ETV Bharat / state

ଗୋଛାପଡା ପଞ୍ଚାୟତରେ ଦୁର୍ନୀତିକୁ ନେଇ ଆରୋପ ପ୍ରତ୍ୟାରୋପ

author img

By

Published : Apr 18, 2023, 7:57 AM IST

ଗୋଛାପଡା ପଞ୍ଚାୟତର ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଆଜି ଜିଲ୍ଲାପାଳଙ୍କ ନିକଟରେ ପଞ୍ଚାୟତର ଓ୍ବାର୍ଡ ମେମ୍ବର ଓ ନାଏବ ସରପଞ୍ଚ ଅଭିଯୋଗ ଆଣିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ସରପଞ୍ଚ । ବୁଦ୍ଧିଜୀବୀ ଏସବୁ ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି । ଅଧିକ ପଢନ୍ତୁ

Allegations of corruption
Allegations of corruption
ଗୋଛାପଡା ପଞ୍ଚାୟତରେ ଦୁର୍ନୀତି

ବୌଦ୍ଧ: ଗୋଛାପଡା ପଞ୍ଚାୟତର ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଆବାସ, ରାସନ, ସାମାଜିକ ସୁରକ୍ଷା, ମନରେଗା ଭଳି ଯୋଜନାରେ ବ୍ୟାପକ ଦୁର୍ନୀତି । ଏଥି ସହିତ ସରପଞ୍ଚଙ୍କ ସ୍ବାମୀଙ୍କ ଯୋଗୁଁ ପଞ୍ଚାୟତରେ ବ୍ୟାପକ ବିଶୃଙ୍ଖଳା ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କଲେ ପଞ୍ଚାୟତର ନିର୍ବାଚିତ ଓ୍ବାର୍ଡ ସଭ୍ୟ । ତେବେ ଏଭଳି ଅଭିଯୋଗକୁ ସ୍ଥାନୀୟ ସରପଞ୍ଚ ଖଣ୍ଡନ କରିବା ସହିତ ଏହାକୁ ଅମୂଳକ ବୋଲି ସୂଚନା ଦେଇଛନ୍ତି ।

ବୌଦ୍ଧ ଜିଲ୍ଲା ସଦର ବ୍ଲକର ବହୁ ଚର୍ଚ୍ଚିତ ପଞ୍ଚାୟତ ଗୋଛାପଡା ପଞ୍ଚାୟତ । ଏହି ଅଞ୍ଚଳରେ ଷ୍ଟୋନ କ୍ରସରଠାରୁ ନେଇ ଜବରଦଖଲ, ମନରେଗା ଭଳି ଅନେକ ଯୋଜନାରେ ଦୁର୍ନୀତିକୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ସୋମବାର ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଅଞ୍ଚଳର ଗରିବ ହିତାଧିକାରୀ, ରୋଗୀ, ଦୁଃଖୀଙ୍କ ଗୁହାରି ଶୁଣିବାକୁ ଗୋଛାପଡା ପଞ୍ଚାୟତରେ ପହଞ୍ଚି ଥିଲେ । ସେଠାରେ ଅନେକ ଗରିବ ଲୋକଙ୍କ ଦୁଃଖ ଶୁଣିବା ସହିତ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦେଇଥିଲେ । ଗୋଛାପଡା ପଞ୍ଚାୟତରେ ଦୁଇ ଶହରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଜିଲ୍ଲାରେ ପ୍ରଥମଥର ପାଇଁ ସର୍ବାଧିକ ଦୁଇ ଲକ୍ଷ ଚାଳିଶ ହଜାର ଟଙ୍କା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିଲା । ତେବେ ଗୋଛାପଡା ପଞ୍ଚାୟତରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ।

ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଗୋଛାପଡା ପଞ୍ଚାୟତରେ ପହଞ୍ଚି ହିତାଧିକାରୀଙ୍କ ସମସ୍ୟା ବିଷୟରେ ଅବଗତ ହୋଇଥିଲେ । ଏହି ଅବସରରେ ଗୋଛାପଡା ଓ ଗୁନ୍ଦୁଳିଆ 5T ହାଇସ୍କୁଲ ପରିଦର୍ଶନ କରିଥିଲେ । ଅନ୍ୟପଟେ ଗୋଛାପଡା ପଞ୍ଚାୟତରେ ବିଭିନ୍ନ କଲ୍ୟାଣକାରୀ ଯୋଜନା ତଥା ଉନ୍ନୟନ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି । ଆଉ ଅଭିଯୋଗ କରିଛନ୍ତି ଖୋଦ ନାଏବ ସରପଞ୍ଚ ଓ କେତେକ ଓ୍ବାର୍ଡ ସଭ୍ୟ । ବିଶେଷ ଭାବରେ ଗୋଛାପଡା ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଓ୍ବାର୍ଡ ସଭ୍ୟମାନେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏହାର ତଦନ୍ତ ପାଇଁ ଦାବି କରିଥିଲେ ।

ତେବେ ଏଭଳି ଅଭିଯୋଗକୁ ଗୋଛାପଡା ସରପଞ୍ଚ ସମ୍ପୂର୍ଣ୍ଣ ଖଣ୍ଡନ କରିଥିବା ବେଳେ ସରପଞ୍ଚ ଭାବରେ ଦାୟିତ୍ୱ ଗ୍ରହଣଠାରୁ ପଞ୍ଚାୟତର ଉନ୍ନତି ତଥା ଲୋକଙ୍କ ସେବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବଦନାମ ଉଦ୍ଦେଶ୍ୟରେ ଏଭଳି ଅମୂଳକ ଅଭିଯୋଗ କରିଥିବା ନେଇ ସରପଞ୍ଚ କହିଛନ୍ତି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.