ETV Bharat / state

ବୌଦ୍ଧ ଡାକ୍ତରଖାନାରେ ଅଗ୍ନି ନିର୍ବାପନ ଯନ୍ତ୍ରାଂଶ ଅଚଳ - ବୌଦ୍ଧ ଡାକ୍ତରଖାନାରେ ଅଚଳ ଅଗ୍ନି ନିର୍ବାପନ ଯନ୍ତ୍ରାଂଶ

ଗତ 14 ତାରିଖରୁ ଆରମ୍ଭ ହୋଇଥିବା ଅଗ୍ନିଶମ ସେବା ସପ୍ତାହର ଗତକାଲି(ମଙ୍ଗଳବାର) ସମାପ୍ତି ହୋଇଛି । ତେବେ ଏନେଇ ଜିଲ୍ଲାର ଅଧିକାଂଶ ସ୍ଥାନରେ ଅଗ୍ନି ନିର୍ବାପନ ଯନ୍ତ୍ରାଂଶ ଅଚଳ ହୋଇପଡ଼ାଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ବୌଦ୍ଧ ଡାକ୍ତରଖାନାରେ ଅଚଳ ଅଗ୍ନି ନିର୍ବାପନ ଯନ୍ତ୍ରାଂଶ

author img

By

Published : Apr 21, 2021, 10:30 AM IST

ବୌଦ୍ଧ: ଗତ 14 ତାରିଖରୁ ଆରମ୍ଭ ହୋଇଥିବା ଅଗ୍ନିଶମ ସେବା ସପ୍ତାହର ଗତକାଲି(ମଙ୍ଗଳବାର) ସମାପ୍ତି ହୋଇଛି । ତେବେ ଏନେଇ ଜିଲ୍ଲାର ଅଧିକାଂଶ ସ୍ଥାନରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ଠିକ ନଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନରେ ଖଞ୍ଜା ଯାଇଛି ଏନେକ ଅଗ୍ନି ନିର୍ବାପନ ଯନ୍ତ୍ରାଂଶ । କିନ୍ତୁ ଅଧିକାଂଶ ସ୍ଥାନରେ ଏଗୁଡିକ କାର୍ଯ୍ୟ କରୁନଥିବା ଦେଖା ଯାଉଛି ।

ବୌଦ୍ଧ ଡାକ୍ତରଖାନାରେ ଅଚଳ ଅଗ୍ନି ନିର୍ବାପନ ଯନ୍ତ୍ରାଂଶ

ଅଗ୍ନିଶମ ସେବା ସପ୍ତାହ ଅବସରରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଗ୍ନିଶମ କର୍ମଚାରୀମାନେ ଡେମୋ ଦେଖାଉଥିବା ବେଳେ ଡାକ୍ତରଖାନାର ପ୍ରାୟ ସମସ୍ତ ଅଗ୍ନି ନିର୍ବାପନ ଯନ୍ତ୍ରାଂଶ କାମ କରୁନଥିବା ଜଣାପଡିଥିଲା ।

ଏନେଇ ବୁଦ୍ଧିଜୀବୀମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ତେବେ ଜିଲ୍ଲା ଡାକ୍ତରଖାନାରେ ଏଭଳି ଅବସ୍ଥା କେବଳ ଏକ ଉଦାହରଣ ମାତ୍ର, ଏଭଳି ଅନେକ ସ୍ଥାନରେ ଅଗ୍ନି ନିର୍ବାପନ ଯନ୍ତ୍ରାଂଶକୁ କେବଳ ସାର୍ଟିଫିକେଟ ପାଇଁ ଖଞ୍ଜା ଯାଇଥିବା ଏବେ ଚର୍ଚ୍ଚା ହେଉଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.