ETV Bharat / state

ଅବ୍ୟବସ୍ଥା ଘେରରେ ବଘିଆପଡା ଧାନକ୍ରୟ କେନ୍ଦ୍ର - baghiapada rice procurement center

ରାଜପଥ ଉପରେ ପଡିଛି ହଜାର ହଜାର ଧାନ ବସ୍ତା । ଧାନ ବିକ୍ରି ପାଇଁ ଆବଶ୍ୟକ ପିଣ୍ଡି ଓ ଧାନଖଳା ନଥିବାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସେପଟେ ବେପାରୀ ଓ ଦଲାଲଙ୍କ କବଜାରେ ଧାନମଣ୍ଡି ରହିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧ ଅବ୍ୟବସ୍ଥା ଘେରରେ ବଘିଆପଡା ଧାନକ୍ରୟ କେନ୍ଦ୍ର

author img

By

Published : Jan 28, 2021, 10:18 PM IST

ବୌଦ୍ଧ: ରାସ୍ତା ଉପରେ ଚାଲିଛି ଧାନ କିଣା । ତେବେ ଚାଷୀଙ୍କ ଧାନ କିଣାଯାଉ ନଥିବାରୁ ବହୁ ଦିନ ଧରି ରାସ୍ତା କଡରେ ପଡିଛି ହଜାର ହଜାର ବସ୍ତା ଧାନ । ବୌଦ୍ଧ ଜିଲ୍ଲାର ଷାଠିଏ ଗୋଟି ଧାନକ୍ରୟ କେନ୍ଦ୍ରରେ ଧାନ ସଂଗ୍ରହ ଚାଲିଥିବା ବେଳେ କେତେକ ସ୍ଥାନରେ ଧାନକ୍ରୟ ପାଇଁ ଆବଶ୍ୟକ ପିଣ୍ଡି କିମ୍ବା ଧାନଖଳା ନଥିବାରୁ ରାସ୍ତା ଉପରେ ହିଁ ଧାନକିଣା ହେଉଥିବା ଦେଖାଯାଉଛି ।

ବୌଦ୍ଧ ଅବ୍ୟବସ୍ଥା ଘେରରେ ବଘିଆପଡା ଧାନକ୍ରୟ କେନ୍ଦ୍ର

ଜିଲ୍ଲାର ବଘିଆପଡା ଧାନମଣ୍ଡି ଏଭଳି ରାସ୍ତା ଉପରେ ଚାଲୁଥିବା ଦେଖିବାକୁ ମିଳିଛି । ସେପଟେ ଚାଷୀଙ୍କ ଧାନକିଣା ନଯାଇ ବେପାରୀ ଓ ଦଲାଲଙ୍କ ଧାନକ୍ରୟ କରାଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି । ଜିଲ୍ଲାର ବଘିଆପଡା, ମୁଣ୍ଡାପଡା, ଲମ୍ବସରୀ, କଣ୍ଟାମାଳ, ଉମା, ହରଭଙ୍ଗା ଓ ବାଣୀଭୂଷଣପୁର ଭଳି କେତେକ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଲାଗିରହିଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ବଘିଆପଡା ସମବାୟର ଧାନକିଣାରେ ରହିଥିବା ସମସ୍ୟା ସମ୍ପର୍କରେ ଖୋଦ ସମ୍ପାଦକ ମଧ୍ୟ ଘଟଣାକୁ ସ୍ବୀକାର କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.