ETV Bharat / state

ଶିକ୍ଷା ବିଭାଗରେ ବ୍ୟାପକ ଅନିୟମିତତା, ବୌଦ୍ଧରେ ବଢୁଛି ଅସନ୍ତୋଷ

author img

By

Published : Feb 19, 2023, 4:00 PM IST

ବୌଦ୍ଧ ଜିଲ୍ଲାରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା । ଶିକ୍ଷା ବିଭାଗରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବୌଦ୍ଧରେ ଶିକ୍ଷା ବିଭାଗରେ ବ୍ୟାପକ ଅନିୟମିତତା ଅଭିଯୋଗ

ବୌଦ୍ଧ: ଜିଲ୍ଲାର ଶିକ୍ଷା ବିଭାଗରେ ବ୍ୟାପକ ଅନିୟମିତତା ତଥା ସମସ୍ୟା ଭିତରେ ଛନ୍ଦି ହୋଇ ପଡିଛି । ବିଭିନ୍ନ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷକଙ୍କ ପଦୋନ୍ନତି ହୋଇ ପାରୁନଥିବା ବେଳେ ଅନେକ ସ୍ଥାନରେ ଶିକ୍ଷକ ଓ କର୍ମଚାରୀ ଦୀର୍ଘ ବର୍ଷ ଧରି ବଦଳି ହୋଇନାହାନ୍ତି । ଜିଲ୍ଲା ଶିକ୍ଷା ବିଭାଗ ବ୍ୟାପକ ସମସ୍ୟାରେ ଛନ୍ଦି ହୋଇପଡିଛି । ବଦଳିଠୁ ନେଇ ଶିକ୍ଷକ ରାଜନୀତି ସବୁଆଡେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏଭଳି ସମୟରେ ଜିଲ୍ଲାପାଳଙ୍କ କଠୋର ଆଭିମୁଖ୍ୟ ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ଚିନ୍ତାର କାରଣ ହୋଇଛି ।

ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ତଥା ଉଚ୍ଚ ବିଦ୍ୟାଳୟ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ରହିଛି । ତେବେ ଦୀର୍ଘ ଦିନ ହେଲା ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡିଥିବା ବେଳେ ଅନେକ ଶିକ୍ଷକଙ୍କ ପଦୋନ୍ନତି ବରିଷ୍ଠତା ଭିତ୍ତିରେ ନହୋଇ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି । ବୌଦ୍ଧ ଭଳି ଜିଲ୍ଲାର ତିନୋଟି ବ୍ଲକରେ ଥିବା ବିଦ୍ୟାଳୟରେ ଶିକ୍ଷକତା କରୁଥିବା କେତେକ ପଡୋଶୀ ଜିଲ୍ଲାର ନକଲି ଶିକ୍ଷକ ଓ ଜାଲ ସାର୍ଟିଫିକେଟ ଧାରୀ ଶିକ୍ଷକ ରହିଥିଲେ ମଧ୍ୟ ବିଭାଗୀୟ ଉଦାସୀନତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଗତ ବର୍ଷ ଏଭଳି କେତେକ ନକଲି ଶିକ୍ଷକଙ୍କ ସମ୍ପର୍କରେ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏଭଳି ଆହୁରି ଅନେକ ଜାଲ ସାର୍ଟିଫିକେଟ ଧାରୀ ଶିକ୍ଷକ ରହିଯାଇଛନ୍ତି । ଏମାନଙ୍କୁ ଶିକ୍ଷା ବିଭାଗର କିଛି ଦୁର୍ନୀତି ଗ୍ରସ୍ତ କର୍ମଚାରୀ ପରୋକ୍ଷରେ ସହଯୋଗ କରୁଥିବା ମଧ୍ୟ ସୂଚନା ମିଳିଛି । କେତେକ ଶିକ୍ଷକ ଖୁଲମଖୁଲା ରାଜନୈତିକ ଛତ୍ରଛାୟାରେ ରହି ନିର୍ଦ୍ଦିଷ୍ଟ ଦଳ ପାଇଁ କାର୍ଯ୍ୟ କରୁଥିବା ମଧ୍ୟ ସବୁବେଳେ ଚର୍ଚ୍ଚା ହେଉଛି ।

ବିଶେଷ ଭାବରେ ଜିଲ୍ଲା ଶିକ୍ଷା, ତିନୋଟି ବ୍ଲକ ଶିକ୍ଷା ଓ ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି କାମ କରୁଥିବା କର୍ମଚାରୀଙ୍କ ବଦଳି ନହେବା ଯୋଗୁଁ ଏଭଳି ଦୁର୍ନୀତି ବନ୍ଦ ହୋଇ ପାରୁନାହିଁ ।ଅନେକ ବିଦ୍ୟାଳୟରେ ନିମ୍ନ ମାନର ମଧ୍ୟାହ୍ନ ଭୋଜନର ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଗତ କିଛି ଦିନ ପୂର୍ବରୁ ଜିଲ୍ଲାର ସାତଗୋଟି ବିଦ୍ୟାଳୟର ପାରିପାର୍ଶ୍ବିକ ଉନ୍ନତି ପାଇଁ ଦିଆଯାଇଥିବା ଏକ ଲକ୍ଷ ଟଙ୍କାର ହିସାବ ମଧ୍ୟ ଠିକରେ ମିଳିପାରୁ ନାହିଁ ।

ଜିଲ୍ଲାରେ ନିର୍ମାଣ ହୋଇଥିବା ତଥ ନିର୍ମାଣଧିନ 44 ଗୋଟି 5t ବିଦ୍ୟାଳୟର ଅନେକ ସ୍ଥାନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏଭଳି ସମୟରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଉପରେ ଅଙ୍କୁଶ ଲଗାଇବା ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.