଯୋଜନା ସାତ ସପନ ହୋଇଛି । ଅଧିକ ପଢନ୍ତୁ

family deprived from government scheme
ଜରିପାଲ ତଳେ ବିତୁଛି ଜୀବନ
ଜରିପାଲ ତଳେ ବିତୁଛି ଜୀବନ

ବୌଦ୍ଧ: ସରକାରୀ ଯୋଜନାରୁ ବଞ୍ଚିତ ଗୋଟିଏ ପରିବାରର ପାଞ୍ଚ ପ୍ରାଣୀ । ବର୍ତ୍ତମାନ ଅତ୍ୟନ୍ତ ଅସହାୟ ଅବସ୍ଥାରେ ପରିବାର ରହୁଥିବା ନେଇ ଅଭିଯୋଗ ହୋଇଛି । ନିଜର ବୋଲି କିଛି ନାହିଁ । ଜରି ପାଲ ତଳେ ଜୀବନ ବିତୁଛି । ବାରମ୍ବାର ପ୍ରଶାସନ ନିକଟରେ ଗୁହାରି ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି ।

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ସରକାରଙ୍କ ମାଳମାଳ ଯୋଜନା ଥାଇ ବି ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏହା ମିଳିବା କଷ୍ଟକର ହୋଇପଡିଛି । ଜିଲ୍ଲାର ଏଭଳି ଅନେକ ଅଞ୍ଚଳରେ ଗରିବ ଅସହାୟଙ୍କ ଏଭଳି କରୁଣ ଚିତ୍ର ସମ୍ମୁଖକୁ ବାରମ୍ବାର ଆସୁଥିବା ବେଳେ ପୁଣି ଏକ ଅସହାୟ ପରିବାରର କରୁଣ ଚିତ୍ର ସମ୍ମୁଖକୁ ଆସିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା କିନ୍ତୁ ଦୁର୍ଗମ ତଥା ଉପାନ୍ତ ଅଞ୍ଚଳର ହିତାଧିକାରୀଙ୍କ ନିକଟରେ ଏସବୁ ଯୋଜନା ସାତ ସପନ ହୋଇ ରହିଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଉପାନ୍ତ ଖମନମୁଣ୍ଡା ପଞ୍ଚାୟତର ଏକ ପରିବାର ପାଇଁ ସରକାରୀ ଯୋଜନା ସାତ ସପନ ହୋଇଛି । ପଞ୍ଚାୟତ କାର୍ଯ୍ୟାଳୟକୁ ଲାଗି ଏକ ଜରିପାଲ ଟଣା ଭଙ୍ଗା ଦଦରା ଘରେ ବାସ କରୁଛନ୍ତି ପାଞ୍ଚ ପ୍ରାଣୀ । ନିଜର ବୋଲି କିଛି ନାହିଁ ।

ସରକାରଙ୍କ ପକ୍ଷରୁ ଏହି ଅସହାୟ ପରିବାରକୁ ମିଳିଛି ପାଞ୍ଚ ଡେସିମିଲ ଜାଗା । କିନ୍ତୁ ଜାଗା ଯେଉଁଠି ଅଛି ସେମାନେ ଜାଣି ନାହାନ୍ତି । ବାପା ଅଜା ଯେଉଁଠି ରହିଥିଲେ ସେମାନେ ମଧ୍ୟ ସେଠାରେ ରହୁଛନ୍ତି । ଏନେଇ ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ଜାଣିବାକୁ ଆଜି ପର୍ଯ୍ୟନ୍ତ ଚେଷ୍ଟା କରିନାହିଁ । ଖୋଲା ଆକାଶ ତଳେ ରୋଷେଇ କରୁଥିବା ଏହି ପରିବାର ସଦସ୍ୟ ଅନେକ ସମୟରେ ପ୍ରକୃତିର ତାଡନାରେ ଉପାସରେ ମଧ୍ୟ ରହିଯାଇଥାନ୍ତି ।

ଏହା ବି ପଢନ୍ତୁ...ହିତାଧୀକାରୀଙ୍କ ପାଇଁ ସ୍ବପ୍ନ ସରକାରୀ ଯୋଜନା, ଦୁଃଖ ଜଣାଇବା ପରେ ମିଳିଲା ପ୍ରତିଶ୍ରୁତି
ଖମନମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟକୁ ସଂଲଗ୍ନ ହୋଇ ଏକ ଜରିପାଲ ଟଣା ଭଙ୍ଗା ଘରେ ବାସ କରୁଛନ୍ତି ଟଙ୍କଧର ଗୁରୁଙ୍କ ପରିବାର । ଭୂମିହୀନ ଏହି ପରିବାର ଗତ କିଛି ବର୍ଷ ପଞ୍ଚାୟତ ସମ୍ମୁଖରେ ଥିବା ଏକ ପାଣି ଟାଙ୍କି ତଳେ ରହୁଥିଲେ । ଏବେ ଭାଗ୍ୟକୁ ଆଦରି ଜରିପାଲ ତଳେ ରହୁଛନ୍ତି ଅସହାୟ ପରିବାର । ନିଆଁରେ ସିଝି ଲୁହାକୁ ତରଳାଉ ଥିବା ସମାଜର ଏହି ପରିବାର ବର୍ତ୍ତମାନ ବଞ୍ଚିବାର ରାହା ଖୋଜୁଛନ୍ତି । ଏ ସମ୍ପର୍କରେ ସମ୍ପୃକ୍ତ ପରିବାର ସ୍ଥାନୀୟ ପଞ୍ଚାୟତଠାରୁ ନେଇ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏପରିକି ସ୍ଥାନୀୟ ବିଧାୟକଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଏହି ଅସହାୟ ପରିବାରକୁ କେବଳ କିଛି ସରକାରୀ ଚାଉଳ ମିଳୁଥିବା ବେଳେ ଅନ୍ୟ ସମସ୍ତ ଯୋଜନା ଏହି ପରିବାର ପାଇଁ ଅପହଞ୍ଚ ହୋଇ ରହିଛି । ତେବେ ଏ ଦିଗରେ ଜିଲ୍ଲା ପ୍ରଶାସନକୁ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.