ବୌଦ୍ଧ: ମହାବିଦ୍ୟାଳୟରେ ପାଠ ପଢାଇଲେ ପ୍ରଶାସନିକ ଅଧିକାରୀ । ବୈଷୟିକ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କୁ ଶିଖାଇଲେ ଆତ୍ମନିର୍ଭରଶୀଳ ହେବାର କଳା ।
ଗୁରୁବାର, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଉଦ୍ୟାନ ଅଧିକାରୀ ହିମାଂଶୁ ଶେଖର ଆଚାର୍ଯ୍ୟ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ ସହିତ ଆତ୍ମନିର୍ଭରଶୀଳର ପାଠ ପଢାଇଛନ୍ତି । ମହାବିଦ୍ୟାଳୟର ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଉଦ୍ୟାନ ଅଧିକାରୀ ଜିଲ୍ଲାର ଜଳବାୟୁରେ କିଭଳି କଦଳୀ, ପିଆଜ ଓ ଧନିଆ ଭଳି ଲାଭଦାୟକ ପନିପରିବା ଉତ୍ପାଦନ ହୋଇପାରିବ ସେନେଇ ବିଶେଷ ଭାବରେ ଶିକ୍ଷାଦାନ କରିଥିଲେ ।
ଏଥିସହିତ ଉଦ୍ୟାନ ଅଧିକାରୀ ମହାବିଦ୍ୟାଳୟ ପରିସରରେ ଥିବା ବଟାନିକାଲ ଗାର୍ଡେନକୁ ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ଉପସ୍ଥିତିରେ ବୁଲି ଦେଖିଥିଲେ । ସେପଟେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏଭଳି ଜଣେ ଅଧିକାରୀଙ୍କ ଶିକ୍ଷାଦାନ ଯୋଗୁଁ ବେଶ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ