ETV Bharat / state

ଟଙ୍କା ସୁଝି ନପାରି ମହିଳାଙ୍କ ଆତ୍ମହତ୍ୟା - ମହିଳାସ୍ବୟଂ ସହାୟକ ଗୋଷ୍ଠୀ

ବୌଦ୍ଧ ଜିଲ୍ଲା କରଡି ଗାଁର ଜଣେ ମହିଳା କିଛି ମହିଳାସ୍ବୟଂ ସହାୟକ ଗୋଷ୍ଠୀଠାରୁ ଟଙ୍କା କରଜ କରିଥିଲେ । ପରେ ଟଙ୍କା ସୁଝି ନପାରି ଘର ଫ୍ୟାନରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ
author img

By

Published : Sep 10, 2019, 2:55 PM IST

ବୌଦ୍ଧ: କରଜ ଟଙ୍କା ସୁଝି ନପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ବୌଦ୍ଧ ଜିଲ୍ଲା କରଡି ଗାଁର ଜଣେ ମହିଳା କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଠାରୁ କିଛି ଟଙ୍କା କରଜ କରିଥିଲେ । ପରେ ଟଙ୍କା ସୁଝି ନପାରି ଘର ଫ୍ୟାନରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ମୃତ ମହିଳା ଜଣକ କରଡି ଗାଁର ସରୋଜିନୀ ନାଏକ। କିଛିଦିନ ତଳେ ଗାଁର ୪ ରୁ ୫ଟି ମହିଳାସ୍ବୟଂ ସହାୟକ ଗୋଷ୍ଠୀଠାରୁ ସରୋଜିନୀ କିଛି ଟଙ୍କା କରଜ କରିଥିଲେ । ପରେ ବିଭିନ୍ନ ଗୋଷ୍ଠୀର ମହିଳାମାନେ ଉକ୍ତ ଟଙ୍କା ପୈଠ ପାଇଁ ସରୋଜିନୀଙ୍କ ଉପରେ ଚାପ ପକାଉଥିଲେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ସରୋଜିନୀଙ୍କ ସ୍ବାମୀ ନୂଆଖାଇ ଛୁଟିରେ ଭୁବନେଶ୍ବରରୁ ଗାଁକୁ ଆସିଥିବାବେଳେ ଗ୍ରୁପର ମହିଳାମାନେ ପୁନର୍ବାର ତାଙ୍କ ସ୍ବାମୀଙ୍କ ଆଗରେ ଟଙ୍କା ପାଇଁ ହଟହଟା କରିଥିଲେ । ଯାହାକୁ ସରୋଜିନୀ ସହ୍ୟ କରି ନପାରି ଗତକାଲି ସୋମବାର ପାହାନ୍ତାରୁ ଆତ୍ମହତ୍ୟା କରିଥିଲେ ।

କିଛି ଟଙ୍କା ପାଇଁ ଏଭଳି ଅଭାବନୀୟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମଙ୍ଗଳବାର ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବୌଦ୍ଧ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ତାଙ୍କର ଏକ 6 ବର୍ଷର ଝିଅ ଥିବାବେଳେ ସେ ଆଠମାସର ଗର୍ଭବତୀ ଥିଲେ ବୋଲି ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ମହିଳା ଗୋଷ୍ଠୀର କରଜ ଟଙ୍କା ନସୁଝିପାରି ମହିଳାଙ୍କ ଆତ୍ମହତ୍ୟା ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର କରଡି ଗ୍ରାମରେ ।ସୂଚନା ଅନୁଯାୟୀ କରଡି ଗାଁର ସରୋଜିନୀ ନାଏକ(୩୦) ଗାଁର ୪/୫ଟି ମହିଳାସ୍ବୟଂ ସହାୟକ ଗୋଷ୍ଠୀ ଠାରୁ କିଛି ଟଙ୍କା କରଜ କରିଥିଲେ ।ବିଭିନ୍ନ ଗୋଷ୍ଠୀର ମହିଳା ମାନେ ଉକ୍ତ ଟଙ୍କା ପାଇଁ ସବୁବେଳେ ସରୋଜିନୀ ଙ୍କୁ ହଟହଟା କରିଆସୁଥିଲେ ।ସରୋଜିନୀ ଙ୍କ ସ୍ବାମୀ ଭୂବନେଶ୍ୱର ରୁ ନୂଆଖାଇ ଛୁଟିରେ ଗାଁ କୁ ଆସିଥିବା ବେଳେ ଏହି ଟଙ୍କା ପାଇଁ ଗୃପର ମହିଳା ମାନେ ପୂନର୍ବାର ହଟହଟା କରିବାରୁ ସରୋଜିନୀ ଏହା ସହ୍ୟ କରି ନପାରି ଗତ କାଲି ସୋମବାର ପାହାନ୍ତାରୁ ନିଜ ଘର ଫେନରେ ଲୁଗାଦେଇ ଆତ୍ମହତ୍ୟା କରିଥିଲେ ।ତାଙ୍କର ଏକ ଛ ବର୍ଷର ଝିଅ ଥିବା ବେଳେ ସେ ଆଠମାସର ଗର୍ଭବତୀ ଥିଲେ ବୋଲି ଜଣାପଡିଛି ।କିଛି ଟଙ୍କା ପାଇଁ ଏଭଳି ଅଭାବନୀୟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମଙ୍ଗଳବାର ବୌଦ୍ଧ ଡାକ୍ତର ତାଙ୍କ ମୃତ ଶବକୁ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା ।ବୌଦ୍ଧ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

Body:ଗୃପ ଟଙ୍କା ସୁଝି ନପାରି ମହିଳା ଙ୍କ ଆତ୍ମହତ୍ୟା ।

Conclusion:ବାଇଟ-୧-ନକୁଳ ଲୋଇ,ମୃତକଙ୍କ ସମ୍ପର୍କୀୟ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.