ETV Bharat / state

ସମ୍ପୂର୍ଣ୍ଣ ହୋଇପାରୁନି ଗେଟାମୁଣ୍ଡା ସେତୁ କାର୍ଯ୍ୟ, ହନ୍ତସନ୍ତ ଯାତ୍ରୀ

ଶେଷ ହେବାର ନାଁ ଧରୁନି ଗେଟାମୁଣ୍ଡା ସେତୁ କାର୍ଯ୍ୟ । ବନ୍ୟା ଯିବାକୁ 5 ବର୍ଷ ବିତିଯାଇଥିଲେ ମଧ୍ୟ ଅଧପନ୍ତରିଆ ହୋଇପଡିରହିଛି ଏହି ସେତୁର ନିର୍ମାଣ କାର୍ଯ୍ୟ ।

author img

By

Published : Jul 16, 2019, 3:18 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ଅଧପନ୍ତରିଆ ହୋଇ ପଡିରହିଛି ଗେଟାମୁଣ୍ଡା ପୋଲ । ବନ୍ୟା ପାଣି ଯିବାର 5 ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବାର ନାଁ ଧରୁନି । ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର ମୁଖ୍ୟ ତଥା ଏକମାତ୍ର ସଂଯୋଗ ବ୍ୟବସ୍ଥା ଥିବା ଏହି ନିର୍ମାଣଧୀନ ପୋଲ ପାଇଁ ସାଧାରଣ ଲୋକ ନାହିଁନଥିବା ହଇରାଣ ହେଉଛନ୍ତି ।

ଖବର ଅନୁଯାୟୀ, ଗତ ପ୍ରାୟ 5 ବର୍ଷ ତଳେ ପାହାଡିଆ ଗେଟାମୁଣ୍ଡା ଝରଣାରେ ବନ୍ୟା ଜଳ ଆସି ପୂର୍ବରୁ ଥିବା ପୋଲକୁ ସମ୍ପୂର୍ଣ୍ଣ ଧୋଇ ନେଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ଏହା ଉପରେ ହାଇଲେବେଲ ବ୍ରିଜ କରିବାକୁ ନିଷ୍ପତ୍ତି କରି ଏକ ଘରୋଇ କମ୍ପାନୀକୁ ପୋଲ ନିର୍ମାଣ ପାଇଁ ଠିକା ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ସଦର ମହକୁମାଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଥିବା ଏହି ନାଳ ରାସ୍ତା ଉପରେ ପ୍ରତ୍ୟେହ ହଜାର ହଜାର ଗାଡି ମୋଟର ନିର୍ଭର କରିଥାନ୍ତି । କିନ୍ତୁ ଇତି ମଧ୍ୟରେ ଦୀର୍ଘଦିନ ବିତିଯିବାକୁ ବସିଥିଲାବେଳେ ପୋଲ କାମ ସମ୍ପୂର୍ଣ୍ଣ ହେବାର ନାଁ ଧରୁନି । ଏବେ ବର୍ଷା ଦିନ ପହଞ୍ଚି ଯାଇଥିବାବେଳେ ଏହି ରାସ୍ତାରେ ଗମନାଗମନ ଅତ୍ୟନ୍ତ ଦୁର୍ବିସହ ହୋଇପଡୁଥିବା ଅଭିଯୋଗ ହୋଇଛି । ଏପଟେ ମନ୍ଥର ଗତିରେ ପୋଲ କାମ ହେଉଥିବାରୁ ଚଳିତ ବର୍ଷା ଋତୁରେ ମଧ୍ୟ ଯାତାୟତରେ ସମସ୍ୟା ଉପୁଜିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ତୁରନ୍ତ ଏଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଗେଟାମୁଣ୍ଡା ନାଳ ଉପରେ ନିର୍ମାଣଧିନ ପୋଲ ସରିବାର ନାନେଉନି ।ଗତ ପ୍ରାୟ ପାଞ୍ଚ ବର୍ଷ ତଳେ ପାହାଡିଆ ଗେଟାମୁଣ୍ଡା ଝରଣାରେ ବନ୍ୟା ଜଳ ଆସି ପୂର୍ବରୁ ଥିବା ପୋଲକୁ ସମ୍ପୂର୍ଣ୍ଣ ଧୋଇ ନେଇଥିଲା ।ବୌଦ୍ଧ ଜିଲ୍ଲା ଓ କନ୍ଧମାଳ ଜିଲ୍ଲାର ସୀମା ରୂପେ ପରିଚିତ ଏହି ନାଳ ରାସ୍ତା ହେଉଛି ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାର ମୁଖ୍ୟ ତଥା ଏକମାତ୍ର ସଂଯୋଗ ବ୍ୟବସ୍ଥା ।ଏହାକୁ ଦୃଷ୍ଟିରେ ରଖି ସରକାର ଏହା ଉପରେ ହାଇଲେବେଲ ବ୍ରିଜ କରିବାକୁ ନିଷ୍ପତ୍ତି କରି ଏକ ଘରୋଇ କମ୍ପାନୀ କୁ ପୋଲ ନିର୍ମାଣ ପାଇଁ ଠିକା ଦେଇଥିଲେ ।ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ସଦର ମହକୁମାଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଥିବା ଏହି ନାଳ ରାସ୍ତା ଉପରେ ପ୍ରତ୍ୟହ ହଜାର ହଜାର ଗାଡି ମୋଟର ନିର୍ଭର କରିଥାନ୍ତି ।କିନ୍ତୁ ଇତି ମଧ୍ୟରେ ଦୀର୍ଘଦିନ ବିତିଯିବାକୁ ବସିଥିଲା ବେଳେ ପୋଲକାମ ସମ୍ପୂର୍ଣ୍ଣ ହେବାର ନା ଧରୁନି ।ଏବେ ବର୍ଷା ଦିନ ପହଞ୍ଚି ଯାଇଥିବା ବେଳେ ଆପ୍ରୋଚ ରାସ୍ତାରେ ଗମନାଗମନ ଅତ୍ୟନ୍ତ ଦୁର୍ବିସହ ହୋଇପଡୁଥିବା ଅଭିଯୋଗ ହୋଇଛି ।ଏପଟେ ମନ୍ଥର ଗତିରେ ପୋଲ କାମ ହେଉଥିବାରୁ ଚଳିତ ବର୍ଷା ଋତୁରେ ମଧ୍ୟ ଯାତାୟତରେ ସମସ୍ୟା ଉପୁଜିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।ତୁରନ୍ତ ଏଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

Body:ସମ୍ପୂର୍ଣ୍ଣ ହୋଇ ପାରୁନି ଗେଟାମୁଣ୍ଡା ସେତୁ କାର୍ଯ୍ୟ

Conclusion:ବାଇଟ-୧-ସୁନୀଲ କ୍ଷେତୀ , ବୌଦ୍ଧ ଜିଲ୍ଲାବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.