ବୌଦ୍ଧ: ଷ୍ଟାଡିୟମ ପରିସରରେ ଥିବା ସନ୍ତରଣାଗାରରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ସନ୍ତରଣ ପ୍ରତିଯୋଗିତା । ଜିଲ୍ଲାରେ ପ୍ରଥମଥର ପାଇଁ ବ୍ୟବସ୍ଥିତ ଢଙ୍ଗରେ ଆରମ୍ଭ କରାଯାଇଛି ସନ୍ତରଣ ପ୍ରତିଯୋଗିତା । ଜିଲ୍ଲାରେ ପ୍ରଥମଥର ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ସନ୍ତରଣକାରୀମାନେ ବେଶ ଉତ୍ସାହିତ ଅଛନ୍ତି ।
ପୂର୍ବରୁ ରାଜ୍ୟ ସରକାର କ୍ରୀଡାବିତଙ୍କ ପାଇଁ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ପରିସରରେ ଏକ ସନ୍ତରଣଗାର ନିର୍ମାଣ କରିଥିଲେ । ତେବେ ଉଦଘାଟନର ଦୀର୍ଘ ଦିନ ପର୍ଯ୍ୟନ୍ତ ଏହାର ବ୍ୟବହାର ହୋଇ ପାରିନଥିଲା । କ୍ରୀଡା ବିଭାଗର ଉଦାସୀନତା ଏଥିପାଇଁ ମୁଖ୍ୟ ଭାବରେ ଦାୟୀ କରାଯାଇଥିଲା । ପରେ ଜିଲ୍ଲାର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସନ୍ତରଣକାରୀ ଓ ଖେଳାଳିମାନଙ୍କୁ ଉତ୍ସାହିତ କରିବା ନେଇ ଦୁଇ ଦିନ ଧରି ସନ୍ତରଣ ପ୍ରତିଯୋଗିତା ଆୟୋଜନ କରାଯାଇଛି । ପୂର୍ବରୁ ବୌଦ୍ଧର କଳବନ୍ଧରୁ ଅଭ୍ୟାସ କରି ଅନେକ କ୍ରୀଡାବିତ ରାଜ୍ୟ ତଥା ଜାତୀୟ ସ୍ତରରେ ସନ୍ତରଣ କ୍ଷେତ୍ରରେ କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଥିଲେ । ତେବେ ଜିଲ୍ଲାରେ ପ୍ରଥମଥର ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ସନ୍ତରଣକାରୀମାନେ ବେଶ ଉତ୍ସାହିତ ଅଛନ୍ତି । ଖେଳ ଓ ଖେଳାଳୀଙ୍କ ବିକାଶ ଦିଗରେ ଏହି ସନ୍ତରଣାଗାର ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି ।
ଇଟିଭି ଭାରତ, ବୌଦ୍ଧ