ETV Bharat / state

40 ଜଣ ହିତାଧିକାରୀଙ୍କୁ ମିଳିଲା ଆବାସ ଗୃହ ନିର୍ମାଣ କାର୍ଯ୍ୟାଦେଶ

ବୌଦ୍ଧର ସ୍ଥାନୀୟ ଟାଉନହଲ ଠାରେ 40 ଜଣ ହିତାଧିକାରୀଙ୍କୁ ଆବାସ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ । ଅଧିକ ପଢନ୍ତୁ...

40 ଜଣ ହିତାଧିକାରୀଙ୍କୁ ମିଳିଲା ଆବାସ ଗୃହ ନିର୍ମାଣ କାର୍ଯ୍ୟାଦେଶ
40 ଜଣ ହିତାଧିକାରୀଙ୍କୁ ମିଳିଲା ଆବାସ ଗୃହ ନିର୍ମାଣ କାର୍ଯ୍ୟାଦେଶ
author img

By

Published : Mar 9, 2021, 10:49 PM IST

ବୌଦ୍ଧ: ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଣା ଓଟରା ଲାଗି ରହୁଥିବାବେଳେ ବୌଦ୍ଧର ଏକମାତ୍ର ପୌରାଞ୍ଚଳରେ ସବୁ ହିତାଧିକାରୀ ଯେଭଳି ଏହି ଯୋଜନାରେ ସାମିଲ ହେବେ ସେଥିପାଇଁ ସପ୍ତମ ପର୍ଯ୍ୟାୟ ଆବାସ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ଭିନ୍ନ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି । ଗ୍ରାମାଞ୍ଚଳରେ ବାରମ୍ବାର ଏହି କଲ୍ୟାଣକାରୀ ଯୋଜନାକୁ ନେଇ ସମସ୍ୟା ଲାଗି ରହୁଥିବାବେଳେ ପୌରାଞ୍ଚଳରେ କିନ୍ତୁ ଶତ ପ୍ରତିଶତ ହିତାଧିକାରୀ ଯେଭଳି ଏହି ଯୋଜନାରେ ସାମିଲ ହେବେ ସେନେଇ ପ୍ରୟାସ ଜାରି ରହିଛି ।

40 ଜଣ ହିତାଧିକାରୀଙ୍କୁ ମିଳିଲା ଆବାସ ଗୃହ ନିର୍ମାଣ କାର୍ଯ୍ୟାଦେଶ

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର 69 ପଞ୍ଚାୟତରେ ଆବାସ ଯୋଜନାକୁ ନେଇ ଟଣା ଓଟରା ଲାଗି ରହିବା ସହ ବ୍ୟାପକ ଦୁର୍ନୀତି ହେଉଥିବା ବାରମ୍ବାର ଅଭିଯୋଗ ହେଉଛି । ଏପରିକି ନାରାୟଣପ୍ରସାଦ, ଉମା, ଖୁଣ୍ଟିଗୋରା, ଲମ୍ବସରୀ, ଆମ୍ବଝରୀ, କୁଶଙ୍ଗ, ଟିକରପଡା, ମହାଲିକପଡା, ଆଢେଣୀଗଡ ଭଳି ଉପାନ୍ତ ପଞ୍ଚାୟତଗୁଡିକରେ ଶହ ଶହ ଗରିବ ଅସହାୟ ଲୋକ ଆଜି ମଧ୍ୟ ମୁଣ୍ଡ ଉପରେ ଛାତ ଖଣ୍ଡେ ଦେଖିବା ସାତ ସପନ ହୋଇଛି । ସେପଟେ ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ କିନ୍ତୁ ଏହାର ଠିକ ଓଲଟା ଚିତ୍ର ସୃଷ୍ଟି ହେବାରେ ଲାଗିଛି । ବୌଦ୍ଧ ପୌରାଞ୍ଚଳରେ ବସବାସ କରୁଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ଯେଭଳି ଏହି କଲ୍ୟାଣକାରୀ ଯୋଜନାରୁ ବାଦ ନ ପଡନ୍ତି ସେନେଇ ବେଶ ଯତ୍ନବାନ ରହିଛନ୍ତି । ଏହି ଧାରାରେ ମଙ୍ଗଳବାର ପୌରାଞ୍ଚଳ ପକ୍ଷରୁ ସ୍ଥାନୀୟ ଟାଉନହଲ ଠାରେ 40 ଜଣ ହିତାଧିକାରୀଙ୍କୁ ଆବାସ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ।କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.