ETV Bharat / state

ଲଘୁଚାପ ଜନିତ ବର୍ଷାରେ ବୌଦ୍ଧରେ କୃତ୍ରିମ ବନ୍ୟା ପରିସ୍ଥିତି - ବୌଦ୍ଧ ପୌରାଞ୍ଚଳରେ କୃତ୍ରିମ ବନ୍ୟା

ବୌଦ୍ଧ ଜିଲ୍ଲା ସଦର ମହକୁମାରେ କୃତ୍ରିମ ବନ୍ୟା ପରିସ୍ଥିତି । ତେବେ ଜିଲ୍ଲା ସଦରମହକୁମା ବୌଦ୍ଧ ପୌରାଞ୍ଚଳରେ ନାଳ ନର୍ଦ୍ଦମା ପୋତି ହୋଇଯିବା କାରଣରୁ ବର୍ଷା ପାଣି ନିଷ୍କାସନ ହୋଇ ନପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

Artificial flooding in Boudh due to light rains
ବୌଦ୍ଧରେ କୃତ୍ରିମ ବନ୍ୟା ପରିସ୍ଥିତି
author img

By

Published : Aug 25, 2020, 7:57 PM IST

ବୌଦ୍ଧ: ଲଘୁଚାପ ଜନିତ ବର୍ଷାରେ ବୌଦ୍ଧ ଜିଲ୍ଲା ସଦର ମହକୁମାରେ କୃତ୍ରିମ ବନ୍ୟା ପରିସ୍ଥିତି । ନର୍ଦ୍ଦମା ପାଣି ନିଷ୍କାସନ ହୋଇ ନପାରି ବାସଗୃହ ଓ ଦୋକାନ ଭିତରେ ପଶିବା ସହ ସରକାରୀ କାର୍ଯ୍ୟାଳୟରେ ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି ।

Artificial flooding in Boudh due to light rains
ବୌଦ୍ଧରେ କୃତ୍ରିମ ବନ୍ୟା ପରିସ୍ଥିତି

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଲଘୁଚାପ ଜନିତ ବର୍ଷା ହୋଇଛି । ତେବେ ଜିଲ୍ଲା ସଦରମହକୁମା ବୌଦ୍ଧ ପୌରାଞ୍ଚଳରେ ନାଳ ନର୍ଦ୍ଦମା ପୋତି ହୋଇଯିବା କାରଣରୁ ବର୍ଷା ପାଣି ନିଷ୍କାସନ ହୋଇ ନପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପୌରାଞ୍ଚଳର ବିଭିନ୍ନ ବସ୍ତିରେ ଦୀର୍ଘ ସମୟ ଧରି ନର୍ଦ୍ଦମା ପାଣିରେ ଲୋକେ ଫସି ରହିଥିଲେ । ସହରର ପ୍ରସିଦ୍ଧ ରଘୁନାଥ ମନ୍ଦିର ପରିସର ଜଳାର୍ଣ୍ଣବ ହୋଇଯାଇଥିଲା । ପ୍ରମୁଖ ସ୍ଥାନରେ ଥିବା ଦୋକାନ ଘର ଗୁଡିକ ମଧ୍ୟରେ ନାଳ ନର୍ଦ୍ଦମା ପାଣି ପଶିଯାଇଥିଲା ।

ବୌଦ୍ଧରେ କୃତ୍ରିମ ବନ୍ୟା ପରିସ୍ଥିତି

ଏଥିସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ଓ୍ବାଟର ଲଗିଂ ସମସ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ମାଳିସାହି ସ୍ଥିତ ସମବାୟ ସମିତି କାର୍ଯ୍ୟାଳୟ ଓ କଚେରୀ ଛକ ପୋଷ୍ଟ ଅଫିସ ଭିତରେ ପାଣି ପଶିଯାଇ ଜରୁରୀ କାଗଜପତ୍ର ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି ।ତୁରନ୍ତ ନାଳ ନର୍ଦ୍ଦମା ସବୁ ସଫେଇ କରିବାକୁ ସାଧାରଣ ରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.