ETV Bharat / state

କୁଲାରୀକୁଦ ଦ୍ବୀପରେ ଇକୋରିଟ୍ରିଟ, ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପରିବେଶ ମନ୍ତ୍ରୀ

author img

By

Published : Apr 9, 2023, 9:26 PM IST

ମହାନଦୀ ଗର୍ଭରେ ଅବସ୍ଥିତ କୁଲାରୀକୁଦରେ ପ୍ରତିଷ୍ଠାହେବ ଇକୋରିଟ୍ରିଟ । ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଅଧିକ ପଢ଼ନ୍ତୁ

ମହାନଦୀ ଗର୍ଭରେ ଅବସ୍ଥିତ କୁଲାରୀକୁଦରେ ପ୍ରତିଷ୍ଠାହେବ ଇକୋରିଟ୍ରିଟ

ବୌଦ୍ଧ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ । ଶତାଧିକ ପର୍ଯ୍ୟଟନସ୍ଥଳୀ ଯାହା ବର୍ଷ ତମାମ ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସୁଛି । ବିଶେଷ ଭାବରେ ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ଅନେକ ଛୋଟବଡ ଦ୍ବୀପ ରହିଥିବା ବେଳେ ବର୍ତ୍ତମାନ ଏଭଳି ଏକ ଛୋଟ ଦ୍ବୀପରେ ପ୍ରତିଷ୍ଠା ହେବ ଇକୋ ରିଟ୍ରିଟ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ଆନନ୍ଦ ପ୍ରକାଶ କରିବା ସହିତ ଏହାକୁ ସ୍ବାଗତ କରିଛନ୍ତି ।

କୁଲାରୀକୁଦରେ ପ୍ରତିଷ୍ଠା ହେବ ଇକୋ ରିଟ୍ରିଟ: ମହାନଦୀ ଗର୍ଭରେ ରହିଛି ଏକାଧିକ ଛୋଟବଡ ଦ୍ବୀପ । ଏହି ଦ୍ବୀପ ବର୍ଷ ତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟି ଥାଏ । ଯାହାକୁ ଦୃଷ୍ଟିରେ ରଖି ସରକାର ମହାନଦୀ ଗର୍ଭରେ ଅବସ୍ଥିତ କୁଲାରୀକୁଦରେ ଇକୋ ରିଟ୍ରିଟ ପ୍ରତିଷ୍ଠା କରିବେ ।

ମହାନଦୀ ଗର୍ଭରେ ଥିବା ଦ୍ବୀପ : ପୁଣ୍ୟତୋୟା ମହାନଦୀ କୂଳରେ ଗଢିଉଠିଛି ଅନେକ ପ୍ରାଚୀନ ଜନବସତି । ବୌଦ୍ଧ ଜିଲ୍ଲାରେ ମହାନଦୀ ମନମୁଣ୍ଡାଠାରୁ ମାରଡା ପର୍ଯ୍ୟନ୍ତ ପ୍ରାୟ ଶହେ କିଲୋମିଟରରୁ ଊର୍ଦ୍ଧ୍ବ ପ୍ରବାହିତ ହୋଇଛି । ବିଶେଷ ଭାବରେ ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ଗର୍ଭରେ ରହିଛି ଏକାଧିକ ଛୋଟବଡ ଦ୍ବୀପ । ବୌଦ୍ଧ ନିକଟରେ ମର୍ଜାକୁଦ, କୁଲାରୀକୁଦ, ରାମଗଡ ନିକଟରେ କୁଆକୁଦ, ଡୁମୁଣୀକୁଦ ରହିଥିବା ବେଳେ ତନ୍ମଧ୍ୟରୁ ସର୍ବବୃହତ ମର୍ଜାକୁଦରେ କେବଳ ଜନବସତି ସ୍ଥାପନ ହୋଇଛି ।

ପର୍ଯ୍ୟଟନ ସ୍ଥଳ: ମହାନଦୀର ନୀଳ ଜଳରାଶି ବୌଦ୍ଧ ନିକଟରେ ଦୁଇ ଭାଗହୋଇ ମର୍ଜାକୁଦ ସୃଷ୍ଟି ହୋଇଥିବା ବେଳେ ତଳ ମୁଣ୍ଡରେ ମର୍ଜାକୁଦ ନିକଟରେ ରହିଛି କୁଲାରୀକୁଦ । ମର୍ଜାକୁଦିଆ ଶାଢୀ ଓ ମୁଢି ଏହାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା ବେଳେ ବର୍ତ୍ତମାନ ଏହାର ନିକଟରେ ପ୍ରତିଷ୍ଠା ହେବାକୁ ଯାଉଛି ଇକୋ ରିଟ୍ରିଟ । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବଣଭୋଜି ଦୃଷ୍ଟିରୁ ବୌଦ୍ଧ ପୌରାଞ୍ଚଳର ଏହି ଦ୍ବୀପାଞ୍ଚଳର ମହତ୍ତ୍ଵ ବେଶ ଅଧିକ । ମର୍ଜାକୁଦରେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଏଠାକାର ଶାଢୀ ଓ ମୁଢି ସମସ୍ତଙ୍କ ପ୍ରଥମ ପସନ୍ଦ । ବିଶେଷ ଭାବରେ ଦ୍ବୀପରେ ବସବାସ କରୁଥିବା ଭୁଲିଆ ସଂପ୍ରଦାୟ ଦ୍ବାରା ପ୍ରସ୍ତୁତ ବାନ୍ଧଶାଢୀ ଓ ଅନ୍ୟାନ୍ୟ ସାମଗ୍ରୀ ସମସ୍ତଙ୍କୁ ବେଶ ଆକର୍ଷିତ କରିଥାଏ ।

ଇକୋ ରିଟ୍ରେଟ ପ୍ରତିଷ୍ଠା ନେଇ ଗ୍ରାମବାସୀ ଓ ପର୍ଯ୍ୟଟକଙ୍କ ପ୍ରତିକୀୟା: ମର୍ଜାକୁଦ ଦ୍ବୀପ ନିକଟରେ ରହିଥିବା କୁଲାରୀକୁଦ ଠାରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ଇକୋ ରିଟ୍ରିଟ ପ୍ରତିଷ୍ଠା କରିବା ନେଇ ସୂଚନା ମିଳିବା ପରେ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ଗ୍ରାମବାସୀ କହିଛନ୍ତି, ଇକୋ ରିଟ୍ରିଟ ପ୍ରତିଷ୍ଠା ଦ୍ବାରା ଅଞ୍ଚଳର ଉନ୍ନତି ହେବ । ରୋଜଗାରର ନୂଆ ପନ୍ଥା ଖୋଲିବ ବୋଲି ଗ୍ରାମବାସୀ କହିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.