ETV Bharat / state

‘ଆର୍ଥିକ ସହାୟତା ନାଁରେ ମହିଳା ଗୋଷ୍ଠୀଙ୍କୁ ଶୋଷଣ କରୁଛି ମାଇକ୍ରୋ ଫାଇନାନ୍ସ କମ୍ପାନୀ’ - ଫାଇନାନ୍ସ କମ୍ପାନୀର ଦୌରାତ୍ମ୍ୟରେ ଅତିଷ୍ଠ ହିତାଧିକାରୀ

ମାଇକ୍ରୋ ଫାଇନାନ୍ସ କମ୍ପାନୀରୁ ଋଣ କରି ଶୋଷଣର ଶିକାର ହେଉଛନ୍ତି ମହିଳା ଗୋଷ୍ଠୀ । ଏନେଇ ତୁରନ୍ତ ଏହି କମ୍ପାନୀକୁ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ । ଅଧିକ ପଢନ୍ତୁ

ଫାଇନାନ୍ସ କମ୍ପାନୀର ଦୌରାତ୍ମ୍ୟରେ ଅତିଷ୍ଠ ହିତାଧିକାରୀ

author img

By ETV Bharat Odisha Team

Published : Sep 23, 2023, 1:16 PM IST

ଫାଇନାନ୍ସ କମ୍ପାନୀର ଦୌରାତ୍ମ୍ୟରେ ଅତିଷ୍ଠ ହିତାଧିକାରୀ

ବୌଦ୍ଧ: ମାଇକ୍ରୋ ଫାଇନାନ୍ସ କମ୍ପାନୀର ଦୌରାତ୍ମ୍ୟରେ ଅତିଷ୍ଠ ହିତାଧିକାରୀ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ଅଭିବୃଦ୍ଧିର ପ୍ରଲୋଭନ ଦେଖାଇ ବ୍ୟାପକ ଋଣ ଆଦାୟ ନାଁରେ ଶୋଷଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ସମୟରେ ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ସଶକ୍ତିକରଣ ନାଁରେ ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନୀମାନେ ଗାଁ ଗାଁରେ ଏକପ୍ରକାର ଲୁଟ ଚଳାଇଥିବା ବୁଦ୍ଧିଜୀବୀ ଅଭିଯୋଗ କରିବା ସହିତ ଏଭଳି ଫାଇନାନ୍ସ କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଦାବି କରିଛନ୍ତି ।

ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା କୋଡ଼ିଏରୁ ଉର୍ଦ୍ଧ୍ବ ମାଇକ୍ରୋ ଫାଇନାନ୍ସ କମ୍ପାନୀ ନିଜର କାର୍ଯ୍ୟାଳୟ ଖୋଲି ଆର୍ଥିକ ଦେଣନେଣ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ଜିଲ୍ଲାର ତିନୋଟି ବ୍ଲକରେ ଏସବୁ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡ଼ିକ ମହିଳା ଗୋଷ୍ଠୀ ମାନଙ୍କୁ ଆର୍ଥିକ ଋଣ ନାଁରେ ଟାର୍ଗେଟ କରି ଆର୍ଥିକ ଅନିୟମିତତା କରୁଥିବା ନେଇ ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ସଦର ମହକୁମା ବୁଟୁପାଲି ଅଞ୍ଚଳରେ ଏଭଳି ମାଇକ୍ରୋ ଫାଇନାନ୍ସ କମ୍ପାନୀର ଅନେକ କାର୍ଯ୍ୟାଳୟ ଛତୁ ଫୁଟିଲା ଭଳି ଖୋଲିବା ସହିତ ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ନାଁରେ ଟାର୍ଗେଟ କରିଛନ୍ତି । ଗାଁ ଗହଳିର ସରଳ ନିଷ୍କପଟ ଲୋକ ବିଶେଷ ଭାବରେ ମହିଳା ଗୋଷ୍ଠୀଙ୍କୁ ଏହି ମାଇକ୍ରୋ ଫାଇନାନ୍ସ କମ୍ପାନୀ ଋଣ ଆକାରରେ ସହାୟତା ଯୋଗାଇ ଦେଉଛନ୍ତି । ଆଉ ଯେଉଁ ମାନେ ଥରେ ଏଭଳି ଫାଇନାନ୍ସ କମ୍ପାନୀର ଜାଲରେ ପଡ଼ିଗଲେ ବାସ ସେଠାରୁ ଆଉ ମୁକୁଳିବା ସହଜ ହେଉନାହିଁ ।

ଏହା ମଧ୍ୟ ପଢନ୍ତୁ- ଋଣ ଦେବା ନାଁରେ ଠକେଇ, ସମବାୟ ସମିତି ସଂପାଦକ ନାମରେ ଅଭିଯୋଗ

ଘରଦ୍ୱାର, ସୁନା ରୁପା, ଘର ସାମଗ୍ରୀ ସବୁକିଛି ବିକ୍ରି କରି ଋଣ ସୁଝିବାକୁ ଚେଷ୍ଟା ସତ୍ତ୍ବେ ତାହା ଶୁଝିପାରୁ ନାହିଁ । ଫଳରେ ବର୍ତ୍ତମାନ ଜିଲ୍ଲାର ଗାଁ ଗାଁରେ ଏକପ୍ରକାର ଆର୍ଥିକ ଅବ୍ୟବସ୍ଥା ଦେଖାଗଲାଣି । ଗ୍ରାମାଞ୍ଚଳରେ ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବା ପାଇଁ ଆରବିଆଇର ଗାଇଡଲାଇନକୁ ସମ୍ପୂର୍ଣ୍ଣ ଅଣଦେଖା କରି ଏଭଳି ମାଇକ୍ରୋ ଫାଇନାନ୍ସ କମ୍ପାନୀ ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ଶୋଷଣ କରିବାରେ ଲାଗିପଡିଛନ୍ତି । ଅନାବଶ୍ୟକ ସ୍ଥଳରେ ମଧ୍ୟ କମ୍ପାନୀର ଏଜେଣ୍ଟ ପହଞ୍ଚି ମହିଳାମାନଙ୍କୁ ଆର୍ଥିକ ଅଭିବୃଦ୍ଧି ଘଟିବା ପ୍ରଲୋଭନ ଦେଖାଇ ୪୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାରରେ ଅର୍ଥ ଲୁଟର ଅଭିଯୋଗ ହୋଇଛି । ଏନେଇ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଥିବା ବେଳେ ଜିଲ୍ଲାର ବୁଦ୍ଧିଜୀବୀ ଏଭଳି ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.