ETV Bharat / state

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରକୁ ଆକ୍ରମଣ ଘଟଣା; ଯନ୍ତ୍ରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ - ଦୁର୍ନୀତି ଗ୍ରସ୍ତ ଯନ୍ତ୍ରୀ

ବୌଦ୍ଧ ଜିଲ୍ଲାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଶାଳୀନ ମନ୍ତବ୍ୟ ଓ ଆକ୍ରମଣ ଉଦ୍ୟମ ମାମଲାରେ ସମ୍ପୃକ୍ତ ଦୁର୍ନୀତି ଗ୍ରସ୍ତ ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରକୁ ଆକ୍ରମଣ ଘଟଣା
ଗଣମାଧ୍ୟମ ପ୍ରତିନିଧିଙ୍କ ଉପରକୁ ଆକ୍ରମଣ ଘଟଣା
author img

By

Published : May 5, 2021, 8:39 AM IST

ବୌଦ୍ଧ: ଗଣତନ୍ତ୍ରର ଏକ ଅଙ୍ଗ ହେଲେ ଗଣମାଧ୍ୟମ । ସେମାନଙ୍କୁ ଅସମ୍ମାନ କରିବା ଅପରାଧ ସହିତ ସମାନ । ବୌଦ୍ଧ ଜିଲ୍ଲାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଶାଳୀନ ମନ୍ତବ୍ୟ ଓ ଆକ୍ରମଣ ଉଦ୍ୟମ ମାମଲାରେ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

ଯନ୍ତ୍ରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ବିଶ୍ବ ପ୍ରେସ ସ୍ବାଧୀନତା ଦିବସରେ ବୌଦ୍ଧ ଜିଲ୍ଲା ପାଲଝାର କୃଷି ଫାର୍ମରେ ଧାନ ସମ୍ପର୍କିତ ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଫାର୍ମ ଦାୟିତ୍ବରେ ଥିବା ଜଣେ ଦୁର୍ନୀତି ଗ୍ରସ୍ତ ଯନ୍ତ୍ରୀ ହଠାତ ଉତକ୍ଷିପ୍ତ ହୋଇ ନିଜ ହିତାହିତ ଜ୍ଞାନ ଭୁଲି ପ୍ରତିନିଧିଙ୍କୁ ଅଶାଳୀନ ମନ୍ତବ୍ୟ ସହ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ । ସରକାରୀ ବାବୁଙ୍କୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଉଦ୍ୟମ ମହଙ୍ଗା ପଡିଛି । ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ବୌଦ୍ଧ ଜିଲ୍ଲା ବିଜେପି ଓ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଥିଲା ।

ତେବେ ଇଟିଭି ଭାରତରେ ଖବର ପ୍ରସାରଣର ଏକ ଘଣ୍ଟା ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନିଜ ପ୍ରତିକ୍ରିୟା ଦେଇଥିଲେ । ସମ୍ପୃକ୍ତ ଯନ୍ତ୍ରୀ ଜଣଙ୍କ ପିତା ଅସୁସ୍ଥ ହେତୁ ତାଙ୍କ ମାନସିକ ଅବସ୍ଥା ଭଲ ନଥିଲା, ତେଣୁ ସେ ଏଭଳି ଭୁଲ କରିଥିବା ସ୍ବୀକାର କରିବଥିଲେ । ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.