ETV Bharat / state

ଖାଦ୍ୟ ସୁରକ୍ଷା ଓ ମନରେଗା ଯୋଜନାରେ ହରିଲୁଟ ଅଭିଯୋଗ - ଖାଦ୍ୟ ସୁରକ୍ଷା ଓ ମନରେଗା ଯୋଜନା

ଜିଲ୍ଲାର ବ୍ଲକସ୍ତରୀୟ ସୋସିଆଲ ଅଡିଟରେ ଧରାପଡିଲା ଅନେକ ଅନିୟମିତତା । ଖାଦ୍ୟ ସୁରକ୍ଷା ଓ ମନରେଗା ଯୋଜନାରେ ମୃତ ବ୍ୟକ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାରେ ସରକାରୀ ଅର୍ଥ ଉଠାଣ ଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡ଼ିଛି। ଅଧିକ ପଢ଼ନ୍ତୁ

harilut allegations in food security and mgnrega scheme
ଖାଦ୍ୟ ସୁରକ୍ଷା ଓ ମନରେଗା ଯୋଜନାରେ ହରିଲୁଟ ଅଭିଯୋଗ
author img

By

Published : Mar 29, 2022, 9:18 PM IST

ବୌଦ୍ଧ: ଜିଲ୍ଲାର ବ୍ଲକସ୍ତରୀୟ ସୋସିଆଲ ଅଡିଟରେ ଧରାପଡିଲା ଅନେକ ଅନିୟମିତତା । ଖାଦ୍ୟ ସୁରକ୍ଷା ଓ ମନରେଗା ଯୋଜନାରେ ମୃତ ବ୍ୟକ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାରେ ସରକାରୀ ଅର୍ଥ ଉଠାଣ ଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡ଼ିଛି।

ଖାଦ୍ୟ ସୁରକ୍ଷା ଓ ମନରେଗା ଯୋଜନାରେ ହରିଲୁଟ ଅଭିଯୋଗ

ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ସମସ୍ତ 69 ପଞ୍ଚାୟତ ରେ ମନରେଗା ଓ ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟ କାରୀତା ଉପରେ ସୋସିଆଲ ଅଡିଟ ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏହାର ତଥ୍ୟ ସଂଗ୍ରହ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଏହାର ସମୀକ୍ଷା କରିଥିଲା । ତେବେ ଉଭୟ ମନରେଗା ଓ ଖାଦ୍ୟ ସୁରକ୍ଷା ଆଇନରେ ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଅନିୟମିତତା କରାଯାଇ ସରକାରୀ ଅର୍ଥର ହରିଲୁଟ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ସାମଗ୍ରୀ ଉଠାଣ ଠାରୁ ନେଇ ଭତ୍ତା ପର୍ଯ୍ୟନ୍ତ ହଡପ ହୋଇଥିବା ଅଭିଯୋଗ ହୋଇଛି ।

ମନରେଗା ଯୋଜନାରେ କୃଷି, ଉଦ୍ୟାନ, ଜଙ୍ଗଲ ବିଭାଗ ସହିତ ବିଭିନ୍ନ ପଞ୍ଚାୟତରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ସରକାରୀ ଅର୍ଥ ଲୁଟ ହୋଇଥିବା ଅଭିଯୋଗ ପରେ ଏହାର ତଦନ୍ତ ପାଇଁ ପ୍ରଶାସନ ଚେତାବନୀ ଦେଇଛି। ସାତ ଦିନ ମଧ୍ୟରେ ଉକ୍ତ ଅର୍ଥର ରିକଭରି ନହେଲେ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.