ETV Bharat / state

ଋଣଭାର ସୁଝି ନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

author img

By

Published : Jun 18, 2021, 8:29 AM IST

ଋଣଭାର ସୁଝି ନପାରି ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ । ବୌଦ୍ଧରୁ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ...

a young man suicide in boudha
ଋଣଭାର ସୁଝି ନପାରି ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ

ବୌଦ୍ଧ: ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ । ଜିଲ୍ଲା ମଧ୍ୟ ଦେଇଯାଇଥିବା 57 ନମ୍ବର ଜାତୀୟ ରାଜପଥ ଉପରେ ବାରମ୍ବାର ଘଟୁଛି ସଡକ ଦୁର୍ଘଟଣା । ଗତ ସପ୍ତାହରେ ଚାରିଛକ ନିକଟରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇ ସ୍ବାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ପୁଣିଥରେ ସରସରା ନିକଟରେ ଘଟିଛି ସଡକ ଦୁର୍ଘଟଣା । ଗୁରୁବାର ସକାଳୁ ଏକ ଟ୍ରକ ଭାରସାମ୍ୟ ହରାଇ ରଇଠାଣୀ ନିକଟରେ ଏକ ଗଛ ଉପରକୁ ଚଢି ଯାଇଥିବା ବେଳେ ଟ୍ରକର ଡ୍ରାଇଭର ଓ ହେଲପର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ ।

ସେହିପରି ସଂଧ୍ୟାରେ ସରସରା ନିକଟରେ ଏକ ଅଜଣା ଗାଡି ଧକ୍କାରେ ନାରାୟଣପୁରର ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ସେପଟେ ଆର୍ଥିକ ଋଣ ବୋଝ ସହି ନପାରି ବୌଦ୍ଧ ମାଳିସାହିର ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୁବକଙ୍କ ପରିବାର ଚାରି ଗୋଟି ଫାଇନାନ୍ସ କମ୍ପାନୀରୁ ଅର୍ଥ ଋଣ କରିଥିବା ବେଳେ ଲକଡାଉନ ଯୋଗୁଁ ଯୁବକ ଜଣକ କିସ୍ତି ସୁଝି ନପାରି ଆତ୍ମହତ୍ୟା କରିଥିବା ମୃତକଙ୍କ ପିତା ଅଭିଯୋଗ କରିଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ଋୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.