ETV Bharat / state

ବୌଦ୍ଧରେ ଗୋ ସେବକଙ୍କୁ ପୋଲିସର ମାଡ ଅଭିଯୋଗ - ମାହେଶ୍ବରୀ ଗୋ ଜରାଶ୍ରମ

ପୋଲିସର ଦାଦାଗିରି । ବୌଦ୍ଧ ଜିଲ୍ଲାରେ ଥିବା ଗୋ ଜରାଶ୍ରମର ସେବକଙ୍କୁ ପୋଲିସ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଗୋ ସେବକଙ୍କୁ ପୋଲିସର ମାଡ ଅଭିଯୋଗ
ଗୋ ସେବକଙ୍କୁ ପୋଲିସର ମାଡ ଅଭିଯୋଗ
author img

By

Published : Nov 18, 2020, 12:44 PM IST

Updated : Nov 18, 2020, 7:49 PM IST

ବୌଦ୍ଧ: ପୋଲିସର ଦାଦାଗିରି । ବୌଦ୍ଧ ଜିଲ୍ଲାରେ ଗୋ ସେବା ପାଇଁ ଅଣ୍ଟା ଭିଡିଥିବା ସେବକଙ୍କୁ ପୋଲିସର ଅମାନବୀୟ ବ୍ୟବହାର ହୋଇଥିବା ନେଇ ଅଭିଯୋଗ ହୋଇଛି ।

ବିଭିନ୍ନ ସମୟରେ ଖାଦ୍ୟ ପେୟ ଓ ସ୍ବାସ୍ଥ୍ୟଗତ କାରଣରୁ ଅଲୋଡ଼ା ହୋଇପଡୁଥିବା ଗୋରୁ ଗାଈଙ୍କ ସେବା ପାଇଁ ଡୁମାଳ ସମାଜ ପକ୍ଷରୁ ଜିଲ୍ଲାର ମଥୁରା ପଞ୍ଚାୟତ ଦନ୍ତାପାଲି ଠାରେ ମାହେଶ୍ବରୀ ଗୋ ଜରାଶ୍ରମ ନିର୍ମାଣ ହୋଇଛି । ଏହି ମହତ କାମ ପାଇଁ ସୋନପୁର ଜିଲ୍ଲା କଳାପଥର ଗ୍ରାମର ଜନୈକ ବଦାନ୍ୟ ବ୍ୟକ୍ତି 35 ଗୋଟି ଗାଇ ଦାନ କରିଥିଲେ । ଏହି ଗାଇମାନଙ୍କୁ ମଙ୍ଗଳବାର ବୌଦ୍ଧକୁ ଅଣାଯାଉ ଥିବା ସମୟରେ ବୌଦ୍ଧ ସୀମାର ଅପର ପାର୍ଶ୍ଵରେ ଥିବା କିଆକଟା ଥାନା ଅଞ୍ଚଳରେ ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇ ପ୍ରବଳ ମାଡ ମାରିଥିବା ଅଭିଯୋଗ ହୋଇଛି ।

ବୌଦ୍ଧରେ ଗୋ ସେବକଙ୍କୁ ପୋଲିସର ମାଡ ଅଭିଯୋଗ

ଏହା ଜଣା ପଡିବା ପରେ ଉଭୟ ବୌଦ୍ଧ ଓ ସୋନପୁର ଜିଲ୍ଲାର ଅନେକ ଗୋ ସେବକ କିଆକଟା ଥାନାରେ ପହଞ୍ଚି ଏଭଳି ଅମାନବୀୟ କାର୍ଯ୍ୟର ପ୍ରତିବାଦ କରିଥିଲେ । ସେବକଙ୍କୁ ମାଡ ମାରି ପୋଲିସ ଭୁଲ କରିଛି । ଏ ଭୁଲ ପାଇଁ ପୋଲିସ ଭୁଲ ନ ମାଗିଲେ ଆଗକୁ ଆନ୍ଦୋଳନ ହେବ ବୋଲି କହିଛନ୍ତି ଜଣେ ଗୋ ସେବକ । ଏ ପଟେ ଘଟଣାରେ କିଆକଟା ପୋଲିସ ଭୁଲ ବୁଝାମଣାରୁ ଏପରି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି । ତେବେ ପୋଲିସର ଏପରି କାର୍ଯ୍ୟକୁ ବିଭିନ୍ନ ସ୍ବେଚ୍ଛାସେବୀ ସଂଘଟନ ପକ୍ଷରୁ ନିନ୍ଦା କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Nov 18, 2020, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.