ETV Bharat / state

ମହାନଦୀ ଗର୍ଭରୁ ଅଜଣା ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର - ମହାନଦୀ ଗର୍ଭ

ବୌଦ୍ଧ ଜିଲ୍ଲା ସଦର ମହକୁମା ହନୁମାନ ଘାଟଠାରେ ଏକ ଅଜଣା ଅର୍ଦ୍ଧଦଗ୍ଧ ମୃତଶରୀର ଉଦ୍ଧାର କରିଛି ପୋଲିସ । ତେବେ ଏହା କୌଣସି ହତ୍ୟାକାଣ୍ଡ ନା ଆଉ କିଛି, ସେନେଇ କିଛି ସ୍ପଷ୍ଟ ହୋଇ ନାହିଁ । ଅଧିକ ପଢନ୍ତୁ...

An unidentified half burnt body was recovered from mahanadi river
ମହାନଦୀ ଗର୍ଭରୁ ଅଜଣା ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର
author img

By

Published : Oct 14, 2020, 5:24 PM IST

ବୌଦ୍ଧ: ମହାନଦୀ ଗର୍ଭରୁ ଅଜଣା ତଥା ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ସୂଚନା ମୁତାବକ, ମଙ୍ଗଳବାର ଠାରୁ ବୌଦ୍ଧ ଜିଲ୍ଲା ସଦର ମହକୁମା ହନୁମାନ ଘାଟ ଠାରେ ଏକ ଅଜଣା ଅର୍ଦ୍ଧଦଗ୍ଧ ମୃତ ଶରୀର ଭାସୁଥିଲା । ତେବେ ଏହା କୌଣସି ହତ୍ୟାକାଣ୍ଡ ନା ଆଉ କିଛି, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

An unidentified half burnt body was recovered from mahanadi river
ମହାନଦୀ ଗର୍ଭରୁ ଅଜଣା ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର
ମହାନଦୀ ଗର୍ଭରୁ ଅଜଣା ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର

ସେପଟେ ଦୀର୍ଘ ସମୟ ଧରି ଏହି ମୃତ ଶରୀର ବୌଦ୍ଧର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହନୁମାନ ଘାଟ ନିକଟରେ ପଡିରହିଥିଲେ ମଧ୍ୟ କେହି ଟେର ପାଇନଥିଲେ । ଫଳରେ ଅଜଣା ମୃତଦେହକୁ କାଉ ଓ କୁକୁର ଖାଇଯାଇ କେବଳ ନର କଙ୍କାଳଟି ପଡ଼ି ରହିଥିଲା । ତେବେ ଆଜି ବୌଦ୍ଧ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନର କଙ୍କାଳ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ଡିଏନଏ ଟେଷ୍ଟ ପାଇଁ ପଠାଇଛି ଏବଂ ଅଧିକ ସୂଚନା ପାଇଁ ତଦନ୍ତ ଆରମ୍ଭ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.