ETV Bharat / state

ଦୀର୍ଘ ଚାରି ଘଣ୍ଟା ପରିଶ୍ରମ ପରେ ପଥର ସନ୍ଧିରୁ ଉଦ୍ଧାର ହେଲା ନାବାଳକ - ବୌଦ୍ଧ ପଥର ସନ୍ଧିରୁ ଉଦ୍ଧାର ହେଲା ନାବାଳକ

ବୌଦ୍ଧରେ ଗାଧୋଇବାକୁ ଯାଇ ଭାସିଯାଇ ପଥର ସନ୍ଧିରେ ଫସି ରହିଲା ନାବାଳକ । ଶେଷରେ ଗ୍ରାମବାସୀ, ଓଡ୍ରାଫ ଓ ଅଗ୍ନିଶମ ବିଭାଗର ପ୍ରଚେଷ୍ଟାରେ ଦୀର୍ଘ ଚାରି ଘଣ୍ଟାପରେ ଉଦ୍ଧାର ହେଲା ନାବାଳକ । ଅଧିକ ପଢନ୍ତୁ...

ଦୀର୍ଘ ଚାରି ଘଣ୍ଟା ପରିଶ୍ରମ ପରେ ପଥର ସନ୍ଧିରୁ ଉଦ୍ଧାର ହେଲା ନାବାଳକ

author img

By

Published : Sep 2, 2020, 6:26 PM IST

ବୌଦ୍ଧ: ଭାସିଯାଇ ପଥର ସନ୍ଧିରେ ଦୀର୍ଘ ସମୟ ଫସି ରହିଲା ନାବାଳକ । ଶେଷରେ ଗ୍ରାମବାସୀ, ଓଡ୍ରାଫ ଓ ଅଗ୍ନିଶମ ବିଭାଗର ପ୍ରଚେଷ୍ଟାରେ ଉଦ୍ଧାର ହେଲା ନାବାଳକ । ବୁଧବାର ଏକ ଅଭାବନୀୟ ଘଟଣା କ୍ରମେ ଜଣେ ନାବାଳକ ଦୀର୍ଘ ଚାରି ଘଣ୍ଟା ଧରି ପାଣି ଭିତରେ ଏକ ପଥର ସନ୍ଧିରେ ଫସିରହିଥିଲା ।

ଦୀର୍ଘ ଚାରି ଘଣ୍ଟା ପରିଶ୍ରମ ପରେ ପଥର ସନ୍ଧିରୁ ଉଦ୍ଧାର ହେଲା ନାବାଳକ

ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ବିଭିନ୍ନ ନଦୀ ନାଳରୁ ବନ୍ୟା ଜଳ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଜିଲ୍ଲାର ତିଲେଶ୍ବର ପଞ୍ଚାୟତ ଅନ୍ତର୍ଗତ ବୁରୁବୁଡା ଗ୍ରାମର ସାରସ୍ବତ ନାଏକଙ୍କ ସାତ ବର୍ଷର ପୁଅ ନୀଳମଣି ଗାଁ ନିକଟରେ ବୋହିଯାଇଥିବା ଲକ୍ଷ୍ମୀ ନାଳରେ ସାଙ୍ଗମାନଙ୍କ ସହ ଗାଧୋଉଥିଲେ । ଏହି ସମୟରେ ଅସାବଧାନତା ବଶତଃ ନୀଳମଣି ପ୍ରଖର ଜଳସ୍ରୋତରେ ଭାସିଯାଇଥିଲେ। କିଛି ସମୟପରେ ତାଙ୍କ ଗୋଡ ନାଳ ଭିତରେ ଥିବା ପଥର ସନ୍ଧିରେ ଫସିଯାଇଥିଲା । ନାବାଳକର ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଅନେକ ନୀଳମଣିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରେ ବିଫଳ ହୋଇଥିଲେ ।

ଘଟଣାସ୍ଥଳରେ ତୁରନ୍ତ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ଜେସିବି ଦ୍ବାରା ଜଳସ୍ରୋତ ପରିବର୍ତ୍ତନ କରାଯାଇ ନାବାଳକକୁ ଉଦ୍ଧାର କରାଯାଇଥିଲା । ଦୀର୍ଘ ଚାରି ଘଣ୍ଟା ପରେ ଉଦ୍ଧାର କରାଯାଇଥିବା ଜିଲ୍ଲା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.