ETV Bharat / state

ବାହୁଡା: ଅଭଙ୍ଗା ରଥ ସହ ଫୁଲବେଶ ଦେଖିବାକୁ ଜମିଲା ଭକ୍ତ ଭିଡ

author img

By

Published : Jul 13, 2019, 5:13 AM IST

ସରିଲା ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରା । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଚତୁର୍ଦ୍ଧା ବିଗ୍ରହ ମାଉସୀ ମା’ ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି । ଏଥିସହ ଗଡର ମୁଖ୍ୟ ରଥ ସହିତ ହରିଗୁଡି ରଥକୁ କେବଳ ମହିଳାମାନେ ଟାଣୁଥିବାରୁ ମହିଳା ଭକ୍ତମାନେ ମଧ୍ୟ ବେଶ ଉତ୍ସାହିତ ରହିଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ସରିଲା ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରା । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଚତୁର୍ଦ୍ଧା ବିଗ୍ରହ ମାଉସୀ ମା’ ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି । ରଥ, ପଥ ସବୁ ଏକାକାର ହୋଇ ଜନସମୂଦ୍ର ମଧ୍ୟରେ ଠାକୁରଙ୍କ ଏହି ଦିବ୍ୟ ଉତ୍ସବରେ ସାମିଲ ହୋଇଥିଲେ ।

ଶୁକ୍ରବାର ସମାପନ ହୋଇଛି ରଥଯାତ୍ରାର ଶେଷ ସୋପାନ, ବାହୁଡାଯାତ୍ରା । ତେଣୁ ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ରଥଯାତ୍ରା ଭାବେ ପରିଚିତ ବୌଦ୍ଧ ସହରରେ ଦିନ ତମାମ ଗହଳି ଲାଗି ରହିଥିଲା । ଗହଳି ମଧ୍ୟ ଏପରି ରହିଥିଲା ଯେ କିଲୋମିଟର କିଲୋମିଟର ଧରି କେବଳ ଜନସମୂଦ୍ର ହିଁ ଦୃଶ୍ୟମାନ ହେଉଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ତେବେ ବୌଦ୍ଧଗଡରେ ସ୍ବତନ୍ତ୍ର ଭାବେ ନିର୍ମିତ ହେଉଥିବା ଅଭଙ୍ଗା ରଥକୁ ଦେଖିବା ସହ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଜିଲ୍ଲା ବ୍ୟତୀତ ଜିଲ୍ଲା ବାହାରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଏଥିସହ ଗଡର ମୁଖ୍ୟ ରଥ ସହିତ ହରିଗୁଡି ରଥକୁ କେବଳ ମହିଳାମାନେ ଟାଣୁଥିବାରୁ ମହିଳା ଭକ୍ତମାନେ ମଧ୍ୟ ବେଶ ଉତ୍ସାହିତ ରହିଥିଲେ ।

ନିଜେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଉପଜିଲ୍ଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକ ପ୍ରମୁଖ ବାହୁଡା ଯାତ୍ରାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିବା ସହ ରଥଟଣାରେ ସାମିଲ ହୋଇଥିଲେ । ତେବେ ଶନିବାର ଶ୍ରୀବିଗ୍ରହଙ୍କ ସୁନାବେଶ ଅବସରରେ ପରମ୍ପରା ଅନୁଯାୟୀ ଫୁଲବେଶ ଅନୁଷ୍ଠିତ ହେବ । ଏଣୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସରିଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଦିନାତ୍ମକ ଘୋଷଯାତ୍ରା ।ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଗହଣରେ ଚତୁର୍ଦ୍ଧା ବିଗ୍ରହ ମାଉସୀ ମା ମନ୍ଦିର ରୁ ଶ୍ରୀ ମନ୍ଦିର ଅଭିମୁଖେ ବାହୁଡିଛନ୍ତି ।ରଥ ପଥ ସବୁ ଏକାକାର ହୋଇ ଜନସମୁଦ୍ର ମଧ୍ୟରେ ଠାକୁରଙ୍କ ଏହି ଦିବ୍ୟ ଉତ୍ସବରେ ସାମିଲ ହୋଇଥିଲେ ।

Body:ଘୋଷଯାତ୍ରା ର ଶୁକ୍ରବାର ଥିଲା ଶେଷ ସୋପାନ ବାହୁଡାଯାତ୍ରା ।ଏଣୁ ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ରଥଯାତ୍ରା ଭାବେ ପରିଚିତ ବୌଦ୍ଧ ସହର ଦିନ ତମାମ ଗହଳି ଲାଗିରହିଥିଲା ।ଗହଳି ମଧ୍ୟ ଏପରି ଯେ କିଲୋମିଟର କିଲୋମିଟର ଧରି କେବଳ ଜନସମୁଦ୍ର ଦୃଶ୍ୟମାନ ହେଉଥିଲା ।ବୌଦ୍ଧ ର ସ୍ବତନ୍ତ୍ର ଭାବେ ନିର୍ମିତ ନିଆରା ରଥ କୁ ଦେଖିବା ସହ ଶ୍ରୀଜୀଉଙ୍କ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ଜିଲ୍ଲା ବ୍ୟତୀତ ପଡୋଶୀ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ପହଞ୍ଚି ଥିଲେ ।ବୌଦ୍ଧ ର ମୁଖ୍ୟ ରଥ ସହିତ ହରିଗୁଡି ରଥକୁ କେବଳ ମହିଳା ମାନେ ଟାଣୁଥିବାରୁ ମହିଳା ଭକ୍ତ ମାନେ ମଧ୍ୟ ବେଶ ଉତ୍ସାହିତ ଥିଲେ ।ନିଜେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଉପଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାଏକ ପ୍ରମୁଖ ବାହୁଡା ଯାତ୍ରାରେ ଉପସ୍ଥିତ ରହି ତଦାରଖ କରିବା ସହ ରଥଟଣାରେ ସାମିଲ ହୋଇଥିଲେ ।ଆସନ୍ତା କାଲି ବୌଦ୍ଧ ର ଶ୍ରୀ ବିଗ୍ରହଙ୍କ ସୁନାବେଶ ଅବସରରେ ପରମ୍ପରା ଅନୁଯାୟୀ ଫୁଲବେଶ ଅନୁଷ୍ଠିତ ହେବ । ଏଣୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜଣାପଡିଛି ।

Conclusion:ବାଇଟ-୧-କବିତା ବେରିହା,ଶ୍ରୀ ଜଗନ୍ନାଥପ୍ରେମୀ
ବାଇଟ-୨-ରମେଶ ମେହେର,ଗବେଷକ
ବାଇଟ-୩-ବବିତା ଦାସ,ଭକ୍ତ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.