ETV Bharat / state

ବୌଦ୍ଧରେ ବିଜେପି ପ୍ରାର୍ଥୀଙ୍କ ଗାଡିକୁ ଆକ୍ରମଣ ଅଭିଯୋଗ

author img

By

Published : Feb 15, 2022, 7:26 AM IST

ଘମାସାନ ଚାଲିଛି ଜିଲ୍ଲାର ଚାରି ନମ୍ବର ଜୋନରେ ବିଭିନ୍ନ ଦଳର ପ୍ରଚାର ଅଭିଯାନ । ତେବେ ଏଭଳି ସମୟରେ ବିଜେପି ପ୍ରାର୍ଥୀଙ୍କ ନିଜ ଗାଡି ଓ ପ୍ରଚାର ଗାଡି ଉପରକୁ କେତେକ ଦୁର୍ବୃତ୍ତ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବୌଦ୍ଧରେ ବିଜେପି ପ୍ରାର୍ଥୀଙ୍କ ଗାଡିକୁ ଆକ୍ରମଣ ଅଭିଯୋଗ
ବୌଦ୍ଧରେ ବିଜେପି ପ୍ରାର୍ଥୀଙ୍କ ଗାଡିକୁ ଆକ୍ରମଣ ଅଭିଯୋଗ

ବୌଦ୍ଧ: ଘମାସାନ ଚାଲିଛି ଜିଲ୍ଲାର ଚାରି ନମ୍ବର ଜୋନରେ ବିଭିନ୍ନ ଦଳର ପ୍ରଚାର ଅଭିଯାନ । ତେବେ ଏଭଳି ସମୟରେ ବିଜେପି ପ୍ରାର୍ଥୀଙ୍କ ନିଜ ଗାଡି ଓ ପ୍ରଚାର ଗାଡି ଉପରକୁ କେତେକ ଦୁର୍ବୃତ୍ତ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଜିଲ୍ଲାର ତିନୋଟି ଜିଲ୍ଲା ପରିଷଦ ଜୋନରେ ଆସନ୍ତା ୧୬ ତାରିଖରେ ମତଦାନ ହେବାକୁ ଥିବା ବେଳେ ଅନ୍ୟ ସମସ୍ତ 6ଟି ଜୋନରେ ପ୍ରଚାର ଅଭିଯାନ ଜୋରଦାର ଚାଲିଛି ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସମସ୍ତ 24 ଗୋଟି ପଞ୍ଚାୟତରେ ଶୁକ୍ରବାର ସଂଧ୍ୟାରୁ ପ୍ରଚାର ବନ୍ଦ ହୋଇଥିବା ବେଳେ ଅନ୍ୟ ସବୁଠି ପ୍ରଚାର ଜାରି ରହିଛି । ତେବେ ଜିଲ୍ଲାର ଚାରି ନମ୍ବର ଜୋନରେ ତ୍ରିମୁଖି ପ୍ରତିଦ୍ବନ୍ଦିତା ହେଉଥିବାରୁ ସମସ୍ତଙ୍କ ନଜର ଏଠାରେ ରହିଛି । ୮ଟି ପଞ୍ଚାୟତକୁ ନେଇ ଗଠିତ ଏହି ଜୋନରେ ଶାସକ ବିଜେଡି ଦଳର ପ୍ରାର୍ଥୀଙ୍କୁ ଚେକମେଟ ଦେବାକୁ ଜଣେ ଯୁବ ଇଞ୍ଜିନିୟର ପ୍ରାର୍ଥୀ ହୋଇଛନ୍ତି । ଏଠାରେ ବିଜେପିର ପ୍ରଚାର ଅଭିଯାନ ଜୋରଦାର ହୋଇଥିବା ବେଳେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଖୁବ ପ୍ରଭାବ ପକାଇଛି ।

ତେବେ ଗତକାଲି ବିଳମ୍ବିତ ସଂଧ୍ୟାରେ ଶଗଡା ଅଞ୍ଚଳରେ ବିଜେପିର ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ପ୍ରଚାର କରୁଥିବା ବେଳେ ତାଙ୍କ ଗାଡି ଓ ପ୍ରଚାର ଗାଡି ଉପରକୁ ବିରୋଧୀ ଦଳର କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.