ETV Bharat / state

ହରଭଙ୍ଗା ପରେ ଏବେ କଣ୍ଟାମାଳ ବ୍ଲକ ମୁହାଁ କିଡନୀ ମହାମାରୀ - ବୌଦ୍ଧ

ବୌଦ୍ଧ ଜିଲ୍ଲାରେ କୋରୋନା ଦୁଃଖ ଠାରୁ ବଳି ପଡିଲାଣି କିଡନୀ ରୋଗ । ଏନେଇ କେବଳ ହରଭଙ୍ଗା ବ୍ଲକରେ ପ୍ରାୟ 2ଶହ ମୁଣ୍ଡ ଗଡି ସାରିଥିବାବେଳେ ଆହୁରି ଶହଶହ ସଂଖ୍ୟାରେ ଆକ୍ରାନ୍ତ ଚିକିତ୍ସା ପାଇ ନପାରି ମୃତ୍ୟୁ ମୁଖରେ ପଡିଛନ୍ତି ।

କିଡନୀ ରୋଗ
କିଡନୀ ରୋଗ
author img

By

Published : Jun 30, 2020, 10:45 AM IST

Updated : Jun 30, 2020, 11:24 AM IST

ବୌଦ୍ଧ: ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଜିଲ୍ଲା ବିଜେପି । ବିଶେଷଭାବରେ କିଡନୀ ରୋଗ ଏବେ କଣ୍ଟାମାଳ ଅଞ୍ଚଳରେ କାୟା ବିସ୍ତାର କରିବାରେ ଲାଗିଛି । ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବା ସହ 4ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।

ହରଭଙ୍ଗା ପରେ ଏବେ କଣ୍ଟାମାଳ ବ୍ଲକ ମୁହାଁ କିଡନୀ ମହାମାରୀ

ବୌଦ୍ଧ ଜିଲ୍ଲାରେ କୋରୋନା ଦୁଃଖ ଠାରୁ ବଳି ପଡିଲାଣି କିଡନୀ ରୋଗ । ଏନେଇ କେବଳ ହରଭଙ୍ଗା ବ୍ଲକରେ ପ୍ରାୟ 2ଶହ ମୁଣ୍ଡ ଗଡି ସାରିଥିବା ବେଳେ ଆହୁରି ଶହଶହ ସଂଖ୍ୟାରେ ଆକ୍ରାନ୍ତ ଚିକିତ୍ସା ପାଇ ନପାରି ମୃତ୍ୟୁ ମୁଖରେ ପଡିଛନ୍ତି । ସେପଟେ ଏବେ ଧିରେ ଧିରେ କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳକୁ କବଳିତ କରିବାରେ ଲାଗିଛି କିଡନୀ ରୋଗ । ଖଟଖଟିଆ,ଘିକୁଣ୍ଡି, ଯୋଗୀନ୍ଦ୍ର ପୁର,ଲମ୍ବସରୀ, ପଲସାଗୋରା ଭଳି ପଞ୍ଚାୟତର ବିଭିନ୍ନ ଗାଁକୁ ପହଞ୍ଚି ଗଲାଣି ଏହି ରୋଗ ।

କେବଳ ସୌରୀପାଲି ଗାଁର ଗୋଟିଏ ପରିବାରର 3ଜଣ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବା ସହ ଚାରି ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । କିଡନୀ ରୋଗ ସମସ୍ୟା ସହିତ ବିଦ୍ୟୁତ ସମସ୍ୟା, ରବି ଧାନ କ୍ରୟ ସମସ୍ୟା, ମୋଟର କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ସହିତ ଦାବିପତ୍ର ଦିଆଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jun 30, 2020, 11:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.