ବୌଦ୍ଧ: ଉଭୟ କେନ୍ଦ୍ର ଓ ରାଜ୍ୟ ଆଇନଜୀବୀ ପରିଷଦର ଓକିଲ ମାରଣ ନିତି ଓ କାର୍ଯ୍ୟଶୈଳୀ ବିରୋଧରେ ବୌଦ୍ଧ ଜିଲ୍ଲାର ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହା ସହିତ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲ୍ଲା କୋର୍ଟ ସମ୍ମୁଖରେ ଆଇନଜୀବୀ ମାନେ ବିକ୍ଷୋଭ ପ୍ରଦର୍ଶନ ସହିତ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି ।
ସୋମବାର ବୌଦ୍ଧ ଜିଲ୍ଲା କୋର୍ଟ ସମ୍ମୁଖରେ ବାର ଆସୋସିଏସନର ସଭାପତି, ସଂପାଦକଙ୍କ ସମେତ ବହୁ ବରିଷ୍ଠ ଓକିଲ ଦିନ ତମାମ ବିକ୍ଷୋଭ ପ୍ରଦର୍ଶନ ସହିତ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି । ବିଶେଷ ଭାବରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସହିତ ଓକିଲ ମାନଙ୍କ ସମୂହ ସ୍ବାର୍ଥକୁ ଦୃଷ୍ଟି ଦେବାକୁ ଦାବି କରି ଏହି ଦିନିକିଆ ସତ୍ୟାଗ୍ରହ ଓକିଲ ସଂଘ ପକ୍ଷରୁ ପାଳନ କରାଯାଇଛି । ଓକିଲମାନଙ୍କ ଏଭଳି ସତ୍ୟାଗ୍ରହକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିବା ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
ଇଟିଭି ଭାରତ, ବୌଦ୍ଧ