ବୌଦ୍ଧ: ଏଟିଏମ କାଉଣ୍ଟର ଥାଇ ମଧ୍ୟ ଟଙ୍କା ଉଠାଇ ପାରୁନାହାଁନ୍ତି ଲୋକେ । କେତେକ ଅଚଳା ଅବସ୍ଥାରେ ପଡିଛି ତ କେତେକ ଦୀର୍ଘ ଦିନ ବନ୍ଦ ହୋଇରହିଛି । ଫଳରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାର ଅଭିଯୋଗ କରିଛନ୍ତି ବୌଦ୍ଧ ସହରବାସୀ ।
ଜିଲ୍ଲାରେ 15ଟି ରାଷ୍ଟ୍ରାୟତ ବ୍ୟାଙ୍କ ଥିବାବେଳେ 3ଟି ବ୍ଲକର ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଛି ଏଟିଏମ କାଉଣ୍ଟର । କିନ୍ତୁ କୌଣସି ଏଟିଏମର ସୁରକ୍ଷା ବ୍ୟବସ୍ଥାକୁ ପାଳନ କରାଯାଉନାହିଁ । ଯାହାକୁ ନେଇ ସହରରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଏନେଇ ତୁରନ୍ତ ସମାଧାନ କରିବାକୁ ମଧ୍ୟ ଦାବି କରାଯାଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ