ETV Bharat / state

ଜଳସେଚନ ବିଭାଗର ଅପାରଗତାରେ ଶ୍ରୀହୀନ ବାଘନଦୀ ପ୍ରକଳ୍ପ - Bagh barrage project demolished

ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ବାଘ୍‌ ବ୍ୟାରେଜ ପ୍ରକଳ୍ପ ଧୀରେ ଧୀରେ ଭଗ୍ନ ଅବସ୍ଥାକୁ ଗତି କରୁଛି । ତେବେ ଜଳସେଚନ ବିଭାଗର ଅପାରଗତା ଯୋଗୁଁ ପ୍ରକଳ୍ପ ଶ୍ରୀହୀନ ହୋଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

Bagh barrage project demolished due to negligence of Irrigation Department
ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଶ୍ରୀହୀନ ବାଘନଦୀ ପ୍ରକଳ୍ପ
author img

By

Published : Nov 28, 2020, 3:05 PM IST

ବୌଦ୍ଧ: ଜଳସେଚନ ବିଭାଗର ଅପାରଗତା ଯୋଗୁଁ ପରିତ୍ୟକ୍ତ ତଥା ଶ୍ରୀହୀନ ହୋଇପଡିଛି ବୌଦ୍ଧ ଜିଲ୍ଲାର ଶଗଡା ନିକଟରେ ଥିବା ବାଘ୍‌ ବ୍ୟାରେଜ ପ୍ରକଳ୍ପ । ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ବାଘ୍‌ ଜଳସେଚନ ପ୍ରକଳ୍ପ ଭାଙ୍ଗିରୁଜି ଯିବା ସହ ଏହା ବର୍ତ୍ତମାନ ଅନିଶ୍ଚିତତା ଦିଗକୁ ଗତି କରୁଥିବା ଦେଖିବାକୁ ମିଳୁଛି ।

ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଶ୍ରୀହୀନ ବାଘନଦୀ ପ୍ରକଳ୍ପ

ବିଭାଗୀୟ ଉଦାସୀନତା ତଥା ଅଦୂରଦୃଷ୍ଟି ଯୋଗୁଁ ଜିଲ୍ଲାର ଶଗଡା ନିକଟରେ ଥିବା ବାଘ ଜଳସେଚନ ପ୍ରକଳ୍ପ ଦୁର୍ବଳ ହେବା ସହ ଅନେକ ସ୍ଥାନରେ ସୁରକ୍ଷା ବାଡ ଭାଙ୍ଗି ଗଲାଣି । ପ୍ରକଳ୍ପର ଦୁଇ ପାର୍ଶ୍ଵରେ ଥିବା ମନୋରମ ଉଦ୍ୟାନ ଜଳସେଚନ କର୍ମଚାରୀ ଓ ଯନ୍ତ୍ରୀଙ୍କ ମଦ୍ୟପାନ ସ୍ଥଳୀ ପାଲଟି ସମ୍ପୂର୍ଣ୍ଣ ଉଜୁଡି ପଡିଛି । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରସ୍ଥଳୀ ପାଲଟିଥିବା ଏହି ଜଳସେଚନ ପ୍ରକଳ୍ପକୁ ବର୍ତ୍ତମାନ ପର୍ଯ୍ୟଟକମାନେ ଆସିବାକୁ ଭୟ କରୁଛନ୍ତି ।

Bagh barrage project demolished due to negligence of Irrigation Department
ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଶ୍ରୀହୀନ ବାଘନଦୀ ପ୍ରକଳ୍ପ

ଜଳସେଚନ ବିଭାଗ ପ୍ରକଳ୍ପର ରକ୍ଷାଣବେକ୍ଷଣ ସଠିକ୍‌ ଭାବେ ନ କରିବା ଫଳରେ ଏହା ଧୀରେ ଧୀରେ ଭଗ୍ନ ଅବସ୍ଥାକୁ ଗତି କରୁଛି । ଉଭୟ ପ୍ରକଳ୍ପର ସୁରକ୍ଷା ଓ ସୌନ୍ଦର୍ଯ୍ୟକୁ ନେଇ ଜିଲ୍ଲାପାଳ ଉଦ୍‌ବେଗ ପ୍ରକାଶ କରିବା ସହିତ ଏହାର ପୁନଃରୁଦ୍ଧାର ପାଇଁ ରୋଡ ମ୍ୟାପ୍‌ ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.