ETV Bharat / state

Second Phase Poll: ସରକାର ଶୁଣିଲେ ନାହିଁ ଦାବି, ଭୋଟ ବର୍ଜନ କଲେ ଭୋଟର - 3 ଖଣ୍ଡ ଗ୍ରାମବାସୀ କଲେ ଭୋଟ ବର୍ଜନ

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଜିଲ୍ଲାର ତିନି ଖଣ୍ଡ ଗ୍ରାମବାସୀ ନିଜ ଗଣତାନ୍ତ୍ରିକ ଅଧିକାରକୁ ବର୍ଜନ କରିଛନ୍ତି । ଅଞ୍ଚଳର ବିକାଶ କୁନେଇ ଦୀର୍ଘ ବର୍ଷର ଦାବି ପରେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ବଣ ପାହାଡ ଘେରା ଅଞ୍ଚଳବାସୀ ଦ୍ବିତୀୟ ପର୍ଯ୍ୟାୟ ମତଦାନ ବର୍ଜନ କରିଛନ୍ତି । ଅଧିକ ପଢନ୍ତୁ

ସରକାର ଶୁଣିଲେ ନାହିଁ ଦାବି, ଭୋଟ ବର୍ଜନ କଲେ ଭୋଟର

author img

By

Published : Feb 18, 2022, 7:40 PM IST

ବୌଦ୍ଧ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଜିଲ୍ଲାର ତିନି ଖଣ୍ଡ ଗ୍ରାମବାସୀ ନିଜ ଗଣତାନ୍ତ୍ରିକ ଅଧିକାରକୁ ବର୍ଜନ କରିଛନ୍ତି । ଅଞ୍ଚଳର ବିକାଶ କୁନେଇ ଦୀର୍ଘ ବର୍ଷର ଦାବି ପରେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ବଣ ପାହାଡ ଘେରା ଅଞ୍ଚଳବାସୀ ଦ୍ବିତୀୟ ପର୍ଯ୍ୟାୟ ମତଦାନ ବର୍ଜନ କରିଛନ୍ତି ।

ସରକାର ଶୁଣିଲେ ନାହିଁ ଦାବି, ଭୋଟ ବର୍ଜନ କଲେ ଭୋଟର

ଭୋଟ ବର୍ଜନ କରିଥିବା ତିନି ଖଣ୍ଡ ଗ୍ରାମବାସୀ ହେଉଛନ୍ତି ଜିଲ୍ଲାର ଟିକରପଡା ପଞ୍ଚାୟତର ଦମଣ୍ଡା, ସାଲଦରଙ୍ଗା, ଲକଡପାଜୁ ଭଳି ଉପାନ୍ତ ତଥା ବିଛିନ୍ନତା ଅଧିବାସୀ । ପାହାଡି ଝରଣା ସହିତ ଏଠାକୁ ସବୁଦିନିଆ ରାସ୍ତା ଖଣ୍ଡେ ନଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଠାରେ ଏବେବି ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ପୂର୍ଣ୍ଣ ଅପହଞ୍ଚ ହୋଇପଡିଛି ।

ଏନେଇ ବାରମ୍ବାର ସ୍ଥାନୀୟ ଆଦିବାସୀ ଲୋକେ ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ସେମାନେ ପଞ୍ଚାୟତ ଭୋଟ ବର୍ଜନ କରିଛନ୍ତି । ଖବର ପାଇ ବୌଦ୍ଧ ବିଡିଓ ଓ ତହସିଲଦାର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.