ETV Bharat / state

ବୌଦ୍ଧରେ ପହଞ୍ଚିଲା ତୁଳସୀରଥ: ଦୀପ-ଧୂପରେ ସ୍ବାଗତ - boudha news

ବଜ୍ର କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ତୁଳସୀ ରଥକୁ ଭବ୍ୟ ସ୍ବାଗତ । ପ୍ରତ୍ୟେକ ଗାଁ ଓ ବସ୍ତିରେ ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁ ଖିର, ଦୀପ, ଧୂପ ପ୍ରଦାନ ପୂର୍ବକ ତୁଳସୀ ରଥକୁ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ଅଧିକ ପଢନ୍ତୁ

ତୁଳସୀ ରଥକୁ ଭବ୍ୟ ସ୍ବାଗତ କଲେ ବୌଦ୍ଧବାସୀ
ତୁଳସୀ ରଥକୁ ଭବ୍ୟ ସ୍ବାଗତ କଲେ ବୌଦ୍ଧବାସୀ
author img

By

Published : Nov 14, 2021, 6:19 PM IST

ବୌଦ୍ଧ : ବଜ୍ର କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ତୁଳସୀ ରଥକୁ ଭବ୍ୟ ସ୍ବାଗତ କରାଯାଇଛି । ଶନିବାର ସୋନପୁର ଜିଲ୍ଲା ବିନିକାରୁ ସ୍ବତନ୍ତ୍ର ତୁଳସୀ ରଥ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରିଥିଲା । ଆଜି (ରବିବାର) ଏହି ପବିତ୍ର ରଥ ବୌଦ୍ଧ ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭକ୍ତ ଓ ଶ୍ରଦ୍ଧାଳୁ ଏହି ରଥକୁ ଭବ୍ୟ ସ୍ବାଗତ କରିଥିଲେ ।

ତୁଳସୀ ରଥକୁ ଭବ୍ୟ ସ୍ବାଗତ କଲେ ବୌଦ୍ଧବାସୀ

ଜିଲ୍ଲାର ମନମୁଣ୍ଡା, ବାଉଁଶୁଣୀ, ସାହାଜପାଲ, ବୌଦ୍ଧ ସହର, ସରସରା, ବାମଣ୍ଡା,ବୀରନରସିଂପୁର, ପୁରୁଣାକଟକ ଓ ଚାରିଛକ ପ୍ରମୁଖ ସ୍ଥାନରେ ଶ୍ରଦ୍ଧାଳୁମାନେ ତୁଳସୀ ରଥକୁ ସ୍ବାଗତ କରିଥିଲେ । ଏହା ସହିତ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ତୁଳସୀ ଅର୍ପଣ କରିଥିଲେ । ପ୍ରତ୍ୟେକ ଗାଁ ଓ ବସ୍ତିରେ ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁ ଖିର,ଦୀପ,ଧୂପ ପ୍ରଦାନ ପୂର୍ବକ ତୁଳସୀ ରଥକୁ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ପୁରୀ ଯାତ୍ରା କରୁଥିବା ଭକ୍ତ ମଣ୍ଡଳୀକୁ ଭବ୍ୟ ସ୍ବାଗତ ମଧ୍ୟ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.