ETV Bharat / state

ଖୋଲିଲା ଆଦର୍ଶ କୃଷି ବଜାର, ବଜାର ବୁଲିଲେ ଅତିରିକ୍ତ ସଚିବ ଗୁହା ପୁନମ - ବଜାର ବୁଲିଲେ ଅତିରିକ୍ତ ସଚିବ ଗୁହା ପୁନମ

ତିନି ଦିନିଆ ଜିଲ୍ଲା ଗସ୍ତରେ ଆସି ଆଦର୍ଶ କୃଷି ବଜାର ବୁଲିଲେ ଅତିରିକ୍ତ ସଚିବ ଗୁହା ପୁନମ । ଅଧିକ ପଢନ୍ତୁ

adarsha krushi bazar opened for farmers in boudh

author img

By

Published : Apr 30, 2023, 3:20 PM IST

ବଜାର ବୁଲିଲେ ଅତିରିକ୍ତ ସଚିବ ଗୁହା ପୁନମ

ବୌଦ୍ଧ: ଚାଷୀ ଓ ବ୍ୟବସାୟୀଙ୍କ ପାଇଁ କାର୍ଯ୍ୟକ୍ଷମ ହେଲା ଜିଲ୍ଲା ସଦର ମହକୁମାଠାରେ ଥିବା ଆଦର୍ଶ କୃଷି ବଜାର । ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଉଦଘାଟନର 9 ମାସ ପରେଏହି ବଜାର ଏବେ କାର୍ଯ୍ୟକ୍ଷମ ହୋଇଛି। ଚାଷୀଙ୍କ ପାଇଁ ସମ୍ପୂର୍ଣ୍ଣ ଦେୟ ମୁକ୍ତ ରହିବ ଏହି ବଜାର । ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ତଥା ରାଜ୍ୟ ଓରମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗୁହା ପୁନମ ଜିଲ୍ଲା ଗସ୍ତରେ ଆସି ଶନିବାର ଆଦର୍ଶ କୃଷି ବଜାର ପରିଦର୍ଶନ କରିଥିଲେ । ଏହି ସମୟରେ ସେ ଚାଷୀ ଓ ବ୍ୟବସାୟୀଙ୍କ ସହିତ ସିଧାସଳଖ କଥା ହୋଇଥିଲେ । ଜିଲ୍ଲାରେ ପ୍ରଥମଥର ପାଇଁ ଏଭଳି ବ୍ୟବସ୍ଥିତ ଢଙ୍ଗରେ ଏକ ବୃହତ କୃଷି ବଜାର ଖୋଲା ଯାଇଥିବାରୁ ଚାଷୀ ତଥା ବ୍ୟବସାୟୀ ବେଶ ଖୁସି ପ୍ରକାଶ କରିଛନ୍ତି ।

ବୌଦ୍ଧ ଜିଲ୍ଲା ସଦର ମହକୁମାର ବାହାରିପଡାଠାରେ ଦୀର୍ଘ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଦୈନିକ ହାଟ ବଜାର ବସୁଥିଲା । ପରିବର୍ତ୍ତିତ ସମୟରେ ଉକ୍ତ ବଜାର ଗଣେଶ ବଜାର ଭାବରେ ପରିଚିତ ହେଲା । ତେବେ ଗତ ତିନି ବର୍ଷ ପୂର୍ବରୁ କୋରୋନା କଟକଣା ପାଇଁ ଉକ୍ତ ଦୈନିକ ବଜାରର ଉଠା ଦୋକାନୀଙ୍କୁ ନିକଟସ୍ଥ ଭୈରବୀ ଖେଳପଡିଆକୁ ସ୍ଥାନାନ୍ତର ହୋଇଥିଲା । ସେହିଦିନଠାରୁ ଗଣେଶ ବଜାରରୁ ଦୈନିକ ବଜାର ଏକ ପ୍ରକାର ଉଠିଗଲା । ଅନେକ ଥର ଗଶେଷ ବଜାରର ବ୍ୟବସାୟୀ ମାନେ ପୂର୍ବବତ ଦୈନିକ ବଜାରକୁ ଫେରାଇବାକୁ ଅନୁରୋଧ କରିଥିଲେ ମଧ୍ୟ ବିଭିନ୍ନ ସମସ୍ୟା କାରଣରୁ ତାହା ଫଳପ୍ରଦ ହୋଇ ପାରିନଥିଲା । ଇତି ମଧ୍ୟରେ ବୌଦ୍ଧ ସହରର ମର୍ଜାକୁଦ ସେତୁଛକ ନିକଟରେ ପ୍ରାୟ ଚାରି କୋଟି ଟଙ୍କା ବ୍ୟୟରେ ଏକ ଭବ୍ୟ ଆଦର୍ଶ କୃଷି ବଜାର ନିର୍ମାଣ କରାଯାଇଥିଲା । ଗତ ଜୁଲାଇ 31 ତାରିଖରେ ଉକ୍ତ ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାର ଉଦଘାଟିତ ହୋଇଥିଲେ ମଧ୍ୟ ଚାଷୀଙ୍କ ମଧ୍ୟରେ ବିଭିନ୍ନ ସମସ୍ୟା ଯୋଗୁଁ ତାହା କାର୍ଯ୍ୟକାରୀ ହୋଇ ପାରି ନଥିଲା । ଶେଷରେ ଜିଲ୍ଲା ପ୍ରଶାସନର ଉଦ୍ୟମ ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇ ପାରିଛି ।

ଶନିବାର ଦୈନିକ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଚାଷୀଙ୍କୁ ଅର୍ଥକାରୀ ଫସଲ ସହିତ ଗାଇ, ଛେଳି, କୁକୁଡ଼ା ଚାଷ ପାଇଁ ମଧ୍ୟ ଉଦ୍ୟମ କରାଯାଇଥିଲା । ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ ଆଦର୍ଶ କୃଷି ବଜାରଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସହିତ ଏକ ପଥପ୍ରାନ୍ତ ନାଟକର ଆୟୋଜନ କରାଯାଇଥିଲା । ଟାଉନ୍‌ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ଚାଷୀମାନଙ୍କୁ ଉତ୍ସାହିତ କରିବା ସହିତ ସରକାରୀ ଯୋଜନାର ସୁଫଳ ନେବାକୁ ଆହ୍ବାନ ଦେଇଥିଲେ ।

ଅନ୍ୟପଟେ ଅତିରିକ୍ତ ସଚିବ ଗୁହା ପୁନମ ଜିଲ୍ଲାକୁ ତିନି ଦିନିଆ ଗସ୍ତରେ ଆସିଥିଲେ । ଏହି ସମୟରେ ସେ ବିଭିନ୍ନ ସ୍ଥାନରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିବା ସହିତ ସମୀକ୍ଷା ବୈଠକ କରିଥିଲେ । ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ତଥା ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ବିଶେଷ ଭାବରେ ମହିଳା ସଶକ୍ତିକରଣ ପୁନମ ଫୋକସରେ ରହିଥିଲା । ଗୁରୁବାର ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଶନିବାର ସେ ଫେରି ଯାଇଛନ୍ତି ।

ଗସ୍ତର ପ୍ରଥମ ଦିନରେ ସ୍ବଧାର ଗୃହ ,ମଳ କର୍ଦମ ଉପଚାର କେନ୍ଦ୍ର, ରିସୋର୍ସ ସେଣ୍ଟର ପରିଦର୍ଶନ ସହିତ ମୁକ୍ତା ଯୋଜନା ଅନ୍ତର୍ଗତ ଭେଣ୍ଡିଂ ଜୋନ, ଯୋଗୀନ୍ଦ୍ରଦେବ ଉଦ୍ୟାନ ବୁଲି ଦେଖିଥିଲେ ଗୁହା ପୁନମ । ଶୁକ୍ରବାର ତେଲବନ୍ଧ, ବହିରା 5t ବିଦ୍ୟାଳୟ, ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଓରମାସ କେନ୍ଦ୍ର, ମନମୁଣ୍ଡାର ଧୂପକାଠି ପ୍ରସ୍ତୁତ କେନ୍ଦ୍ର, ପଲସାଗୋରା ମିଶନ ଶକ୍ତି, କୁଳୁତାଯୋରର ନୂଆପାଲିଠାରେ ପିଆଜ ସଂରକ୍ଷଣ କେନ୍ଦ୍ର ପ୍ରମୁଖ ସ୍ଥାନ ବୁଲି ଦେଖିଥିଲେ ।

ଶନିବାର ଆଦର୍ଶ କୃଷି ବଜାରରେ ପହଞ୍ଚି ଚାଷୀମାନଙ୍କ ଆର୍ଥିକ ଅଭିବୃଦ୍ଧି ନେଇ ଆଲୋଚନା କରିଥିଲେ । ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ସାମିଲ ହୋଇଥିଲେ ଗୁହା ପୁନମ । ସଚିବଙ୍କ ଗସ୍ତର ଫୋକସରେ ଥିଲା ମହିଳା ସଶକ୍ତିକରଣ । ଜିଲ୍ଲାର ବିଭିନ୍ନ ମହିଳା ଗୋଷ୍ଠୀଙ୍କ ଆର୍ଥିକ ଅଭିବୃଦ୍ଧି ତଥା ଉତ୍ପାଦିତ ବିଭିନ୍ନ ସାମଗ୍ରୀର ବ୍ୟବସାୟୀକରଣ ଉପରେ ସେ ଗୁରୁତ୍ବାରୋପ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.