ETV Bharat / state

ଚର୍ଚ୍ଚାରେ ଆଶା ଦିଦି 'ଗୁରୁବାରୀ ମାଉସୀ', ସାଇକେଲରେ ବାଣ୍ଟୁଛନ୍ତି କୋରୋନା ସଚେତନତା ବାର୍ତ୍ତା

author img

By

Published : Jul 21, 2020, 9:54 PM IST

ବୌଦ୍ଧ ଜିଲ୍ଲା ମୁର୍ଷୃଣ୍ଢି ପଞ୍ଚାୟତ ଅନ୍ତର୍ଗତ ଜଗଦୀଶପୁର ଗାଁରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଜଣେ କୋରୋନା ଯୋଦ୍ଧାଙ୍କ ଠାରେ ପଜିଟିଭ ଚିହ୍ନଟ ପରେ ଗାଁକୁ ସଟଡାଉନ କରାଯାଇଛି । ଏଥିସହିତ ଗାଁରେ ଲୋକଙ୍କୁ ସଚେତନ କରିବାର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଆଶା ଦିଦି ଗୁରୁବାରୀ ମାଉସୀ ।

Asha Worker Gurubari sahu
ସଂକ୍ରମିତ ଅଞ୍ଚଳରେ ଆଶା ଦିଦି ଗୁରୁବାରୀଙ୍କ ସଚେତନତା ବାର୍ତ୍ତା

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଗାଁରୁ ଏକାଧିକ କୋରୋନା ପଜିଟିଭ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତାର କାରଣ ହୋଇଛି । ଏପରି ସ୍ଥିତିରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଦାୟିତ୍ବ ବଢିଯାଇଛି । ଘରକୁ ଘର ବୁଲି ପରିବାରର ସମସ୍ତ ବିବରଣୀ ସଂଗ୍ରହ କରୁଛନ୍ତି ଆଶାକର୍ମୀ । ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି ।

ପ୍ରତ୍ୟେକ ଦିନ ନିଜ ସାଇକେଲ ଚଢି ଘରକୁ ଘର ବୁଲି ପରିବାରର ସମସ୍ତ ବିବରଣୀ ସଂଗ୍ରହ କରିଥାନ୍ତି ସ୍ଥାନୀୟ ଅଞ୍ଚଳରେ ପରଚିତ ଆଶା ଦିଦି ଗୁରୁବାରୀ ମାଉସୀ । ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଘରକୁ ଘର ବୁଲି ସଚେତନ କରୁଛନ୍ତି ଗୁରୁବାରୀ ମାଉସୀ । ଏଥିସହିତ ଅତି ଆବଶ୍ୟକ ନଥିଲେ, ଘରୁ କିମ୍ବା ଗାଁ ରୁ ନ ବାହାରିବାକୁ ଅନୁରୋଧ ମଧ୍ୟ କରୁଛନ୍ତି । ତେବେ ଦିନକୁ ଦିନ କୋରୋନା ସଂକ୍ରମଣ ଜିଲ୍ଲାରେ ବୃଦ୍ଧି ପାଉଥିବାରୁ ସାଧାରଣରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ତେବେ ଆତଙ୍କିତ ନହୋଇ ସତର୍କ ରହିବାକୁ ଗୁରବାରୀ ମାଉସୀ ସାଇକେଲରେ ବୁଲି ସମସ୍ତଙ୍କୁ ସଚେତନ କରୁଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.