ETV Bharat / state

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ,ଏକ କିଲୋମିଟର ବୁହାହେଲେ ରୋଗୀ

author img

By

Published : Feb 21, 2021, 10:52 PM IST

ରାସ୍ତା ସମସ୍ୟା ପାଇଁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ପ୍ରାୟ ଏକ କିଲୋମିଟର ଷ୍ଟେଚରରେ ବୁହାହୋଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଲେ ରୋଗୀ । ଅଧିକ ପଢନ୍ତୁ...

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ,ଏକ କିଲୋମିଟର ବୁହାହେଲେ ରୋଗୀ
ପହଞ୍ଚି ପାରିଲାନି ଆମ୍ବୁଲାନ୍ସ,ଏକ କିଲୋମିଟର ବୁହାହେଲେ ରୋଗୀ

ବୌଦ୍ଧ: ରାସ୍ତା ସମସ୍ୟା ପାଇଁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ତେଣୁ ବାଧ୍ୟ ହୋଇ ଏକ କିଲୋମିଟର ଷ୍ଟେଚରରେ ବୁହାହେଲେ ରୋଗୀ । ଏହି ଘଟଣାଟି ହେଉଛି ବୌଦ୍ଧ ଜିଲ୍ଲା ଆମ୍ବଝରୀ ପଞ୍ଚାୟତ ବିଜାମାରୀ ଗ୍ରାମର ।

ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଅନେକ ସମୟରେ ସାମ୍ନାକୁ ଆସୁଛି । କେଉଁଠି ଡାକ୍ତର ଓ କର୍ମଚାରୀଙ୍କ ଅଭାବରୁ ସ୍ବାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଛି ତ ଆଉ କେଉଁଠି ଆଲୋକ ଅଭାବରୁ ଟର୍ଚ୍ଚ ଲାଇଟରେ ରୋଗୀଙ୍କ ଚିକିତ୍ସା କରାଯାଉଛି । ବର୍ତ୍ତମାନ ପୁଣିଥରେ ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳ ବିଜାମାରୀ ଗ୍ରାମରୁ ରୋଗୀକୁ ବୁହାଯାଉଥିବା ଚିତ୍ର ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ବିଜାମାରୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ପାଇପ ବିଛା କାର୍ଯ୍ୟ ଯୋଗୁଁ ଖୋଳି ଦିଆଯାଇଥିବାରୁ ଗାଁକୁ ଜଣେ ରୋଗୀଙ୍କୁ ଆଣିବାକୁ ଯାଇଥିବା ଆମ୍ବୁଲାନ୍ସ ରୋଗୀ ନିକଟରେ ପହଞ୍ଚି ପାରିନଥିଲା । ଫଳରେ ଆମ୍ବୁଲାନ୍ସ କର୍ମଚାରୀମାନେ ଉକ୍ତ ରୋଗୀଙ୍କୁ ଷ୍ଟେଚରରେ ପ୍ରାୟ ଏକ କିଲୋମିଟର ଯାଏଁ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ଅନ୍ୟପଟେ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳକୁ ଗମନାଗମନ ଅସୁବିଧା ଯୋଗୁଁ ଆମ୍ବୁଲାନ୍ସ ସେବା ମିଳିପାରୁ ନଥିବାବେଳେ ସ୍ବାସ୍ଥ୍ୟ ସେବା ଲାଗି ଆବଶ୍ୟକ ଭିତ୍ତିଭୂମିର ବିକାଶ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.