ETV Bharat / state

ଅଭିଶପ୍ତ ସୀମାବର୍ତ୍ତୀ ଗାଁ, କୁଚୁ଼ଡାରେ ଅପହଞ୍ଚ ମୌଳିକ ସୁବିଧା

ଅପହଞ୍ଚ ଇଲାକାରେ ପହଞ୍ଚି ପାରୁନାହିଁ ସରକାରୀ ଯୋଜନା । ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପହଞ୍ଚି ଲୋକଙ୍କ ଦୁଃଖ ଶୁଣିବା ସହ ଏହାର ସମାଧାନ କରିବେ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି, ବୌଦ୍ଧ
author img

By

Published : Nov 24, 2019, 11:38 PM IST

ବୌଦ୍ଧ: ବଣଜଙ୍ଗଲ ଅଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ଅଜସ୍ର ଅର୍ଥ ବ୍ୟୟ କରିନ୍ତି। କିନ୍ତୁ ଏବେ ମଧ୍ୟ ଅପହଞ୍ଚ ଅଞ୍ଚଳରେ ବାଟବଣା ସରକାରୀ ଯୋଜନା । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ମଧ୍ୟ ମିଳିପାରୁନାହିଁ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ଆଢେଣୀଗଡ ପଞ୍ଚାୟତର ଏକ ଉପାନ୍ତ ଆଦିବାସୀ ଗାଁ କୁଚୁଡା । ଏହି ଗାଁ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ । ଏହି ଗାଁରେ ସରକାରୀ ଯୋଜନା ଏବେବି ଅପହଞ୍ଚ । ଗାଁର ଆଶ୍ରମ ବିଦ୍ୟାଳୟରେ 9 ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଶିକ୍ଷାନୁଷ୍ଠାନଟି ବହୁବିଧ ସମସ୍ୟାରେ ଘେରି ରହିଛି । ଗାଁରେ ସରକାରଙ୍କ ଆବାସ ଯୋଜନା ଠାରୁ ଆରମ୍ଭ କରି ଅଙ୍ଗନବାଡି ଓ ଅନ୍ୟ ସରକାରୀ ବ୍ୟବସ୍ଥା ସତେ ଯେମିତି ଏମାନଙ୍କ ପାଇଁ ଅପହଞ୍ଚ ହୋଇପଡିଛି । ଗାଁ କୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାରେ ଥିବା ପୋଲ ଦୀର୍ଘ ଦଶ ବର୍ଷ ହେଲା ଧୋଇ ନେଇଥିଲେ ମଧ୍ୟ ମରାମତି ହୋଇପାରିନି ।

ଏଭଳି ଏକ ଅପହଞ୍ଚ ଗାଁରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଲୋକଙ୍କ ଦୁଃଖ ଶୁଣିବା ସହ ଆଗାମୀ ଦିନରେ କିଭଳି ଏହାର ସମାଧାନ ହୋଇପାରିବ ସେଦିଗରେ ଚେଷ୍ଟା କରିବେ ବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଜଙ୍ଗଲ ଅଞ୍ଚଳ ଗାଁରେ ବାଟବଣା ସରକାରୀ ଯୋଜନା ।ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ଯେଉଁଠି ନାହିଁ ସେଠାରେ ଅନ୍ୟ ସରକାରୀ ଯୋଜନା କଥା ପଚାରେ କିଏ ।
ବୌଦ୍ଧ ଜିଲ୍ଲାର ଆଢେଣୀଗଡ ପଞ୍ଚାୟତ ର ଏକ ଉପାନ୍ତ ଆଦିବାସୀ ଗାଁ କୁଚୁଡା ।ଏହି ଗାଁ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ।ଏହି ଗାଁ ରେ ସତେଯେପରି ସରକାରୀ ଯୋଜନା ବାଟବଣା ହୋଇଯାଇଛି ।ଗାଁର ଆଶ୍ରମ ବିଦ୍ୟାଳୟରେ ନଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଶିକ୍ଷାନୁଷ୍ଠାନଟି ବହୁବିଧ ସମସ୍ୟା ରେ ଘେରି ରହିଛି ।ଗାଁରେ ଆବାସ ଯୋଜନା ଠାରୁ ଆରମ୍ଭ କରି ଅଙ୍ଗନବାଡି ଓ ଅନ୍ୟ ସରକାରୀ ବ୍ୟବସ୍ଥା ସତେଯେମିତି ଏହି ଜଙ୍ଗଲ ବାସୀ ଙ୍କ ପାଇଁ ଅପହଞ୍ଚ ହୋଇପଡିଛି ।ଗାଁ କୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ରେ ଥିବା ପୋଲ ଦୀର୍ଘ ଦଶ ବର୍ଷ ହେଲା ଧୋଇ ନେଇଥିଲେ ମଧ୍ୟ ଆଜି ଯାଏ ମରାମତି ହୋଇପାରିନି ।ଏଭଳି ଏକ ଅପହଞ୍ଚ ଗାଁରେ ସ୍ବାସ୍ଥ୍ୟ ଶିବିର ଆୟୋଜନ ବେଳେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପହଞ୍ଚି ଲୋକଙ୍କ ଦୁଃଖ ଶୁଣିବା ସହ ଆଗାମୀ ଦିନରେ କିଭଳି ଏହାର ସମାଧାନ ହୋଇପାରିବ ସେଦିଗରେ ଚେଷ୍ଟା କରିବେ ବୋଲି କହିଛନ୍ତି ।

Body:ଅପହଞ୍ଚ ସୀମାନ୍ତ ଗାଁ କୁଚୁଡା ରେ ବୌଦ୍ଧ ଜିଲ୍ଲାପାଳ ।

Conclusion:ବାଇଟ-୧-ଜଗଦୀଶ ଜାନୀ,ଗ୍ରାମବାସୀ
ବାଇଟ-୨-ସୂର୍ଯ୍ୟ କାନ୍ତି ଜାନୀ,ହିତାଧିକାରୀ
ବାଇଟ-୩-ଅଜୟ ଜାନୀ, ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.