ETV Bharat / state

ବୌଦ୍ଧ ଜିଲ୍ଲା କୃଷି ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବୌଦ୍ଧ ଜିଲ୍ଲାରେ କୃଷି ବିଭାଗରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲାବାସୀ । ଏନେଇ ଦୃୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଅଧିକ ପଢନ୍ତୁ...

author img

By

Published : Mar 28, 2021, 10:42 AM IST

ଜିଲ୍ଲା କୃଷି ବିଭାଗ
ଜିଲ୍ଲା କୃଷି ବିଭାଗ

ବୌଦ୍ଧ: ଜିଲ୍ଲାରେ ଅନେକ ବିଭାଗରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । କୃଷି ଉତ୍ସବ ନାଁରେ ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହେଉଥିବା ବେଳେ ଅନ୍ୟ ପଟେ କଣ୍ଟମାଳ କୃଷି କାର୍ଯ୍ୟାଳୟ ଜବର ଦଖଲକାରୀଙ୍କ କବଜାରେ ରହିଥିବା ଅଭିଯୋଗ ହୋଇଛି ।

କୃଷି ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଦୁର୍ନୀତିର ଗନ୍ତାଘର ପାଲଟିଛି ଜିଲ୍ଲା କୃଷି ବିଭାଗ । ଗତ ସପ୍ତାହରେ ହୋଇଥିବା କୃଷି ଉତ୍ସବରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଚାଷୀଙ୍କ କୌଣସି କାର୍ଯ୍ୟରେ ଟଙ୍କା ଲାଗିନଥିବା ଅଭିଯୋଗ ହୋଇଛି । କୃଷି ବିଭାଗ ମନୋରଞ୍ଜନ ନାଁରେ ଭୋଜିଭାତର ଆସର ଆୟୋଜନ କରାଯାଇଥିଲା । ଏହି ଭୋଜିଭାତରେ କୁଢ କୁଢ ଆବର୍ଜନା କୃଷି କାର୍ଯ୍ୟାଳୟ ନିକଟରେ ପଡି ରହିବା ଫଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି ।

କୃଷି ବିଭାଗର ଅଫିସର ଆସୁନଥିବା ମଧ୍ୟ ଅଭିଯୋଗ ହୋଇଛି । ଧାନ କିଣାଠାରୁ ଆରମ୍ଭ କରି ଚାଷୀଙ୍କର କୌଣସି ସମସ୍ୟାର ସମାଧାନ ଦେଉନାହିଁ । ସବୁ କ୍ଷେତ୍ରରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ପୂର୍ବରୁ କୃଷି ବିଭାଗ ସମ୍ମୁଖରେ ଏକ କୋଠାଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦିନଠୁ ଏଥିରେ ଦୁର୍ନୀତି ଯୋଗୁଁ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆଗେଇ ପାରୁ ନାହିଁ । ସେପଟେ କଣ୍ଟାମାଳ କୃଷି କାର୍ଯ୍ୟାଳୟ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି । ବିଭାଗର ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.