ETV Bharat / state

ବୌଦ୍ଧରେ ପୁଣି ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ, ଗିରଫ ଦାବିରେ କାର୍ଯ୍ୟବନ୍ଦ - attack on electricity workers

ବୌଦ୍ଧରେ ବାରମ୍ବାର ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ । କାର୍ଯ୍ୟାନୁଷ୍ଠାନ ଦାବିରେ କାର୍ଯ୍ୟବନ୍ଦ ଡାକରା ଦେଲେ ବିଦ୍ୟୁତ କର୍ମଚାରୀ । ଅଧିକ ପଢନ୍ତୁ...

ବୌଦ୍ଧରେ ପୁଣି ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ, ଗିରଫ ଦାବିରେ କାର୍ଯ୍ୟବନ୍ଦ

author img

By

Published : Mar 31, 2021, 5:45 PM IST

ବୌଦ୍ଧ: ସହରରେ ଥମିବାର ନାଁ ନେଉନି ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ । କିଛି ଦିନ ତଳେ ଏପରି ଏକ ଆକ୍ରମଣ ଘଟିଥିବାବେଳେ ପୁଣିଥରେ ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସହରର ବୁଟୁପାଲି ଠାରେ ବକେୟା ବିଦ୍ୟୁତ ବିଲ ସଂଗ୍ରହ ସମୟରେ କିଛି ଗ୍ରାହକ ବିଦ୍ୟୁତ କର୍ମଚାରୀଙ୍କୁ ଅଧିକାରୀଙ୍କ ଉପସ୍ଥିତିରେ ଆକ୍ରମଣ ହୋଇଛି । ଏନେଇ ବୌଦ୍ଧ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଆକ୍ରମଣର ଶିକାର ହୋଇଥିବା ବିଦ୍ୟୁତ କର୍ମଚାରୀ ।

ବୌଦ୍ଧରେ ପୁଣି ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ, ଗିରଫ ଦାବିରେ କାର୍ଯ୍ୟବନ୍ଦ

ଗତ ସପ୍ତାହରେ ବୌଦ୍ଧ ବିଦ୍ୟୁତ ଡିଭିଜନ ଅଧିନରେ ଥିବା ମନମୁଣ୍ଡା ଓ ବୌଦ୍ଧ ଠାରେ ବକେୟା ବିଲ କୁନେଇ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ମଙ୍ଗଳବାର ଦିନ ଏଭଳି ଘଟଣାର ପୁନଃରାବୃତ୍ତି ଘଟିଛି । ତେବେ ଆକ୍ରମଣକାରୀଙ୍କ ଗିରଫ ଦାବିକରି ବୁଧବାର ବିଦ୍ୟୁତ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଆଜି ଦିନ ତମାମ ବୌଦ୍ଧ ସହର ସମେତ ବିଭିନ୍ନ ସ୍ଥାନରେ ପାନୀୟଜଳ ଯୋଗାଣ ଓ ବିଦ୍ୟୁତ ସରବରାହରେ ବାଧା ଉପୁଜିଥିଲା । ବିଭାଗୀୟ ଅଧିକାରୀ ଆନ୍ଦଳୋନରତ କର୍ମଚାରୀଙ୍କ ସହ ଆଲୋଚନା ଜାରି ରଖିଥିବା ସୂଚନା ମିଳିଛି । ଏଭଳି ଆକ୍ରମଣ ବାରମ୍ବାର ଘଟୁଥିବାରୁ କର୍ମଚାରୀମାନଙ୍କ ସୁରକ୍ଷାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.