ETV Bharat / state

ଘର ପୋଡିକୁ ବିତିଲାଣି 15 ଦିନ, ଏଯାଏଁ ମିଳିନି ସରକାରୀ ସହୟତା - boudh news

ବୌଦ୍ଧ ଜିଲ୍ଲା ରାଧାନଗର ପଞ୍ଚାୟତ ଅନ୍ତର୍ଗତ ରାଇପୁର ଗ୍ରାମରେ 15 ଦିନ ତଳେ ଗୋଟିଏ ପରିବାରର ଜଣଙ୍କ ଘରେ ନିଆଁ ଲାଗି ସବୁକିଛି ପୋଡିଯାଇଥିବାବେଳେ ଏବେ ଯାଏଁ ସରକାରୀ ସହାୟତା ମିଳି ପାରିନାହିଁ । ଘରେ ଟାଙ୍ଗିବାକୁ ପଲିଥିନ ଖଣ୍ଡେ ନଥିବା ବେଳେ ଗଛ ମୂଳେ ଆଶ୍ରୟ ନେଉଛନ୍ତି ପରିବାର ଲୋକେ ।

ଘର ପୋଡିକୁ ବିତିଲାଣି 15 ଦିନ,  ଏଯାଏଁ ମିଳିନି ସରକାରୀ ସହୟତା

author img

By

Published : May 28, 2020, 11:35 AM IST

ବୌଦ୍ଧ: ଜିଲ୍ଲା ରାଧାନଗର ପଞ୍ଚାୟତ ଅନ୍ତର୍ଗତ ରାଇପୁର ଗ୍ରାମର ଆଦିବାସୀ ବସ୍ତିର ଫୁଲ ବନକୀଙ୍କ ଚାଳଘରେ 15 ଦିନ ତଳେ ନିଆଁ ଲାଗି ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା । ହେଲେ ଏବେ ଯାଏଁ କୌଣସି ସରକାରୀ ସହାୟତା ମିଳିନଥିବାରୁ ଡହଡହ ଖରାରେ ସିଝୁଛନ୍ତି ଗୋଟିଏ ପରିବାରର 4 ସଦସ୍ୟ ।

ଘର ପୋଡିକୁ ବିତିଲାଣି 15 ଦିନ, ଏଯାଏଁ ମିଳିନି ସରକାରୀ ସହୟତା

ଆବାସ ଯୋଜନାରେ ପକ୍କାଘର ମିଳିନଥିବାରୁ ଚାଳଘର ସାହା ଭରସା ଥିଲା । ଏବେ ସେତିକି ମଧ୍ୟ ପୋଡି ଯିବାରୁ ଉକ୍ତ ପରିବାରର ଚାରି ସଦସ୍ୟ ଡହଡହ ଖରାରେ ଶିଝୁଛନ୍ତି । ଖରାବେଳେ ବାଧ୍ୟ ହୋଇ ନିକଟସ୍ଥ ଗଛମୂଳେ ମଧ୍ୟ ଆଶ୍ରୟ ନେଉଛନ୍ତି ।

ସେପଟେ ଦୁଇ ଦୁଇ ଥର ନିଆଁଲାଗି ସର୍ବସ୍ବାନ୍ତ ହୋଇଥିବା ଏହି ପରିବାରକୁ ପଲିଥିନ ଖଣ୍ଡେ ମଧ୍ୟ ମିଳିପାରିନାହିଁ । ଏବେ ଏହି ଅସହାୟ ପରିବାର ସରକାରୀ ସହାୟତାକୁ ଅପେକ୍ଷା କରି ବସିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.