ବୌଦ୍ଧ: ସଫେଇ କର୍ମଚାରୀ ଓ ସ୍ବଚ୍ଛସାଥୀଙ୍କ କାର୍ଯ୍ୟର ପ୍ରଶଂସା ସହିତ ସେମାନଙ୍କୁ ଖାଇବାକୁ ବାଢିଲେ ଖୋଦ ଜିଲ୍ଲାପାଳ । ଆଜି ବଡଖାନା କାର୍ଯ୍ୟକ୍ରମ ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସଫେଇ ଓ ସ୍ବଛସାଥୀଙ୍କୁ ପୁରଷ୍କୃତ କରାଯାଇଥିଲା ।ସଫେଇ କର୍ମଚାରୀଙ୍କୁ ନିଜ ହାତରେ ଖାଇବାକୁ ବାଢିଲେ ଜିଲ୍ଲାପାଳ । ଆଜି ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ବଡାଖାନା କାର୍ଯ୍ୟକ୍ରମ ଅବସରରେ ସଫେଇ କର୍ମଚାରୀ ଓ ସ୍ବଚ୍ଛସାଥୀଙ୍କୁ ସ୍ବତନ୍ତ୍ର ଭାବରେ ତାଲିମ ପ୍ରଦାନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ ବୌଦ୍ଧ ସହରର ବିଭିନ୍ନ ରାସ୍ତାକୁ ପୌଷ୍ୟ କରିବାକୁ ଆହ୍ବାନ ଦେବାସହ ସଫେଇ କର୍ମଚାରୀ ଓ ସ୍ବଚ୍ଛସାଥୀଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ ।
ଏହି ଅବସରରେ ସଫେଇ କର୍ମଚାରୀଙ୍କୁ ନିଜେ ଜିଲ୍ଲାପାଳ ଖାଇବାକୁ ବାଢିଥିଲେ । ସହରର ସ୍ବଚ୍ଛତା ପାଇଁ ବୌଦ୍ଧ ପୌରାଞ୍ଚଳରେ ଆସନ୍ତା ଅପ୍ରେଲ ପହିଲା ଠାରୁ ପ୍ଲାଷ୍ଟିକ ସାମଗ୍ରୀକୁ ସମ୍ପୂର୍ଣ୍ଣ ବର୍ଜନ ସହ ଏନେଇ କଡା ପଦକ୍ଷେପ ନିଆଯିବା ନେଇ ସୂଚନା ଦେଇଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ