ବୌଦ୍ଧ : ଭାରତର ଅନ୍ୟତମ ପ୍ରତିଷ୍ଠିତ ଜର୍ଣ୍ଣାଲ ରକ ପେବେଲର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚିତ । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଏହାର ସ୍ବତନ୍ତ୍ର ସଂଖ୍ୟାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ସ୍ବତନ୍ତ୍ର ସଂଖ୍ୟାରେ ପ୍ରତିଷ୍ଠିତ ଲେଖିକା ଗୀତା ମେହେଟ୍ଟାଙ୍କ ଲିଖିତ ସାମଗ୍ରିକ ରଚନାବଳୀକୁ ସଂଗ୍ରହ କରାଯାଇ ଆଲେଖ୍ୟ ପ୍ରସ୍ତୁତ ହୋଇଛି । ରକ ପେବେଲ ଭାରତ ବର୍ଷର ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଙ୍କୁ ନେଇ ପୂର୍ବରୁ ସ୍ବତନ୍ତ୍ର ସଂଖ୍ୟା ପ୍ରକାଶ କରି ସାରିଥିବା ବେଳେ ଚଳିତ ସଂଖ୍ୟାରେ ଗୀତା ମେହେଟ୍ଟାଙ୍କ ଲେଖା କୁନେଇ ସନ୍ଦର୍ଭ ପ୍ରସ୍ତୁତ କରିଛି ।
ରକ ପେବେଲର ସମ୍ପାଦକ ତଥା ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝୀଙ୍କ ଉପସ୍ଥିତିରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଅନ୍ୟାନ୍ୟ ଅତିଥି ଯୋଗଦେଇ ଏହି ସ୍ବତନ୍ତ୍ର ସଂଖ୍ୟା ର ଉନ୍ମୋଚନ କରିଥିଲେ । ସେପଟେ ଜିଲ୍ଲାର ଜଣେ ଶିଶୁ ଚିତ୍ରଶିଳ୍ପୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିତ୍ର ଆଙ୍କି ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ବୌଦ୍ଧ ଜିଲ୍ଲା ମୁଣ୍ଡାପଡାର କୁନୀ ଛାତ୍ରୀ ପ୍ରିୟାଂଶି ପୋଢ ମୁଖ୍ୟମନ୍ତ୍ରୀ ଙ୍କ ଚିତ୍ର ଆଙ୍କି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଦ୍ବାରା ପୁରଷ୍କୃତ ହେବା ପରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ