ବୌଦ୍ଧ:ଅସହାୟର କରୁଣ ଚିତ୍ର । ଭିନ୍ନକ୍ଷମ ଟଙ୍କାରେ ଜଳୁଛି ଚୁଲି । ଗୋଟିଏ ପରିବାରରେ ଦୁଇ ଦୁଇ ଜଣ ଭିନ୍ନକ୍ଷମ ଥାଇ ବି ସେମାନଙ୍କୁ ସରକାରଙ୍କ ସାମାଜିକ କଲ୍ୟାଣ ବ୍ୟବସ୍ଥାରେ ସାମିଲ କରାଯାଇ ନାହିଁ । ଫଳରେ ପରବାରରେ ଦୁଇ ଓଳି ଦୁଇ ମୁଠା ଖାଇବା କଷ୍ଟକର ହୋଇଛି । ଏ କାହାଣୀ ହେଉଛି ବୌଦ୍ଧ ଜିଲ୍ଲା ବୀରନରସିଂହପୁର ବିଦ୍ୟାଧର ଜେନାଙ୍କ ପରିବାରର ।
ସୂଚନାଅନୁସାରେ,ବୀରନରସିଂପୁରର ବାସିନ୍ଦା ବିଦ୍ୟାଧର ଜେନାଙ୍କ ଗୋଟିଏ ବୋଲି ପୁଅ ଜନ୍ମରୁ ଭିନ୍ନକ୍ଷମ । ବଡ କଥା ହେଲା ନିଜେ ବିଦ୍ୟାଧର ମଧ୍ୟ ଜନ୍ମରୁ ଶୁଣିପାରନ୍ତି କି କିଛି କଥା କହିପାରନ୍ତିନି । ଘରକୁ ଦାନା ଯୋଗାଉଥିବା ଦୁଇ ଦୁଇ ଜଣ ଭିନ୍ନକ୍ଷମ ହୋଇଥିବା ବେଳେ ଘର ଚଳେଇବା କାଠିକର ପାଠ ହୋଇଛି । ବିଦ୍ୟାଧରଙ୍କ ପୁଅକୁ ମିଳୁଥିବା ଭିନ୍ନକ୍ଷମ ଟଙ୍କାରେ ପରିବାର କଷ୍ଟ ମଟେ ଚାଲୁଥିବା କହିଛନ୍ତି ବିଦ୍ୟାଧରଙ୍କ ସ୍ତ୍ରୀ । ଉଭୟ ଭିନ୍ନକ୍ଷମ ପିତା ପୁତ୍ରଙ୍କ ବୋଝ ମୁଣ୍ଡାଇଛନ୍ତି ଏକାକୀ ଜଣେ ମହିଳା ।
ସରକାରଙ୍କର ଏତେ ସବୁ କଲ୍ୟାଣକାରୀ ଯୋଜନା ଥାଇ ବି ବିଦ୍ୟାଧରଙ୍କୁ ଆଜି ଯାଏଁ ସାମାଜିକ କଲ୍ୟାଣ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ନାହିଁ । ଭିନ୍ନକ୍ଷମ ପୁଅ ପାଇଁ ମିଳୁଥିବା ଟଙ୍କାରେ ଘର ଚାଲିବା କଷ୍ଟକର ହୋଇଛି । ପରିବାରର ଏପରି ଦୃଶ୍ୟ ସମସ୍ତଙ୍କୁ ଦୁଃଖିତ କରିଛି । ତୁରନ୍ତ ବିଦ୍ୟାଧରଙ୍କୁ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିଲ ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ