ETV Bharat / state

ବୌଦ୍ଧରେ ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀ ଅସନ୍ତୋଷ

author img

By

Published : Feb 23, 2022, 9:05 AM IST

ଏବେବି ସୁଧୁରିନି ଧାନ ମଣ୍ଡି ସମସ୍ୟା। ଜାନୁଆରୀ ମାସର ଧାନକ୍ରୟ ହୋଇପାରି ନଥିବା ଅଭିଯୋଗ ନେଇ ରାଜରାସ୍ତାକୁ ଓହ୍ଲେଇବା ପାଇଁ ପ୍ରସ୍ତୁତ ହେଲେଣି ଚାଷୀ । ଅଧିକ ପଢ଼ନ୍ତୁ

mandi issue in boudh
ବୌଦ୍ଧରେ ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀ ଅସନ୍ତୋଷ

ବୌଦ୍ଧ: ଏବେବି ସୁଧୁରିନି ଧାନ ମଣ୍ଡି ସମସ୍ୟା । ଜାନୁଆରୀ ମାସର ଧାନକ୍ରୟ ହୋଇପାରି ନଥିବା ଅଭିଯୋଗ ନେଇ ରାଜରାସ୍ତାକୁ ଓହ୍ଲେଇବା ପାଇଁ ପ୍ରସ୍ତୁତ ହେଲେଣି ଚାଷୀ । ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଏବେବି ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ପଞ୍ଚାୟତ ନିର୍ବାଚନ ଆଳରେ କେତେକ ପ୍ୟାକ୍ସରେ ଚାଷୀଙ୍କ ଧାନ କ୍ରୟ କରାଯାଉ ନଥିବା ନେଇ ଅଭିଯୋଗ ହୋଇଛି ।

ଫେବୃଆରୀ ମାସ ଶେଷ ହେବାକୁ ଥିବାବେଳେ ଏଯାଏ ଜାନୁଆରୀ ମାସର ଧାନ ବିଭିନ୍ନ ମଣ୍ଡିରେ ପଡ଼ି ରହିଛି । ବାଉଁଶୁଣୀ ଭଳି କେତେକ ପ୍ୟାକ୍ସରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି । ବୌଦ୍ଧ ଜିଲ୍ଲାର 42 ଗୋଟି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ ଧାନ ମଣ୍ଡିରେ ଧାନକ୍ରୟ ଜାରି ରହିଥିବାବେଳେ କେତେକ ପ୍ୟାକ୍ସରେ ଆଦୌ ଧାନ କ୍ରୟ କରାଯାଉ ନଥିବା ସୂଚନା ମିଳିଛି ।

ଅନେକ ସ୍ଥାନରେ ଉତ୍ୟକ୍ତ ଚାଷୀମାନେ ପ୍ୟାକ୍ସରେ ତାଲା ପକାଇଛନ୍ତି । ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରାଗଲେ ଜିଲ୍ଲା ଭାରତୀୟ କିଷାନ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.