ETV Bharat / state

ଉପାନ୍ତପଞ୍ଚାୟତର ଅକୁହା ଯନ୍ତ୍ରଣା, ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଅଞ୍ଚଳବାସୀ - ସରକାରଙ୍କ କଲ୍ୟାଣକାରୀ ଯୋଜନା

ଉପାନ୍ତ ପଞ୍ଚାୟତରେ ପହଞ୍ଚି ପାରୁନି ସରକାରଙ୍କ କଲ୍ୟାଣକାରୀ ଯୋଜନା । ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ....

Basic facilities are not available in boudh lambasari panchayat
ଉପାନ୍ତପଞ୍ଚାୟତର ଅକୁହା ଯନ୍ତ୍ରଣା, ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଅଞ୍ଚଳବାସୀ
author img

By

Published : Jul 29, 2021, 2:55 PM IST

ବୌଦ୍ଧ : ଉପାନ୍ତ ପଞ୍ଚାୟତରେ ପହଞ୍ଚି ପାରୁନି ସରକାରଙ୍କ କଲ୍ୟାଣକାରୀ ଯୋଜନା । ସରକାର ଲୋକଙ୍କ ନିକଟରେ ଯୋଜନାର ସଫଳ ରୂପାୟନ ପାଇଁ ନୂତନ ପଞ୍ଚାୟତ, ରାଜସ୍ବ ମଣ୍ଡଳ ଗଠନ ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଲମ୍ବସରୀ ପଞ୍ଚାୟତକୁ ବିଭିନ୍ନ କାରଣରୁ ବାରମ୍ବାର ଉପେକ୍ଷା କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଲମ୍ବସରୀ ଜିଲ୍ଲାର ଅନ୍ୟତମ ବୃହତ ପଞ୍ଚାୟତ ହୋଇଥିବାବେଳେ ଏହାର ପରିସୀମା ଉଭୟ ବରଗାଁ ଓ କଣ୍ଟାମାଳ ପଞ୍ଚାୟତ ସମେତ ଦପଲାକୁ ବିସ୍ତୃତ ରହିଛି ।

ଉପାନ୍ତପଞ୍ଚାୟତର ଅକୁହା ଯନ୍ତ୍ରଣା, ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଅଞ୍ଚଳବାସୀ

ବଣ ଜଙ୍ଗଲ ଘେରା ପାହାଡିଆ ଝରଣା ଘେରିଥିବା ଏହି ପଞ୍ଚାୟତର ଅନେକ ଗାଁକୁ ଉପଯୁକ୍ତ ରାସ୍ତା ନିର୍ମାଣ ହୋଇନଥିବାରୁ ଆମ୍ବୁଲାନ୍ସ ସେବା ପହଞ୍ଚି ପାରି ନଥାଏ । ଲମ୍ବସରୀ ପଞ୍ଚାୟତର ରେକଡୋଲ, ଧେଣ୍ଡକୁଟୀ, ଦେମୁହାଣୀ, ମୁଟୁରା, ବାଲିଛାପର, ବଲମତୁପା, ଖମାର, ଖଇରମାଳ ଭଳି ଅନେକ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଅଭାବରୁ ସରକାରଙ୍କ କଲ୍ୟାଣକାରୀ ଯୋଜନା ପହଞ୍ଚି ପାରୁନାହିଁ ।

ରାଜସ୍ବ ମଣ୍ଡଳ ଲମ୍ବସରୀ ଠାରେ ସ୍ଥାପନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ସତ୍ତ୍ବେ ଏହାର କାର୍ଯ୍ୟାଳୟ ଦପଲା ଠାରେ ପ୍ରତିଷ୍ଠା ହେବ । ଏହାଦ୍ବାରା ଲମ୍ବସରୀକୁ ମନମୁଣ୍ଡା ଥାନା ଅନ୍ତର୍ଗତ କରିବାକୁ ନେଇ ଦେଖାଦେଇଛି ବିବାଦ । ଏ-ନେଇ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ସହ ଲମ୍ବସରୀ ଅଞ୍ଚଳର ବିକାଶ ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.